ଉତ୍ତର ଭାରତରେ ଭୂକମ୍ପ, ତୀବ୍ରତା ୬.୨

ନୂଆଦିଲ୍ଲୀ: ଉତ୍ତର ଭାରତର ଅନେକ ଅଞ୍ଚଳରେ ସୋମବାର ଭୂକମ୍ପ ଅନୁଭୂତ ହୋଇଛି। ଭୂକମ୍ପର କେନ୍ଦ୍ରସ୍ଥଳ ଥିଲା ଆଫଗାନିସ୍ତାନର ହିନ୍ଦୁକୁଶ। ଭୂକମ୍ପର ତୀବ୍ରତା ୬.୨ ଥିଲା।ଦିଲ୍ଲୀର ଏନସିଆର ବ୍ୟତୀତ ଏହି ଝଟକା ହିମାଚଳ ପ୍ରଦେଶ, ହରିୟାଣା, ପଞ୍ଚାବ, ରାଜସ୍ଥାନ ଓ ଶ୍ରୀନଗରରେ ଅନୁଭୂତ ହୋଇଥିଲା। ଭୂକମ୍ପରେ କୌଣସି କ୍ଷୟ କ୍ଷତି ଘଟିଥିବା ସୂଚନା ମିଳିନାହିଁ । ତେବେ ହିନ୍ଦୁକଶରେ ବ୍ୟାପକ କ୍ଷତି ଘଟିଥିବା ଅନୁମାନ କରାଯାଉଛି। ପାକିସ୍ତାନର ଇସଲାମବାଦ,ଏବଟାବାଦ,ମୁଜାଫରବାଦ ଓ ପେଶୱାରରେ ମଧ୍ୟ ଭୂକମ୍ପର ଝଟକା ଅନୁଭୂତ ହୋଇଛି।

earthquake

Rakesh Mallick
  • Published: Monday, 10 August 2015
  • , Updated: 10 August 2015, 11:55 AM IST

Related story