ପ୍ରିୟଙ୍କାଙ୍କୁ ଝାନ୍ସି ରାଣୀଙ୍କ ସହ ତୁଳନା କଲେ

ଗୋରଖପୁର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଗୋରଖପୁର ସଂସଦୀୟ କ୍ଷେତ୍ରରୁ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି ଉଠିବାରେ ଲାଗିଛି। ରବିବାର ଦଳ ପକ୍ଷରୁ ଦୁଇଟି ପୋଷ୍ଟର ଜାରି କରାଯାଇଛି। ଏଥିରେ ପ୍ରିୟଙ୍କାଙ୍କୁ ଝାନ୍ସି ରାଣୀଙ୍କ ପରି ଉପସ୍ଥାପିତ କରାଯାଇଛି। ଗୋରଖପୁରରୁ କଂଗ୍ରେସ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରୁ ବୋଲି ପ୍ରଥମ ପୋଷ୍ଟରରେ ଜିଲ୍ଲା କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି। ଏଥିରେ ସ୍ଲୋଗାନ ଦିଆଯାଇଛି ଯେ, ଗୋରଖପୁରର ଦାବି, ଏଥର ସାଂସଦ ପ୍ରିୟଙ୍କା ଗାନ୍ଧି। ଜିଲ୍ଲା କଂଗ୍ରେସ୍‌ର ମହାସଚିବ […]

priyanka

Rakesh Mallick
  • Published: Monday, 28 January 2019
  • , Updated: 28 January 2019, 09:41 AM IST

ଗୋରଖପୁର: ଆଗାମୀ ଲୋକସଭା ନିର୍ବାଚନରେ ଉତ୍ତରପ୍ରଦେଶର ଗୋରଖପୁର ସଂସଦୀୟ କ୍ଷେତ୍ରରୁ ପ୍ରିୟଙ୍କା ଗାନ୍ଧି ପ୍ରାର୍ଥୀ ହୁଅନ୍ତୁ ବୋଲି ଦାବି ଉଠିବାରେ ଲାଗିଛି। ରବିବାର ଦଳ ପକ୍ଷରୁ ଦୁଇଟି ପୋଷ୍ଟର ଜାରି କରାଯାଇଛି। ଏଥିରେ ପ୍ରିୟଙ୍କାଙ୍କୁ ଝାନ୍ସି ରାଣୀଙ୍କ ପରି ଉପସ୍ଥାପିତ କରାଯାଇଛି।

ଗୋରଖପୁରରୁ କଂଗ୍ରେସ ପ୍ରିୟଙ୍କାଙ୍କୁ ପ୍ରାର୍ଥୀ କରୁ ବୋଲି ପ୍ରଥମ ପୋଷ୍ଟରରେ ଜିଲ୍ଲା କାର୍ଯ୍ୟକର୍ତ୍ତା ଦାବି କରିଛନ୍ତି। ଏଥିରେ ସ୍ଲୋଗାନ ଦିଆଯାଇଛି ଯେ, ଗୋରଖପୁରର ଦାବି, ଏଥର ସାଂସଦ ପ୍ରିୟଙ୍କା ଗାନ୍ଧି।

ଜିଲ୍ଲା କଂଗ୍ରେସ୍‌ର ମହାସଚିବ ଅନୱର ହୁସେନ୍‌ କହିଛନ୍ତି, “ପ୍ରିୟଙ୍କା ଗାନ୍ଧିଙ୍କୁ ପୂର୍ବ-ଉତ୍ତରପ୍ରଦେଶର ପ୍ରଭାରୀ କରାଯାଇଥିବାରୁ ଆମେ ବହୁତ ଉତ୍ସାହିତ ଅଛୁ। ଦଳ ପାଖରେ ଆମେ ଦାବି କରୁଛୁ, ଗୋରଖପୁରରୁ ତାଙ୍କୁ ପ୍ରାର୍ଥୀ କରାଯାଉ।”

ଦ୍ୱିତୀୟ ପୋଷ୍ଟରରେ ଝାନ୍ସି ରାଣୀଙ୍କ ପରି ଧଳା ଘୋଡାରେ ପ୍ରିୟଙ୍କା ବସିଥିବା ଦେଖାଯାଉଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ, ଚାରିଆଡେ ପ୍ରିୟଙ୍କାଙ୍କ ନାଁ ଶୁଣିବାକୁ ମିଳୁଛି, ଏଥର କଂଗ୍ରେସ୍‌ ଆସୁ ବୋଲି ଦେଶ କହୁଛି।

Related story