ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ବିବାଦ: ମୋଦି ସରକାରଙ୍କୁ ଶିବସେନାର ସମାଲୋଚନା

ମୁମ୍ୱାଇ: ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ନେଇ ସୃଷ୍ଟି ହୋଇଥିବା ବିବାଦରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ଶିବସେନା। ଦଳୀୟ ମୁଖପତ୍ର “ସାମନା”ରେ ଲେଖାଯାଇଛି ଯେ ଉତ୍ତରାଖଣ୍ଡ ଘଟଣାରେ କେନ୍ଦ୍ର ସରକାରଙ୍କର ବସ୍ତ୍ରହରଣ ହୋଇଛି ଓ ତା’ସହିତ ରାଷ୍ଟ୍ରପତିଙ୍କ ପ୍ରତିଷ୍ଠା ବି କ୍ଷୁର୍ଣ୍ଣ ହୋଇଛି। “ସାମନା”ରେ ଦର୍ଶାଯାଇଛି,“ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଜାରି ସଂପର୍କରେ ହାଇକୋର୍ଟ କହିଛନ୍ତି ଯେ ରାଷ୍ଟ୍ରପତି ନିଷ୍ପତ୍ତି ନେବାରେ ଭୁଲ୍ କରିଛନ୍ତି। ଏହାର ଅର୍ଥ ହେଉଛି କେନ୍ଦ୍ରର ମୋଦି ସରକାର ନିଷ୍ପତ୍ତି ନେବାରେ ଭୁଲ୍ କରିଛନ୍ତି। […]

udhhav

Rakesh Mallick
  • Published: Friday, 22 April 2016
  • , Updated: 22 April 2016, 07:37 AM IST

[caption id="attachment_80077" align="alignleft" width="150"] ଶିବ ସେନା ସଭାପତି ଉଦ୍ଧବ ଠାକରେ[/caption]

ମୁମ୍ୱାଇ: ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ନେଇ ସୃଷ୍ଟି ହୋଇଥିବା ବିବାଦରେ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛି ଶିବସେନା। ଦଳୀୟ ମୁଖପତ୍ର “ସାମନା”ରେ ଲେଖାଯାଇଛି ଯେ ଉତ୍ତରାଖଣ୍ଡ ଘଟଣାରେ କେନ୍ଦ୍ର ସରକାରଙ୍କର ବସ୍ତ୍ରହରଣ ହୋଇଛି ଓ ତା’ସହିତ ରାଷ୍ଟ୍ରପତିଙ୍କ ପ୍ରତିଷ୍ଠା ବି କ୍ଷୁର୍ଣ୍ଣ ହୋଇଛି।

“ସାମନା”ରେ ଦର୍ଶାଯାଇଛି,“ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଜାରି ସଂପର୍କରେ ହାଇକୋର୍ଟ କହିଛନ୍ତି ଯେ ରାଷ୍ଟ୍ରପତି ନିଷ୍ପତ୍ତି ନେବାରେ ଭୁଲ୍ କରିଛନ୍ତି। ଏହାର ଅର୍ଥ ହେଉଛି କେନ୍ଦ୍ରର ମୋଦି ସରକାର ନିଷ୍ପତ୍ତି ନେବାରେ ଭୁଲ୍ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମୋଦି ସରକାର ଏପରି ଏକ ନିଷ୍ପତ୍ତି ନେଇଥିଲେ। ତେବେ କୋର୍ଟ ତାଙ୍କର ଏହି ଉଦ୍ୟମକୁ ପଣ୍ଡ କରି ଦେଇଛନ୍ତି।”

ସୂଚନାଯୋଗ୍ୟ, ଉତ୍ତରାଖଣ୍ଡରେ ରାଷ୍ଟ୍ରପତି ଶାସନ ଜାରି ନେଇ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଗତକାଲି ନୈନିତାଲ ହାଇକୋର୍ଟ ରଦ୍ଦ କରି ଦେଇଥିଲେ। ଏହା ସହିତ ଏପ୍ରିଲ୍ ୨୯ ତାରିଖରେ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ହରିଶ ରାୱତଙ୍କ ନେତୃତ୍ୱାଧୀନ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। କଂଗ୍ରେସର ୯ ଜଣ ବିଦ୍ରୋହୀ ବିଧାୟକଙ୍କ ସଭ୍ୟପଦ ରଦ୍ଦ ନେଇ ବାଚସ୍ପତିଙ୍କ ନିଷ୍ପତ୍ତି ସଂପୂର୍ଣ୍ଣ ଠିକ୍ ବୋଲି କୋର୍ଟ ତାଙ୍କ ରାୟରେ ଦର୍ଶାଇଥିଲେ।

Related story