ଉତ୍ତର ପ୍ରଦେଶ: ୩୬୮ଟି ପିଅନ ପଦବୀ ପାଇଁ ୨୩ ଲକ୍ଷ ଦରଖାସ୍ତ

ଲକ୍ଷ୍ନୌ: ଉତ୍ତର ପ୍ରେଦଶ ସଚିବାଳୟରେ ୩୬୮ଟି ପିଅନ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଉ ଏଥିପାଇଁ ୨୩ ଲକ୍ଷ ଆଶାୟୀ ଆବେଦନ କରିଛନ୍ତି। ଏହା ହେଉଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜନସଂଖ୍ୟାର ପ୍ରାୟ ଅଧାଅଧି। ଲକ୍ଷ୍ନୌର ଜନସଂଖ୍ୟା ହେଉଛି ୪୫ ଲକ୍ଷ। ଏଥିରୁ ବୁଝାପଡୁଛି ଉତ୍ତର ପ୍ରଦେଶରେ ତଥା ଦେଶରେ ବେକାରୀ ସମସ୍ୟା କେତେ ଉତ୍କଟ। ତେବେ ଏତିକିରେ ଚକିତ ହୁଅନ୍ତୁ ନାହିଁ। ଏହି ତଥ୍ୟରେ ଆଶ୍ଚର୍ଯ୍ୟ କଲା ଭଳି ଆହୁରି ଅନେକ ଉପାଦାନ […]

lucknow

Rakesh Mallick
  • Published: Wednesday, 16 September 2015
  • , Updated: 16 September 2015, 10:29 AM IST

ଲକ୍ଷ୍ନୌ: ଉତ୍ତର ପ୍ରେଦଶ ସଚିବାଳୟରେ ୩୬୮ଟି ପିଅନ ପୋଷ୍ଟ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆଉ ଏଥିପାଇଁ ୨୩ ଲକ୍ଷ ଆଶାୟୀ ଆବେଦନ କରିଛନ୍ତି। ଏହା ହେଉଛି ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌର ଜନସଂଖ୍ୟାର ପ୍ରାୟ ଅଧାଅଧି। ଲକ୍ଷ୍ନୌର ଜନସଂଖ୍ୟା ହେଉଛି ୪୫ ଲକ୍ଷ। ଏଥିରୁ ବୁଝାପଡୁଛି ଉତ୍ତର ପ୍ରଦେଶରେ ତଥା ଦେଶରେ ବେକାରୀ ସମସ୍ୟା କେତେ ଉତ୍କଟ।

ତେବେ ଏତିକିରେ ଚକିତ ହୁଅନ୍ତୁ ନାହିଁ। ଏହି ତଥ୍ୟରେ ଆଶ୍ଚର୍ଯ୍ୟ କଲା ଭଳି ଆହୁରି ଅନେକ ଉପାଦାନ ରହିଛି। ୩୬୮ଟି ପିଅନ ପଦବୀ ପାଇଁ ଆବେଦନ କରିଥିବା ୨୩ ଲକ୍ଷ ଆଶାୟୀଙ୍କ ମଧ୍ୟରୁ ୨ ଲକ୍ଷରୁ ଅଧିକ ହେଉଛନ୍ତି ବିଟେକ୍, ବିଏସସି, ଏମଏସସି ଓ ଏମକମ୍ ଡିଗ୍ରୀ ଧାରୀ। ଆବେଦନକାରୀଙ୍କ ମଧ୍ୟରେ ୨୨୫ ଜଣ ପିଏଚଡି କରିଥିବା ଯୁବକଯୁବତୀମ ମଧ୍ୟ ରହିଛନ୍ତି। ଏହି ନିଯୁକ୍ତି କଥା ବୁଝାବୁଝି କରୁଥିବା ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ଏତେ ସଂଖ୍ୟକ ଆବେଦନପତ୍ର ଦେଖି ସେମାନେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ପିଅନ ପଦ ପାଇଁ ଆବେଦନ କରିଥିବା ଆଲୋକ ନାମ ଜଣେ ପିଏଚଡିଧାରୀ କହିଛନ୍ତି ଯେ ଚାକିରି ପାଇଁ ଏତଣତେଣେ ବୁଲିବା ଅପେକ୍ଷା ପିଅନ ଚାକିରି କରିବା ଭଲ।

Related story