ହସ୍ପିଟାଲରେ ଭର୍ତ୍ତି ହେଲେ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ

ଡେରାଡୁନ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ହୋମ୍ ଆଇସୋଲେସନରେ ଥିଲେ। ଆଜି ହସ୍ପିଟାଲରେ ତ୍ରିଭେନ୍ଦ୍ର ଭର୍ତ୍ତି ହେବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଡେରାଡୁନରେ ଥିବା ଡୁନ୍ ହସ୍ପିଟାଲରେ ତ୍ରିଭେନ୍ଦ୍ର ସିଂ ଭର୍ତ୍ତି ହୋଇଛନ୍ତି। ଡିସେମ୍ୱର ୧୮ରେ କରୋନାରେ ଆକ୍ରାନ୍ତ ହେବା ବେଳେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହେଲେ କୌଣସି ଲକ୍ଷଣ […]

trivendra

Subhransu Sekhar
  • Published: Sunday, 27 December 2020
  • , Updated: 27 December 2020, 10:24 PM IST

ଡେରାଡୁନ: ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ତ୍ରିଭେନ୍ଦ୍ର ସିଂ ରାଓ୍ୱତ। ନିକଟରେ ସେ କରୋନାରେ ଆକ୍ରାନ୍ତ ହୋଇଥିଲେ। ଏହାପରେ ସେ ହୋମ୍ ଆଇସୋଲେସନରେ ଥିଲେ। ଆଜି ହସ୍ପିଟାଲରେ ତ୍ରିଭେନ୍ଦ୍ର ଭର୍ତ୍ତି ହେବା ନେଇ ତାଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଡେରାଡୁନରେ ଥିବା ଡୁନ୍ ହସ୍ପିଟାଲରେ ତ୍ରିଭେନ୍ଦ୍ର ସିଂ ଭର୍ତ୍ତି ହୋଇଛନ୍ତି।

ଡିସେମ୍ୱର ୧୮ରେ କରୋନାରେ ଆକ୍ରାନ୍ତ ହେବା ବେଳେ ମୁଖ୍ୟମନ୍ତ୍ରୀ ଟ୍ୱିଟ୍ କରି କହିଥିଲେ, ସେ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ହେଲେ କୌଣସି ଲକ୍ଷଣ ତାଙ୍କ ପାଖରେ ନାହିଁ। ଚଳିତ ବର୍ଷ ଆରମ୍ଭରେ ମଧ୍ୟ ରାଓ୍ୱତ ନିଜକୁ ଅଲଗା ରଖିଥିଲେ। ସେପ୍ଟେମ୍ବରରେ, ତାଙ୍କ ଓଏସଡି କୋଭିଡରେ ସଂକ୍ରମିତ ହେବା ପରେ ରାୱତ ନିଜକୁ ଅଲଗା ରଖିଥିଲେ। ସେତେବେଳେ କିନ୍ତୁ ରିପୋର୍ଟ ନେଗେଟିଭ୍ ଆସିଥିଲା। ହେଲେ ସମ୍ଭାବନାକୁ ଆଖିରେ ରଖି ସେ ନିଜକୁ ଅଲଗା ରଖିଥିଲେ।

Related story