ଅସୁସ୍ଥ ବ୍ୟକ୍ତିଙ୍କୁ ୨ କିଲୋମିଟର କାନ୍ଧରେ ବୋହି ହସ୍ପିଟାଲରେ ପହଞ୍ଚାଇଲେ ପୋଲିସ ଅଧିକାରୀ

ଡେରାଡୁନ୍‌: ପୁଣି ଚର୍ଚ୍ଚାରେ ଉତ୍ତରାଖଣ୍ଡ ପୋଲିସ୍‌। କିଛି ଦିନ ତଳେ ଗଗନଦୀପ ସିଂହ ନାମକ ଜଣେ ଶିଖ୍‌ ପୋଲିସ ଅଧିକାରୀ ଜଣେ ମୁସଲମାନ ଯୁବକଙ୍କୁ ଆକ୍ରମଣ ହେଉଥିବା ସମୟରେ ବଞ୍ଚାଇବାକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଆଉ ଜଣେ ପୋଲିସ ଅଫିସର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସେ ଜଣେ ଅସୁସ୍ଥ ତୀର୍ଥଯାତ୍ରୀକୁ ୨ କିଲୋମିଟର କାନ୍ଧରେ ବୋହି ହସ୍ପିଟାଲରେ ପହଞ୍ଚାଇଥିଲେ। ତାଙ୍କର ଏ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି। ସେହି ପୋଲିସ ଅଫିସର ଜଣଙ୍କ […]

police final

Rakesh Mallick
  • Published: Saturday, 09 June 2018
  • , Updated: 09 June 2018, 01:20 PM IST

ଡେରାଡୁନ୍‌: ପୁଣି ଚର୍ଚ୍ଚାରେ ଉତ୍ତରାଖଣ୍ଡ ପୋଲିସ୍‌। କିଛି ଦିନ ତଳେ ଗଗନଦୀପ ସିଂହ ନାମକ ଜଣେ ଶିଖ୍‌ ପୋଲିସ ଅଧିକାରୀ ଜଣେ ମୁସଲମାନ ଯୁବକଙ୍କୁ ଆକ୍ରମଣ ହେଉଥିବା ସମୟରେ ବଞ୍ଚାଇବାକୁ ନେଇ ଚର୍ଚ୍ଚାକୁ ଆସିଥିବା ବେଳେ ଏବେ ଆଉ ଜଣେ ପୋଲିସ ଅଫିସର ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ସେ ଜଣେ ଅସୁସ୍ଥ ତୀର୍ଥଯାତ୍ରୀକୁ ୨ କିଲୋମିଟର କାନ୍ଧରେ ବୋହି ହସ୍ପିଟାଲରେ ପହଞ୍ଚାଇଥିଲେ। ତାଙ୍କର ଏ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରୁଛନ୍ତି।

ସେହି ପୋଲିସ ଅଫିସର ଜଣଙ୍କ ହେଉଛନ୍ତି ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲ୍ଲା ବାରାକୋଟ ପୋଲିସ ଷ୍ଟେସନର ସବ୍‌-ଇନ୍‌ସ୍ପେକ୍ଟର ଲୋକେନ୍ଦ୍ର ବହୁଗୁଣା। ଜଣେ ୫୫ ବର୍ଷୀୟ ତୀର୍ଥଯାତ୍ରୀ ମୃଦୁ ହୃଦଘାତର ଶିକାର ହେବା ପରେ ସେ ତାଙ୍କୁ କାନ୍ଧରେ ବୋହି ୨ କିଲୋମିଟର ଦୂରରେ ପାହାଡ଼ ଉପରେ ଥିବା ଏକ ହସ୍ପିଟାଲରେ ପହଞ୍ଚାଇ ଥିଲେ।

ମଧ୍ୟପ୍ରଦେଶର ରାନ୍‌ଝି ରଜଗ ନାମକ ଜଣେ ବ୍ୟକ୍ତି ଉତ୍ତରାଖଣ୍ଡକୁ ତୀର୍ଥଯାତ୍ରାରେ ଆସିଥିଲେ। ଗତ ବୁଧବାର ଦିନ ସକାଳେ ସେ ଗରବଲ୍‌ରେ ଅବସ୍ଥିତ ଏକ ମନ୍ଦିର ବୁଲିବାକୁ ଯାଇଥିଲେ। ମନ୍ଦିର ବୁଲୁଥିବା ସମୟରେ ହଠାତ୍‌ ରଜଗ ବେହୋସ ହୋଇଗଲେ। ଆଉ ସେହି ସମୟରେ ଡ୍ୟୁଟିରେ ଥିବା ସବ୍‌-ଇନ୍‌ସ୍ପେକ୍ଟର ଲୋକେନ୍ଦ୍ର ତାଙ୍କୁ ଘୋଡା ଉପରେ ବସାଇ ଡାକ୍ତରଖାନା ନେବାକୁ ଚେଷ୍ଟା କଲେ। କିନ୍ତୁ ରଜଗ ଅସୁସ୍ଥତା ହେତୁ ଘୋଡା ଉପରେ ସିଧା ହୋଇ ବସିପାରିଲେ ନାହିଁ। ତେଣୁ ତାଙ୍କୁ ଲୋକେନ୍ଦ୍ର କାନ୍ଧରେ ବୋହି ଡାକ୍ତରଖାନାକୁ ନେଇ ଯାଇଥିଲେ। ହସ୍ପିଟାଲରେ ପହଞ୍ଚିବା ପରେ ରଜଗଙ୍କୁ ୪ଘଣ୍ଟା ପର୍ଯ୍ୟନ୍ତ ଚିକିତ୍ସା କରାଯାଇଥିଲା।

ଲୋକେନ୍ଦ୍ରଙ୍କ ଏମିତି କାର୍ଯ୍ୟକୁ ବିଭିନ୍ନ ମହଲରୁ ପ୍ରଶଂସା ମିଳିଛି। ରଜଗଙ୍କ ପରିବାର ଲୋକେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ବରିଷ୍ଠ ଆଇପିଏସ୍‌ ଅଫିସର ଅଶୋକ କୁମାର (ଏଡିଜି ଲ ଆଣ୍ଡ ଅର୍ଡର) ଲୋକେନ୍ଦ୍ରଙ୍କ କାମରେ ଖୁସି ହୋଇ ତାଙ୍କୁ ୫୦୦୦ଟଙ୍କାର ପୁରସ୍କାର ରାଶି ଦେବା ପାଇଁ ଘୋଷଣା କରିଛନ୍ତି।

 

Related story