ଉତ୍ତରପ୍ରଦେଶ: ଏନ୍‌ଆଇଏ ଅଫିସରଙ୍କୁ ଗୁଳି କରି ହତ୍ୟା

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇ)ର ଡେପୁଟି ଏସ୍‌ପି ତଞ୍ଜଳୀ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ଅହମ୍ମଦଙ୍କ ମୃତ୍ୟୁ ଘଟିଛି। ଅହମ୍ମଦଙ୍କ ପତ୍ନୀଙ୍କୁ ମଧ୍ୟ ଗୁଳି ମରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଡେପୁଟି ଏସ୍‌ପି ଅହମ୍ମଦ ଏକ ବାହାଘର ଉତ୍ସବରେ ଯୋଗଦେଇ ପତ୍ନୀଙ୍କ ସହ ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି କରିଥିଲେ। ଲକ୍ଷ୍ମୌ ଡିଆଇଜିଙ୍କ […]

tanzil

Rakesh Mallick
  • Published: Sunday, 03 April 2016
  • , Updated: 03 April 2016, 05:41 AM IST

ଲକ୍ଷ୍ମୌ: ଉତ୍ତର ପ୍ରଦେଶର ବିଜନୋର ଜିଲ୍ଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇ)ର ଡେପୁଟି ଏସ୍‌ପି ତଞ୍ଜଳୀ ଅହମ୍ମଦଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଘଟଣାସ୍ଥଳରେ ଅହମ୍ମଦଙ୍କ ମୃତ୍ୟୁ ଘଟିଛି। ଅହମ୍ମଦଙ୍କ ପତ୍ନୀଙ୍କୁ ମଧ୍ୟ ଗୁଳି ମରାଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଡେପୁଟି ଏସ୍‌ପି ଅହମ୍ମଦ ଏକ ବାହାଘର ଉତ୍ସବରେ ଯୋଗଦେଇ ପତ୍ନୀଙ୍କ ସହ ଫେରୁଥିବା ବେଳେ ୨ ଜଣ ଦୁର୍ବୃତ୍ତ ବାଇକ୍‌ରେ ଆସି ତାଙ୍କ ଉପରକୁ ଗୁଳି କରିଥିଲେ।

ଲକ୍ଷ୍ମୌ ଡିଆଇଜିଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି ତଦନ୍ତ ଆରମ୍ଭ କରିଛନ୍ତି। ଏହାସହ ଏଟିଏସ୍‌ ଆଇଜି ଓ ଡିଆଇଜି ମଧ୍ୟ ଘଟଣା ସ୍ଥଳରେ ପହଞ୍ଚିଛନ୍ତି।

ଡେପୁଟି ଏସପି ଅହମ୍ମଦ ୫ ବର୍ଷ ହେବ ଏନ୍‌ଆଇରେ କାମ କରି ଆସୁଥିଲେ।

Related story