ଉତ୍ତରାଖଣ୍ଡରେ ବାଦଲଫଟା ବର୍ଷା, ବଦ୍ରିନାଥ ହାଇୱେ ବନ୍ଦ

ଡେରାଡୁନ୍‌: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଶନିବାର ତିନି ଘଣ୍ଟା ଧରି ବାଦଲଫଟା ବର୍ଷା ହେବା ଯୋଗୁଁ  ବଦ୍ରିନାଥ  ହାଇୱେକୁ  ବନ୍ଦ କରି ଦିଆଯାଇଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପୋଲିସ୍ କର୍ମଚାରୀ ଓ ଉଦ୍ଧାରକାରୀ ଦଳ  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ  ଜାରି ରଖିଛନ୍ତି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ପ୍ରବଳ ବର୍ଷା ସହିତ ପବନ ହେବ ବୋଲି ଆଲର୍ଟ ଜାରି […]

uttrakhand_

Rakesh Mallick
  • Published: Sunday, 22 May 2016
  • , Updated: 22 May 2016, 09:35 AM IST

ଡେରାଡୁନ୍‌: ଉତ୍ତରାଖଣ୍ଡର ରୁଦ୍ରପ୍ରୟାଗରେ ଶନିବାର ତିନି ଘଣ୍ଟା ଧରି ବାଦଲଫଟା ବର୍ଷା ହେବା ଯୋଗୁଁ  ବଦ୍ରିନାଥ  ହାଇୱେକୁ  ବନ୍ଦ କରି ଦିଆଯାଇଛି। ରାସ୍ତା ଉପରେ ପାଣି ପ୍ରବାହିତ ହେଉଥିବାରୁ ଯାନବାହାନ ଚଳାଚଳ ଗୁରୁତର ଭାବେ ପ୍ରଭାବିତ ହୋଇଛି। ପୋଲିସ୍ କର୍ମଚାରୀ ଓ ଉଦ୍ଧାରକାରୀ ଦଳ  ଘଟଣାସ୍ଥଳରେ ପହଞ୍ଚି  ଉଦ୍ଧାର କାର୍ଯ୍ୟ  ଜାରି ରଖିଛନ୍ତି।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଆହୁରି ପ୍ରବଳ ବର୍ଷା ସହିତ ପବନ ହେବ ବୋଲି ଆଲର୍ଟ ଜାରି କରାଯାଇଛି। ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ଯିବା ପାଇଁ ପ୍ରଶାସନ ପକ୍ଷରୁ କୁହାଯାଇଛି। ଉଦ୍ଧାର କାର୍ଯ୍ୟପାଇଁ ସେନା, ବାୟୁ ସେନା ଓ ଏନଡିଆରପିଏଫ୍ ଟିମକୁ ମୁତୟନ କରାଯାଇଛି।

Related story