କଂଗ୍ରେସକୁ ଆସିବେ ବରୁଣ! ୩୫ ବର୍ଷ ପରେ ହୋଇପାରେ ଗାନ୍ଧି ପରିବାରରେ ମିଳନ

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି  ବିଧିବଦ୍ଧ ଭାବେ କଂଗ୍ରେସର ମୁଖିଆ ହେବା ପରେ ଦଳରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହି ପରିବର୍ତ୍ତନ ବେଳେ ଭାଇ-ଭାଇଙ୍କ ମିଳନ ବି ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଶୁଣିବାକୁ ମିଳୁଛି ସୁଲତାନପୁରର ବିଜେପି ସାଂସଦ ତଥା ରାହୁଲ ଗାନ୍ଧିଙ୍କ ଦାଦା ପୁଅ ଭାଇ ବରୁଣ ଗାନ୍ଧି କଂଗ୍ରେସରେ ସାମିଲ ହୋଇପାରନ୍ତି। ଏହା ଉପରେ ରାହୁଲ ନିଷ୍ପତ୍ତି ନେଇ ପାରନ୍ତି। ଆଗ୍ରାର କିଛି ସ୍ଥାନୀୟ କଂଗ୍ରେସ କର୍ମୀ କହିଛନ୍ତି,“ବରୁଣଙ୍କ […]

varun gandhi

Rakesh Mallick
  • Published: Tuesday, 28 November 2017
  • , Updated: 28 November 2017, 02:54 PM IST

ନୂଆଦିଲ୍ଲୀ: କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧି  ବିଧିବଦ୍ଧ ଭାବେ କଂଗ୍ରେସର ମୁଖିଆ ହେବା ପରେ ଦଳରେ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିପାରେ। ଏହି ପରିବର୍ତ୍ତନ ବେଳେ ଭାଇ-ଭାଇଙ୍କ ମିଳନ ବି ଦେଖିବାକୁ ମିଳିବାର ସମ୍ଭାବନା ରହିଛି। ଶୁଣିବାକୁ ମିଳୁଛି ସୁଲତାନପୁରର ବିଜେପି ସାଂସଦ ତଥା ରାହୁଲ ଗାନ୍ଧିଙ୍କ ଦାଦା ପୁଅ ଭାଇ ବରୁଣ ଗାନ୍ଧି କଂଗ୍ରେସରେ ସାମିଲ ହୋଇପାରନ୍ତି। ଏହା ଉପରେ ରାହୁଲ ନିଷ୍ପତ୍ତି ନେଇ ପାରନ୍ତି।

ଆଗ୍ରାର କିଛି ସ୍ଥାନୀୟ କଂଗ୍ରେସ କର୍ମୀ କହିଛନ୍ତି,“ବରୁଣଙ୍କ ଯୋଗ୍ୟତା ଅନୁସାରେ ବିଜେପିରେ ସମ୍ମାନ ମିଳି ନାହିଁ। ଦଳରେ ତାଙ୍କୁ ଅଣଦେଖା କରାଯାଇଛି। ତାଙ୍କର ମୁଖ୍ୟମନ୍ତ୍ରୀ ହେବାର କ୍ଷମତା ରହିଛି।”

ଏକ ଗଣମାଧ୍ୟମରେ ମୁସଲିମ୍ ନେତା  ହାଜି ଜମିଲୁଦ୍ଦିନ କହିଛନ୍ତି,“ ବିଜେପିରେ ବରୁଣଙ୍କୁ ଅଣଦେଖା କରାଯାଇଛି। ବିଜେପିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବ୍ୟତୀତ ଆଉ କାହାକୁ କଥା କହିବାର ଅଧିକାର ନାହିଁ। ହେଲେ ବି ବରୁଣ  ବାରମ୍ୱାର ନିଜ ମନ୍ତବ୍ୟ ରଖିଛନ୍ତି। ବିଜେପିର କେତେକ ସମର୍ଥକ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ପାଇଁ ବାରୁଣଙ୍କ ନାଁ ଦାବି କରିଥିଲେ। ହେଲେ ଏହା ହୋଇପାରି ନଥିଲା।”

ସେ ଆହୁରି କହିଛନ୍ତି,“ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ବରୁଣ କଂଗ୍ରେସ ଦଳକୁ ଆସିପାରନ୍ତି। ଯହି ଏପରି ହୁଏ ତେବେ ରାହୁଲ ଓ ବରୁଣଙ୍କ ଯୋଡ଼ି ଭଲ ପ୍ରଦର୍ଶନ କରିପାରେ। ପ୍ରିୟଙ୍କା ଓ ବରୁଣଙ୍କ ମଧ୍ୟ ସବୁ ବେଳେ ଭଲ ସମ୍ପର୍କ ରହି ଆସିଛି। ବରୁଣଙ୍କୁ କଂଗ୍ରେସ ଆଣିବା ପାଇଁ ପ୍ରିୟଙ୍କା ବଡ଼ ଦାୟିତ୍ୱ ନେଇପାରନ୍ତି।”

ସୂଚନାଯୋଗ୍ୟ, ବରୁଣ ହେଉକି ରାହୁଲ, ଉଭୟ ଉଭୟଙ୍କୁ କେବେ ବି ସମାଲୋଚନା କରି ନାହାଁନ୍ତି। ଏହି କାରଣରୁ ଏହାକୁ ଅଧିକ ଧ୍ୟାନ ଦିଆଯାଉଛି। ଯଦି ଏପରି ହୁଏ ପ୍ରାୟ ୩୫ ବର୍ଷ ପରେ ଗାନ୍ଧି ପରିବାର  ଏକାଠି ହେବେ।

Related story