ତେଲରୁ ଭାଟ୍‌ ଛାଡ଼ ପ୍ରସଙ୍ଗ: ଗୁଜରାଟରେ ଶସ୍ତା ହେଲା, ଓଡ଼ିଶାରେ ହେଲାନି

ନୂଆଦିଲ୍ଲୀ:ଦେଶରେ ହୁ ହୁ ହୋଇ ବଢୁଥିବା ପେଟ୍ରୋଲ ଡିଜେଲର ଦାମକୁ ଆୟତ୍ତ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆ ପଦକ୍ଷେପକୁ ନେଇ ଚର୍ଚ୍ଚା। ପେଟ୍ରୋଲ ଓ ଡିଜେଲରୁ ନିଆଯ଼ାଉଥିବା ଭାଟ କମ କରିବା ପାଇଁ  ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି। ଏହା ପୂର୍ବରୁ ସେ ଓଡ଼ିଶା ସରକାରଙ୍କୁ ଅପିଲ କରିଥିଲେ ବି ତାଙ୍କ ଆବେଦନକୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀଙ୍କ  କଥା ରଖିଛନ୍ତି ଗୁଜରାଟ ସରକାର। […]

Rakesh Mallick
  • Published: Tuesday, 10 October 2017
  • , Updated: 10 October 2017, 02:35 PM IST

ନୂଆଦିଲ୍ଲୀ:ଦେଶରେ ହୁ ହୁ ହୋଇ ବଢୁଥିବା ପେଟ୍ରୋଲ ଡିଜେଲର ଦାମକୁ ଆୟତ୍ତ କରିବା ପାଇଁ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆ ପଦକ୍ଷେପକୁ ନେଇ ଚର୍ଚ୍ଚା। ପେଟ୍ରୋଲ ଓ ଡିଜେଲରୁ ନିଆଯ଼ାଉଥିବା ଭାଟ କମ କରିବା ପାଇଁ  ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ସେ ଚିଠି ମାଧ୍ୟମରେ ନିବେଦନ କରିଛନ୍ତି। ଏହା ପୂର୍ବରୁ ସେ ଓଡ଼ିଶା ସରକାରଙ୍କୁ ଅପିଲ କରିଥିଲେ ବି ତାଙ୍କ ଆବେଦନକୁ ସରକାର ପ୍ରତ୍ୟାଖ୍ୟାନ କରିଛନ୍ତି। ତେବେ କେନ୍ଦ୍ରମନ୍ତ୍ରୀଙ୍କ  କଥା ରଖିଛନ୍ତି ଗୁଜରାଟ ସରକାର। ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣି ପେଟ୍ରୋଲ ଓ ଡିଜେଲରୁ ୪ ପ୍ରତିଶତ ଭାଟ୍‌ ହ୍ରାସ କରିଛନ୍ତି। ତଦନୁଯ଼ାୟୀ ଗୁଜୁରାଟରେ ପେଟ୍ରୋଲ ଦାମ 2.93ଟଙ୍କା କମିଯ଼ିବ। ଫଳରେ ସେଠାରେ ପେଟ୍ରୋଲର ନୂଆ ଦାମ 67.03ଟଙ୍କା ରହିବ । ଏହି ନୂଆଦର ଆଜି ମଧ୍ୟ ରାତ୍ରିରୁ  ଲାଗୁହେବ। ସେହିଅନୁଯ଼ାୟୀ ଡିଜେଲ ରେ 4ପ୍ରତିଶତ ଭ୍ୟାଟ ଘଟାଇବା ପରେ ଡିଜେଲର ନୂଆଦାମ 60.77ଟଙ୍କା ପ୍ରତି ଲିଟର ରହିବ।

ଗତ ସପ୍ତାହରେ ଧର୍ମେନ୍ଦ୍ର ପ୍ରଧାନ ବିହାରର ମୁଖ୍ୟମନ୍ତ୍ରୀ ନିତିଶ କୁମାରଙ୍କୁ ଭେଟି ରାଜ୍ୟରେ ପେଟ୍ରୋଲ ଓ ଡିଜେଲରୁ ଆଦାୟ କରାଯ଼ାଉଥିବା ଭ୍ୟାଟରୁ ଅତିକମରେ 5ପ୍ରତିଶତ କମ କରିବାକୁ ନିବେଦନ କରିଥିଲେ।  କିଛି ଦିନ ତଳେ ତୈଳ ଉପରେ ଉତ୍ପାଦନ ଶୁଳ୍କକୁ ୨ ଟଙ୍କା ହ୍ରାସ କରିବା ପରେ ଧର୍ମେନ୍ଦ୍ର ପ୍ରଧାନ ଭାଟ୍ ଛାଡ଼ ପାଇଁ ଓଡ଼ିଶା ସରକାରଙ୍କୁ ଅପିଲ କରିଥିଲେ।

ତେବେ କେନ୍ଦ୍ରର ଏହି ଆବେଦନକୁ ଅଗ୍ରାହ୍ୟ କରିଦେଇଥିଲେ ରାଜ୍ୟ ସରକାର। ଏ ସଂପର୍କରେ ରାଜ୍ୟ ଅର୍ଥମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ ଯେ ଓଡିଶା ସରକାର ପେଟ୍ରୋଲ ଓ ଡିଜେଲ ଉପରୁ ଭାଟ ଛାଡ କରିବେ ନାହିଁ ।

କେନ୍ଦ୍ରର ୨ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ଯୋଗୁଁ ରାଜ୍ୟ କ୍ଷତି ସହୁଛି। କେନ୍ଦ୍ର ୧.୧୬ ଟଙ୍କା କ୍ଷତି ସହୁଥିବା ବେଳେ ରାଜ୍ୟର କ୍ଷତି ୧.୩୬ ଟଙ୍କା ହେଉଥିଲା। ତେଣୁ ଭାଟ ଛାଡକରିବା ପ୍ରଶ୍ନ ଉଠୁନି ବୋଲି ଶଶିଭୂଷଣ ବେହେରା କହିଥିଲେ।  ସୂଚନା ଯୋଗ୍ୟ ଯେ, ତେବେ ତୈଳ ଉପରୁ ଉତ୍ପାଦ ଶୁଳ୍କ ହ୍ରାସ ପରେ ପେଟ୍ରୋଲ ଲିଟର ପ୍ରତି ୨. ୫୦ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୨.୨୫ ଟଙ୍କା  କମିଥିଲା।

 

Related story