ଖାମୋସ୍‌ ହୋଇଗଲେ ବିହାରୀ ବାବୁ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଯିଏ ପରଦାରେ ଖାମୋସ୍‌ କହିଦେଲେ, ଚୁପ୍‌ ହୋଇ ଯାଉଥିଲେ ସମସ୍ତେ, ଏବେ କିନ୍ତୁ ସେ ହୋଇଯାଇଛନ୍ତି ଚୁପ୍‌। ବିହାରର ପାଟଣା ସାହିବ ଲୋକସଭା ଆସନରୁ କଂଗ୍ରେସ ଟିକେଟରୁ ଲୋକସଭାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥର ଜିତିଥିଲେ ହାଟ୍ରିକ ମାରିଥାନ୍ତେ ଏହି ବିହାରୀ ବାବୁ। କିନ୍ତୁ ତାଙ୍କ ସବୁ ଆଶା ଧୂଳିସାତ କରିଦେଲେ  ଭାରତୀୟ ଜନତା ପାର୍ଟି ଟିକେଟରୁ ଛିଡା ହୋଇଥିବା ରବିଶଙ୍କର  । ନିଜ ପରାଜୟକୁ […]

satrughan-1..

Niharika Rout
  • Published: Friday, 24 May 2019
  • , Updated: 24 May 2019, 01:02 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର):  ଯିଏ ପରଦାରେ ଖାମୋସ୍‌ କହିଦେଲେ, ଚୁପ୍‌ ହୋଇ ଯାଉଥିଲେ ସମସ୍ତେ, ଏବେ କିନ୍ତୁ ସେ ହୋଇଯାଇଛନ୍ତି ଚୁପ୍‌। ବିହାରର ପାଟଣା ସାହିବ ଲୋକସଭା ଆସନରୁ କଂଗ୍ରେସ ଟିକେଟରୁ ଲୋକସଭାକୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଶତ୍ରୁଘ୍ନ ସିହ୍ନା ଶେଷରେ ପରାଜୟର ସମ୍ମୁଖୀନ ହୋଇଛନ୍ତି। ଏଥର ଜିତିଥିଲେ ହାଟ୍ରିକ ମାରିଥାନ୍ତେ ଏହି ବିହାରୀ ବାବୁ। କିନ୍ତୁ ତାଙ୍କ ସବୁ ଆଶା ଧୂଳିସାତ କରିଦେଲେ  ଭାରତୀୟ ଜନତା ପାର୍ଟି ଟିକେଟରୁ ଛିଡା ହୋଇଥିବା ରବିଶଙ୍କର  ।

ନିଜ ପରାଜୟକୁ ସ୍ୱୀକାର କରି ସାରିଥିବା ବଲିଉଡର ଏହି ଭେଟେରାନ ଆକ୍ଟର ଆଉ ଏବେ କୌଣସି ଟକ୍କର ମୁଡରେ ନାହାନ୍ତି। କି ପରସ୍ପରର ଦୋଷ ଦୁର୍ବଳତାକୁ ବି ଖୋଜିବାକୁ ଚାହୁଁ ନାହାନ୍ତି। ପ୍ରତିଦ୍ୱନ୍ଦ୍ୱୀ ରବିଶଙ୍କରଙ୍କୁ ଜଣେ ଭଦ୍ର ଲୋକ ବୋଲି ସେ ସମ୍ବୋଧନ କରିଛନ୍ତି। ସେ ଜଣେ ସମ୍ଭ୍ରାନ୍ତ ବ୍ୟକ୍ତିତ୍ୱର ଅଧିକାରୀ ହୋଇଥିବା ବେଳେ ପାଟନାର ଜନସାଧାରଣ ତାଙ୍କୁ ବିଜୟୀ କରାଇଛନ୍ତି।

ପାଟନା ଏ ପର୍ଯ୍ୟନ୍ତ ସ୍ମାର୍ଟ ସିଟି ହୋଇ ପାରିନଥିବା ବେଳେ ଏଠାକାର ଲୋକେ ଏବେ ବି ଦାରିଦ୍ର ସୀମାରେଖା ତଳେ ରହିଛନ୍ତି। ପୂର୍ବରୁ କେନ୍ଦ୍ରରେ ଟେଲି କମ୍ୟୁନିକେସ କ୍ଷେତ୍ରରେ ମନ୍ତ୍ରୀପଦ ସମ୍ଭାଳିଥିବା ରବିଶଙ୍କର ଏଥର ବିହାର ଭାଗ୍ୟରେ ପରିବର୍ତ୍ତନ ଆଣିବେ ବୋଲି ତାଙ୍କର ଦୃଢ ବିଶ୍ୱାସ ରହିଛି।

ବିହାରି ପରି ରାଜ୍ୟକୁ ପୁଞ୍ଜିନିବେଶର ଆବଶ୍ୟକତା ଥିବା ବେଳେ ସେ ଏଠାକୁ ଆଇଟି କମ୍ପାନୀ ଆଣିବାରେ ସକ୍ଷମ ହେବେ ବୋଲି ତାଙ୍କର ବିଶ୍ୱାସ ରହିଛି। ନିଜେ କ୍ଷମତାକୁ ଆସିଥିଲେ ଶିକ୍ଷା, ପରୀକ୍ଷା ପରିଚାଳନା ଓ ରୋଜଗାରକୁ ପ୍ରାଥମିକତା ଦେଇଥାନ୍ତେ। ହେଲେ ରବିଶଙ୍କର ଏ ଦିଗରେ ମଧ୍ୟ ଭଲ କାମ କରିବେ ବୋଲି କହିଛନ୍ତି ଶତ୍ରୁଘ୍ନ ସିହ୍ନା।

Related story