ପରଲୋକରେ ପୂର୍ବତନ ଜନସଂଘ ନେତା ପରମେଶ୍ୱରନ୍‌

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ଭାରତୀୟ ଜନସଂଘର ପୂର୍ବତନ ନେତା ପି ପରମେଶ୍ୱରନ୍‌ଙ୍କର ପରଲୋକ ହୋଇଛି। ରବିବାର ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା। ଭାରତୀୟ ବିଚାର କେନ୍ଦ୍ରମ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ପରମେଶ୍ୱରନ୍‌ଙ୍କର ରାତି ୧୨.୧୦ ବେଳକୁ ମୃତ୍ୟୁ ହୋଇଛି। ସେ କେରଳର ପାଲାକ୍କାଡ୍‌ ଜିଲ୍ଲାର ଓଟ୍ଟାପ୍ପାଲମ୍‌ଠାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା ଚାଲୁ ରହିଥିଲା। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ […]

RSS-pracharaka

Subrat Kumar Nayak
  • Published: Sunday, 09 February 2020
  • , Updated: 09 February 2020, 05:22 PM IST

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବରିଷ୍ଠ ପ୍ରଚାରକ ତଥା ଭାରତୀୟ ଜନସଂଘର ପୂର୍ବତନ ନେତା ପି ପରମେଶ୍ୱରନ୍‌ଙ୍କର ପରଲୋକ ହୋଇଛି। ରବିବାର ତାଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୯୧ ବର୍ଷ ବୟସ ହୋଇଥିଲା।

ଭାରତୀୟ ବିଚାର କେନ୍ଦ୍ରମ୍‌ର ପ୍ରତିଷ୍ଠାତା ନିର୍ଦ୍ଦେଶକ ପରମେଶ୍ୱରନ୍‌ଙ୍କର ରାତି ୧୨.୧୦ ବେଳକୁ ମୃତ୍ୟୁ ହୋଇଛି। ସେ କେରଳର ପାଲାକ୍କାଡ୍‌ ଜିଲ୍ଲାର ଓଟ୍ଟାପ୍ପାଲମ୍‌ଠାରେ ତାଙ୍କର ଆର୍ୟୁବେଦିକ ଚିକିତ୍ସା ଚାଲୁ ରହିଥିଲା।

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ, ଅଟଳ ବିହାରୀ ବାଜପେୟୀ ଏବଂ ଲାଲକୃଷ୍ଣ ଆଡଭାନୀ ଆଦିଙ୍କ ସହ କାମ କରିସାରିଥିବା ପରମେଶ୍ୱରନ୍‌ ୨୦୧୮ରେ ଦେଶର ଦ୍ୱିତୀୟ ସର୍ବୋଚ୍ଚ ବେସାମରିକ ସମ୍ମାନ ପଦ୍ମ ବିଭୂଷଣରେ ସମ୍ମାନିତ ହୋଇସାରିଛନ୍ତି। ୨୦୦୪ ମସିହାରେ ସେ ପଦ୍ମଶ୍ରୀ ସମ୍ମାନ ପାଇଥିଲେ।

ସେ ୧୯୬୭-୭୧ରେ ଭାରତୀୟ ଜନସଂଘର ସମ୍ପାଦକ ଭାବେ ଏବଂ ୧୯୭୧-୭୭ ଉପସଭାପତି ଭାବେ ଦାୟିତ୍ୱ ତୁଲାଇଥିଲେ। ୧୯୭୭-୮୨ ମସିହାରେ ସେ ଦୀନଦାୟଲ ଗବେଷଣା ପ୍ରତିଷ୍ଠାନର ନିର୍ଦ୍ଦେଶକ ଦାୟିତ୍ୱରେ ଥିଲେ। ସେ ଛାତ୍ରଜୀବନରୁ ହିଁ ସଂଘ ପ୍ରତି ଆକର୍ଷିତ ହୋଇଥିଲେ ଏବଂ ଇମର୍ଜେନ୍ସି ସମୟରେ ୧୬ ମାସ ଜେଲରେ ଥିଲେ। ୧୯୮୨ ମସିହାରେ ତାଙ୍କ ଦ୍ୱାରା ପ୍ରତିଷ୍ଠିତ ଭାରତୀୟ ବିଚାର କେନ୍ଦ୍ରମ୍ କେରଳ ଲୋକଙ୍କ ମଧ୍ୟରେ ରାଷ୍ଟ୍ରବାଦୀ ଚିନ୍ତାଧାରାକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କାର୍ଯ୍ୟ କରୁଥିଲା।

Related story