ପାଣି ପିଇ ଟ୍ୟାପ୍‌ ବନ୍ଦ କରୁଛି ମାଙ୍କଡ଼, ମଣିଷ ଶିଖିବ କେବେ?

ନୂଆଦିଲ୍ଲୀ: ଦିନକୁ ଦିନ ଜଳ ସଙ୍କଟର ମାତ୍ରା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏକ ମାଙ୍କଡ଼ର ଟିକ୍‌ଟକ୍‌ ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ଅଛି ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ସେ ମନଭରି ପାଣି ପିଇବା ପରେ ଟ୍ୟାପ୍‌ ବନ୍ଦ କରୁଛି ଏବଂ ତାପରେ ଯାଇ ସେଠାରୁ ବିଦାୟ ନେଉଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ୱାଇ କୁରେଶୀ ଟ୍ୱିଟରରେ ଏହି ଭିଡିଓଟି ଶେୟାର କରିବା ପରେ ଏହା ଲୋକଲୋଚନକୁ ଆସିଛି। What a beautiful message for humans! […]

Monkey

Subrat Kumar Nayak
  • Published: Friday, 02 August 2019
  • , Updated: 02 August 2019, 07:14 PM IST

ନୂଆଦିଲ୍ଲୀ: ଦିନକୁ ଦିନ ଜଳ ସଙ୍କଟର ମାତ୍ରା ବଢ଼ିବାରେ ଲାଗିଛି। ଏଭଳି ସ୍ଥିତିରେ ଏକ ମାଙ୍କଡ଼ର ଟିକ୍‌ଟକ୍‌ ଭିଡିଓ ବର୍ତ୍ତମାନ ଚର୍ଚ୍ଚାରେ ଅଛି ଯେଉଁଥିରେ ସ୍ପଷ୍ଟ ଦେଖାଯାଉଛି ସେ ମନଭରି ପାଣି ପିଇବା ପରେ ଟ୍ୟାପ୍‌ ବନ୍ଦ କରୁଛି ଏବଂ ତାପରେ ଯାଇ ସେଠାରୁ ବିଦାୟ ନେଉଛି। ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏସ୍‌ୱାଇ କୁରେଶୀ ଟ୍ୱିଟରରେ ଏହି ଭିଡିଓଟି ଶେୟାର କରିବା ପରେ ଏହା ଲୋକଲୋଚନକୁ ଆସିଛି।
https://twitter.com/DrSYQuraishi/status/1156990787445383168

ତେବେ ଏହି ଭିଡିଓଟି ଏଡିଟେଡ୍‌ ବା କେହି ଯୋଡ଼ା ଯୋଡ଼ି କରି ପ୍ରସ୍ତୁତ କରିନି, ଏହା ସତରେ ଘଟିଥିବା ସ୍ପଷ୍ଟ ଜଣାପଡ଼ୁଛି। ଏହି ଭିଡିଓଟି ଅପ୍‌ଲୋଡ୍‌ ହେବାପରେ ୫୦୦୦ ଥର ଶେୟାର ହୋଇସାରିଲାଣି। ଏପରିକି ଏହି ଭିଡିଓଟିକୁ ପ୍ରାୟ ୧୭ ହଜାର ଲୋକ ପସନ୍ଦ କରିସାରିଲେଣି।
https://twitter.com/amSudhakarReddy/status/1157236315521314817
https://twitter.com/ShaktiShekhar/status/1157204033792143362
https://twitter.com/cne1963/status/1157083242723307520
ମଣିଷଠାରୁ ମାଙ୍କଡ଼ଟି ଯେ ଅଧିକ ଦାଯିତ୍ୱସମ୍ପନ୍ନ ଓ ସଚେତନ, ତାହା ଏଥିରୁ ଜଣାପଡ଼ୁଛି ବୋଲି ଭିଡିଓଟିକୁ ଦେଖି କେତେଜଣ ମନ୍ତବ୍ୟ ଦେଇଛନ୍ତି। ଜଣେ ଟ୍ୱିଟର ବ୍ୟବହାରକାରୀ ଲେଖିଛନ୍ତି, ମୁଁ ଏବେବି ଆଶ୍ଚର୍ଯ୍ୟ ହେଉଛି ଗୋଟିଏ ମାଙ୍କଡ଼ କେମିତି ଜଳ ବଞ୍ଚାଇବା କଥା ଭାବିପାରିଲା ଏବଂ ଟ୍ୟାପ୍‌ ବନ୍ଦ କରିବା ସେ କୋଉଠୁ ଶିଖିଲା। ଆଉ ଜଣେ ଲେଖିଛନ୍ତି, ପଶୁଙ୍କ କାର୍ଯ୍ୟକଳାପ ସତରେ ମଣିଷଙ୍କଠାରୁ ଭଲ। ଜଣେ ଟ୍ୱିଟର ବ୍ୟବହାରକାରୀ କୁମାର ଶକ୍ତି ଶେଖର ଲେଖିଛନ୍ତି, “ଜଳ ନଷ୍ଟ ହେବାକୁ ନଦେବା ପାଇଁ ମାଙ୍କଡ଼ଟି ଟ୍ୟାପ୍‌ ବନ୍ଦ କରିଦେଉଛି। ଦୁଃଖର କଥା ଅନେକ ମଣିଷ ଜଳର ମୂଲ୍ୟ ବୁଝିପାରନ୍ତିନି। ସେମାନେ ଟ୍ୟାପ୍‌ ବନ୍ଦ ନକରି ଜଳ ନଷ୍ଟ କରିଥା’ନ୍ତି। ସତରେ ଏହା ଏକ ସୁନ୍ଦର ବାର୍ତ୍ତା।”

Related story