ରାସ୍ତାକଡ଼ରେ ପରିସ୍ରା କଲେ ମନ୍ତ୍ରୀ, ଭିଡିଓ ଭାଇରାଲ୍

ମୁମ୍ବାଇ: ମହାରାଷ୍ଟ୍ରର ଜଳ ସଂରକ୍ଷଣ ମନ୍ତ୍ରୀ ରାମ ଶିନ୍ଦେଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି। ଏଥିରେ ସେ ରାସ୍ତାକଡ଼ରେ ପରିସ୍ରା କରୁଥିବା ନଜର ଆସୁଛନ୍ତି। ତେବେ ଭିଡିଓଟି ଭାଇରାଲ୍ ହେବା ପରେ ସେ ଏନେଇ ସଫେଇ ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଯୋଜନାଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ତାହା ତଦାରଖ କରିବା ପାଇଁ ସେ ଗତମାସରେ ରାଜ୍ୟର ବିଭିନ୍ନ ସ୍ଥାନକୁ ନିରନ୍ତର ଯାତ୍ରା କରିଥିଲେ। ଉଚ୍ଚ ତାପମାତ୍ରା ଓ ଧୂଳିରେ […]

ramshinde

Rakesh Mallick
  • Published: Monday, 20 November 2017
  • , Updated: 20 November 2017, 10:46 AM IST

ମୁମ୍ବାଇ: ମହାରାଷ୍ଟ୍ରର ଜଳ ସଂରକ୍ଷଣ ମନ୍ତ୍ରୀ ରାମ ଶିନ୍ଦେଙ୍କ ଏକ ଭିଡିଓ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଯାଇଛି। ଏଥିରେ ସେ ରାସ୍ତାକଡ଼ରେ ପରିସ୍ରା କରୁଥିବା ନଜର ଆସୁଛନ୍ତି। ତେବେ ଭିଡିଓଟି ଭାଇରାଲ୍ ହେବା ପରେ ସେ ଏନେଇ ସଫେଇ ଦେଇଛନ୍ତି।

ମନ୍ତ୍ରୀ କହିଛନ୍ତି, ସରକାରଙ୍କ ଯୋଜନାଗୁଡ଼ିକ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି ନା ନାହିଁ ତାହା ତଦାରଖ କରିବା ପାଇଁ ସେ ଗତମାସରେ ରାଜ୍ୟର ବିଭିନ୍ନ ସ୍ଥାନକୁ ନିରନ୍ତର ଯାତ୍ରା କରିଥିଲେ। ଉଚ୍ଚ ତାପମାତ୍ରା ଓ ଧୂଳିରେ ଅଧିକ ଯାତ୍ରା ଯୋଗୁଁ ତାଙ୍କ ଦେହ ଖରାପ ହୋଇଯାଇଥିଲା। ଯାତ୍ରା ବେଳେ ଟଏଲେଟ୍ ନଥିବାରୁ ବାଧ୍ୟ ହୋଇ ସେ ରାସ୍ତାକଡ଼ରେ ପରିସ୍ରା କରିଥିଲେ।

ଭାଇରାଲ୍ ଭିଡିରେ ମନ୍ତ୍ରୀ ସୋଲାପୁର-ବାର୍ଶୀ ରାସ୍ତାର ଏକ ସ୍ଥାନରେ ପରିସ୍ରା କରୁଥିବା ଦେଖିବାକୁ ମିଳିଛି।

Related story