ହାତୁଡ଼ିରେ ପିଟିଲେ ମଧ୍ୟ ଅଣ୍ଡା ଫାଟୁନାହିଁ, ଖାଦ୍ୟ ପାଇଁ ସଂଘର୍ଷ କରୁଛନ୍ତି ଦେଶର ଯବାନ

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ବରଫାବୃତ୍ତ ପାହାଡ଼ରେ ମୁତୟନ ଥିବା ଦେଶର ଯବାନମାନେ ଏବେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏମିତି ନୁହେଁ ଯେ, ସେମାନଙ୍କ ପାଖରେ ଖାଦ୍ୟ ପଦାର୍ଥ ନାହିଁ। କିନ୍ତୁ ଅତ୍ୟଧିକ ଥଣ୍ଡା ଯୋଗୁ ସେମାନେ ସେସବୁ ଖାଦ୍ୟ ଜିନିଷକୁ ଖାଇ ପାରୁ ନାହାନ୍ତି। ଅବସ୍ଥା ଏମିତି ଯେ ଅଣ୍ଡାକୁ ହାତୁଡ଼ିରେ ପିଟିଲେ ବି ଫାଟୁ ନାହିଁ। ଏ ନେଇ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଇଣ୍ଡିଆନ୍‌ ମିଲିଟାରି ଏକାଡେମୀ, ଡେରାଡୁନ୍‌ […]

Eggs Don't Break With Hammer

Subhransu Sekhar
  • Published: Sunday, 09 June 2019
  • , Updated: 09 June 2019, 11:33 AM IST

ନୂଆଦିଲ୍ଲୀ: ଦେଶର ସୁରକ୍ଷା ପାଇଁ ବରଫାବୃତ୍ତ ପାହାଡ଼ରେ ମୁତୟନ ଥିବା ଦେଶର ଯବାନମାନେ ଏବେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ଏମିତି ନୁହେଁ ଯେ, ସେମାନଙ୍କ ପାଖରେ ଖାଦ୍ୟ ପଦାର୍ଥ ନାହିଁ। କିନ୍ତୁ ଅତ୍ୟଧିକ ଥଣ୍ଡା ଯୋଗୁ ସେମାନେ ସେସବୁ ଖାଦ୍ୟ ଜିନିଷକୁ ଖାଇ ପାରୁ ନାହାନ୍ତି। ଅବସ୍ଥା ଏମିତି ଯେ ଅଣ୍ଡାକୁ ହାତୁଡ଼ିରେ ପିଟିଲେ ବି ଫାଟୁ ନାହିଁ। ଏ ନେଇ ଏକ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଇଣ୍ଡିଆନ୍‌ ମିଲିଟାରି ଏକାଡେମୀ, ଡେରାଡୁନ୍‌ ନାଁରେ ସୋଶାଲ୍‌ ମିଡିଆରେ ଏହି ଭିଡିଓଟି ପୋଷ୍ଟ୍ ହୋଇଛି।

ଏହି ବରଫାବୃତ୍ତ ଅଞ୍ଚଳଟି ସିଆଚେନ ବୋଲି ଜଣାପଡ଼ିଛି, ଯାହା ସମୁଦ୍ରପତନ ଠାରୁ ୨୦ ହଜାର ଫୁଟ୍ ଉଚ୍ଚରେ ରହିଛି। ଭିଡିଓଟିରେ ତିନି ଜଣ ଯବାନ ଅଛନ୍ତି। ସେମାନଙ୍କ ସମ୍ମୁଖରେ ଏକ ଟେବୁଲ୍‌ରେ କିଛି ଖାଦ୍ୟ ପଦାର୍ଥ ରହିଛି। ଏଥିରେ ଜଣେ ଯବାନ ଏକ ଜୁସ୍ ପ୍ୟାକେଟ୍‌ ଖୋଲୁଛନ୍ତି। ଜୁସ୍‌ ପୂରା ବରଫ ପାଲଟି ଯାଇଛି, ଯାହାକୁ ହାତୁଡ଼ିରେ ପିଟିଲେ ମଧ୍ୟ ତାହା ଭାଙ୍ଗୁ ନାହିଁ। ସେହିପରି ସେମାନେ ଅଣ୍ଡାକୁ ହାତୁଡ଼ିରେ ପିଟୁଥିବା ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି। ଆଳୁ, ଟମାଟୋ ଆଦିକୁ ସେମାନେ ହାତୁଡ଼ିରେ ପିଟି ଫଟାଇବାକୁ ଚେଷ୍ଟା କରୁଛନ୍ତି।

ଭିଡିଓଟିରେ ଜଣେ ଯବାନ ଦେଇଥିବା ସୂଚନାରୁ ଜଣାପଡ଼ିଛି ଯେ, ଏବେ ସେଠାରେ ତାପମାତ୍ରା ମାଇନସ୍‌ ୭୦ ଡିଗ୍ରୀ ସେଲସିୟସ ରହିଛି।

https://www.facebook.com/IMA.Dehradun.Uk/videos/364614397587955/

Related story