ବିହାର ନିର୍ବାଚନ: ୫ହଜାର ଛାତ୍ରୀଙ୍କୁ ମାଗଣାରେ ସ୍କୁଟି ଓ ପେଟ୍ରୋଲ୍ ଦେବ ବିଜେପି

ପାଟନା: ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ। ଆଉ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି, ଜେଡିୟୁ, ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିବା ସହିତ ବହୁତ ପ୍ରକାର ଘୋଷଣା କରୁଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଘୋଷଣା କରିଛି ଯେ ତାଙ୍କ ଦଳ ନେତୃତ୍ୱାଧୀନ ଏନଡିଏ ରାଜ୍ୟରେ କ୍ଷମତାକୁ ଆସିଲେ ଝିଅମାନଙ୍କୁ ମାଗଣାରେ ସ୍କୁଟି ସହିତ ପେଟ୍ରୋଲ ବି ଦିଆଯିବ। ବିହାରର ବିଜେପି ନେତା ସୁଶୀଲ […]

sushilmodi

Rakesh Mallick
  • Published: Saturday, 03 October 2015
  • , Updated: 03 October 2015, 11:39 AM IST

ପାଟନା: ପାଖେଇ ଆସିଲାଣି ବିହାର ବିଧାନସଭା ନିର୍ବାଚନ। ଆଉ ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି, ଜେଡିୟୁ, ରାଷ୍ଟ୍ରୀୟ ଜନତା ଦଳ ଓ କଂଗ୍ରେସ ସମେତ ଅନ୍ୟ ଦଳଗୁଡ଼ିକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିବା ସହିତ ବହୁତ ପ୍ରକାର ଘୋଷଣା କରୁଛନ୍ତି। ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଜେପି ଘୋଷଣା କରିଛି ଯେ ତାଙ୍କ ଦଳ ନେତୃତ୍ୱାଧୀନ ଏନଡିଏ ରାଜ୍ୟରେ କ୍ଷମତାକୁ ଆସିଲେ ଝିଅମାନଙ୍କୁ ମାଗଣାରେ ସ୍କୁଟି ସହିତ ପେଟ୍ରୋଲ ବି ଦିଆଯିବ। ବିହାରର ବିଜେପି ନେତା ସୁଶୀଲ ମୋଦି କହିଛନ୍ତି ଯେ ତାଙ୍କ ଦଳ ରାଜ୍ୟରେ ସରକାର ଗଢ଼ିଲେ ୫୦୦୦ ଛାତ୍ରୀଙ୍କୁ ସ୍କୁଟି ପ୍ରଦାନ କରାଯିବ। ମାଟ୍ରିକ୍ ଓ ଯୁକ୍ତ ଦୁଇରେ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ୫୦୦୦ ଛାତ୍ରୀଙ୍କୁ ସ୍କୁଟି ଦିଆଯିବ ଓ ତା’ସହିତ ଦୁଇ ବର୍ଷ ପର୍ଯ୍ୟନ୍ତ ସେମାନଙ୍କୁ ମାଗଣାରେ ପେଟ୍ରୋଲ୍ ବି ଦିଆଯିବ।

ବିହାର ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରକାଶ କରିଥିବା ଭିଜନ୍ ଡକ୍ୟୁମେଣ୍ଟର ଏକ ଆକର୍ଷଣୀୟ ଅଂଶ ହେଉଛି ଛାତ୍ରୀଙ୍କୁ ସ୍କୁଟି ବଣ୍ଟନ। ଗତ ଗୁରୁବାର କେନ୍ଦ୍ର ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ ବିଜେପିର ଏହି ଭିଜନ୍ ଡକ୍ୟୁମେଣ୍ଟର  ଉନ୍ମୋଚନ କରିଥିଲେ। ଏହା ପରେ ଜେଡିୟୁ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ବ୍ୟଙ୍ଗ କରି କହିଥିଲେ ଯେ ଦୁଇ ଚକିଆଗୁଡ଼ିକୁ ଚାଲିବା ପାଇଁ ପେଟ୍ରୋଲ୍ କିଏ ଦେବ। ଆଉ ତା’ରି ଜବାବ ରଖି ସୁଶୀଲ ମୋଦି କହିଛନ୍ତି ଯେ ଯଦି ଆମେ ନିଷ୍ପତ୍ତି ନେଇଛୁ ସ୍କୁଟି ଦେବାକୁ ତା’ହେଲେ ପେଟ୍ରୋଲ୍ କେଉଁଠାରୁ ଆସିବା ସେଥିନେଇ କେହି ମୁଣ୍ଡ ଖେଳାଇବା ଦରକାର ନାହିଁ। ଆମେ ଯାହାକୁ ସ୍କୁଟି ଦେବୁ ସେମାନଙ୍କୁ ପେଟ୍ରୋଲ୍ ମଧ୍ୟ ଦେବୁ।

ସୁଶୀଲ ମୋଦି ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟରେ ଏନଡିଏ ସରକାର ଗଠନ କଲେ ବିପିଏଲ୍ ପରିବାରଗୁଡ଼ିକୁ ମାଗଣା ଏଲପିଜି ଗ୍ୟାସ୍ ସଂଯୋଗ ଦିଆଯିବ।

Related story