ଲଣ୍ଡନ: ପଳାତକ ମଦ ସମ୍ରାଟ୍ ବିଜୟ ମାଲ୍ୟାଙ୍କୁ ବ୍ରିଟେନରେ ଝଟକା। ପୁଣି ଥରେ ବ୍ରିଟେନ କୋର୍ଟ ଝଟକା ଦେଇଛି ମାଲ୍ୟାଙ୍କୁ। ଭାରତକୁ ପ୍ରତ୍ୟର୍ପଣ ମାମଲାରେ ସୁପ୍ରିମକୋର୍ଟ ଯିବା ପାଇଁ ମାଲ୍ୟାଙ୍କ ଅନୁମତି ଆବେଦନକୁ ବ୍ରିଟେନ୍ ହାଇକୋର୍ଟ ଖାରଜ କରିଦେଇଛନ୍ତି। ସୂଚନାଯୋଗ୍ୟ, ଏହି ଆବେଦନ ଖାରଜ ହେବା ପରେ ମାଲ୍ୟାଙ୍କ ପାଖରେ ଆଉ କୌଣସି ରାସ୍ତା ନାହିଁ। ଏବେ ଭାରତକୁ ଫେରିବା ନେଇ ମାଲ୍ୟାଙ୍କ ପାଖରେ ଆଉ ୨୮ ଦିନ ରହିଛି।
ଏବେ ମାଲ୍ୟାଙ୍କ ପ୍ରତ୍ୟର୍ପଣ କାଗଜପତ୍ରରେ ୨୮ ଦିନ ମଧ୍ୟରେ ବ୍ରିଟେନର ଗୃହ ସଚିବ ହସ୍ତାକ୍ଷର କରିବେ। ଏହି ହସ୍ତାକ୍ଷର ପରେ ମାଲ୍ୟାଙ୍କୁ ବ୍ରିଟେନ ସରକାର ଭାରତକୁ ହସ୍ତାନ୍ତର କରିବେ। ଏହାର ଛଅ ମାସ ପୂର୍ବରୁ ବ୍ରିଟେନ୍ ହାଇକୋର୍ଟ ବିଜୟ ମାଲ୍ୟା ପ୍ରତ୍ୟର୍ପଣ ବିରୋଧ ଆବେଦନକୁ ଖାରଜ କରିଦେଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ମୁମ୍ବାଇ ୨୬/୧୧ ହମଲାକୁ ପୂରିଲା ୧୬ ବର୍ଷ: ଆତଙ୍କୀଙ୍କୁ କଡ଼ା ବାର୍ତ୍ତା ଦେଲେ ମୋଦି
ମୁମ୍ବାଇ ୨୬/୧୧ ହମଲାର ୧୬ ବର୍ଷ ପୂର୍ତ୍ତିରେ ଆତଙ୍କବାଦୀ ଓ ସେମାନଙ୍କ ଆକ୍କାମାନଙ୍କୁ କଡ଼ା ବାର୍ତ୍ତା ଦେଇଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
Crime
ସର୍ଭିସ ଆପାର୍ଟମେଣ୍ଟକୁ ଏକାଠି ଯାଇଥିଲେ, ୩ ଦିନ ପରେ ମିଳିଲା ପ୍ରେମିକାଙ୍କ ମୃତଦେହ
ଆପାର୍ଟମେଣ୍ଟ ଭିତରୁ ୩ ଦିନ ପରେ ମିଳିଛି ଯୁବତୀଙ୍କ କ୍ଷତାକ୍ତ ମୃତଦେହ। ତାଙ୍କ ପ୍ରେମିକ ସେଠାରେ ନଥିବାରୁ ସେ ହିଁ ପୂରା ଘଟଣାର କାର୍ପଟଦାର ବୋଲି ପୁଲିସ ସନ୍ଦେହ କରୁଛି।
National
ରାହୁଲ ଗାନ୍ଧିଙ୍କ ଦ୍ୱୈତ ନାଗରିକତା ପ୍ରସଙ୍ଗ: କେନ୍ଦ୍ରକୁ ଜବାବ ମାଗିଲେ କୋର୍ଟ
ଆଜିର ଏହାର ଶୁଶାଣି ବେଳେ କେନ୍ଦ୍ର ସରକାର ଘଟଣାର ଯାଞ୍ଚ କରୁଥିବା କୋର୍ଟଙ୍କୁ ଅବଗତ କରାଇଛନ୍ତି। ଏହା ଶୁଣିବା ପରେ କୋର୍ଟ କେନ୍ଦ୍ର ସରକାରଙ୍କୁ ବିସ୍ତୃତ ତଥ୍ୟ ଦେବାକୁ ୩ ସପ୍ତାହର ସମୟ ଦେଇଛନ୍ତି।
National
ରାସ୍ତାରେ ବହିଲା ରକ୍ତର ସ୍ରୋତ! ଲୋକେ ଭୟଭୀତ
ରାସ୍ତାରେ ଯେମିତି ରକ୍ତର ସ୍ରୋତ ଚାଲିଛି ବୋଲି ଆଶଙ୍କା କରି ଲୋକମାନେ ପୂରା ଆତଙ୍କିତ ହୋଇପଡ଼ିଥିଲେ।