ଲାଲକିଲ୍ଲାରେ ବିଜୟାଦଶମୀ

ନୂଆଦିଲ୍ଲୀ: ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ।    ଆଜି ବିଜୟା ଦଶମୀ ପାଳନ ସହ ଜଗତଜନନୀଙ୍କ ଶାରଦୀୟ ଦୂର୍ଗାପୂଜା ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦଶହରା ପର୍ବର ଅନ୍ତିମ ଚରଣ ତଥା ବିଜୟା ଦଶମୀ ଅବସରରେ ଆଜି ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ଆୟୋଜିତ ହେଉଛି। ଦିଲ୍ଲୀର ଲାଲକିଲ୍ଲାରେ ରାବଣପୋଡି ଉତ୍ସବର ଆୟୋଜନ ହୋଇଛି । ଏଥିରେ ରାଷ୍ଟ୍ରପତି ରାମନାଥ […]

modi-dussehra-3

Rakesh Mallick
  • Published: Saturday, 30 September 2017
  • , Updated: 30 September 2017, 02:49 PM IST

ନୂଆଦିଲ୍ଲୀ: ଅଧର୍ମ ଉପରେ ଧର୍ମ ଓ ପାପ ଉପରେ ପୁଣ୍ୟର ବିଜୟର ପ୍ରତୀକ ଭାବେ ଆଜି ପାଳିତ ହେଉଛି ପବିତ୍ର ବିଜୟାଦଶମୀ।    ଆଜି ବିଜୟା ଦଶମୀ ପାଳନ ସହ ଜଗତଜନନୀଙ୍କ ଶାରଦୀୟ ଦୂର୍ଗାପୂଜା ମଧ୍ୟ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ଦଶହରା ପର୍ବର ଅନ୍ତିମ ଚରଣ ତଥା ବିଜୟା ଦଶମୀ ଅବସରରେ ଆଜି ଦେଶର ବିଭିନ୍ନ ସ୍ଥାନରେ ରାବଣ ପୋଡି ଉତ୍ସବ ଆୟୋଜିତ ହେଉଛି।

ଦିଲ୍ଲୀର ଲାଲକିଲ୍ଲାରେ ରାବଣପୋଡି ଉତ୍ସବର ଆୟୋଜନ ହୋଇଛି । ଏଥିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସମେତ ଅନ୍ୟାନ୍ୟ ପ୍ରମୁଖ କେନ୍ଦ୍ରମନ୍ତ୍ରୀ ଯୋଗ ଦେଇଥିଲେ। ରାଷ୍ଟପତି କୋବିନ୍ଦ କହିଛନ୍ତି ଯେ, ରାଷ୍ଟ୍ରର ଉନ୍ନତି ପାଇଁ ସମସ୍ତଙ୍କର ସହଯୋଗ ରହିବା ଜରୁରୀ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନିଜର ଅଭିଭାଷଣ ରଖିଥିଲେ।

Related story