ଲ୍ୟାଣ୍ଡର ବିକ୍ରମର ଲ୍ୟାଣ୍ଡିଂ ସ୍ଥଳର ଫଟୋ ଜାରି କଲା ନାସା

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି। ଆମେରିକୀୟ ମହାକାଶ ସଂସ୍ଥା ନାସା ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନର ଏକ ଫଟୋ ଟୁଇଟ୍ କରି ଶେୟାର କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ନାସା ଜାରି କରିଥିବା ଫଟୋ ଅନୁଯାୟୀ ଏକ ଆବଡ଼ା ଖାବଡ଼ା […]

VIKRAM LANDER HARD LANDING SURFACE

Subhransu Sekhar
  • Published: Friday, 27 September 2019
  • , Updated: 29 September 2019, 08:13 AM IST

ନୂଆଦିଲ୍ଲୀ: ମିଶନ ଚନ୍ଦ୍ରଯାନ-୨ରେ ଇସ୍ରୋ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ପୃଷ୍ଠରେ ହାର୍ଡ ଲ୍ୟାଣ୍ଡିଂ କରିଛି। ଆମେରିକୀୟ ମହାକାଶ ସଂସ୍ଥା ନାସା ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଥିବା ସ୍ଥାନର ଏକ ଫଟୋ ଟୁଇଟ୍ କରି ଶେୟାର କରିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମ ସଫ୍ଚ ଲ୍ୟାଣ୍ଡିଂ କରିବାକୁ ଯାଇ ହାର୍ଡ ଲ୍ୟାଣ୍ଡିଂ କରିବା ପରେ ଇସ୍ରୋ ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ନାସା ଜାରି କରିଥିବା ଫଟୋ ଅନୁଯାୟୀ ଏକ ଆବଡ଼ା ଖାବଡ଼ା ସ୍ଥାନ କିମ୍ୱା ପଥୁରିଆ ଜାଗାରେ ଲ୍ୟାଣ୍ଡର ବିକ୍ରମ ଲ୍ୟାଣ୍ଡିଂ କରିଛି। ଚନ୍ଦ୍ର ଚାରିପଟେ ଘୁରିବୁଲୁଥିବା ଅର୍ବିଟରର ଥର୍ମାଲ ଫଟୋ ଜରିଆରେ ନାସା ଏହି ଫଟୋ ଜାରି କରିଛି।

ଜ୍ୟୋତିର୍ବିଦଙ୍କ ଅନୁସାରେ ପୃଥିବୀର ୧୪ ଦିନ ଚନ୍ଦ୍ରର ଗୋଟିଏ ଦିନ ସହିତ ସମାନ। ସେପ୍ଟେମ୍ୱର ୨୦ ପରଠୁ ସେଠାରେ ସୂର୍ଯ୍ୟାସ୍ତ ହୋଇଛି ଓ ଅନ୍ଧାର ମାଡ଼ି ଆସିଛି। ଏହା ୧୪ ଦିନ ରହିବ। ଏହାପରେ ପୁଣି ସୂର୍ଯ୍ୟ କିରଣ ପଡ଼ିଲେ ବିକ୍ରମ ଲ୍ୟାଣ୍ଡର ବାବଦରେ ସୂଚନା ମିଳିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସେପ୍ଟେମ୍ୱର ୭-୮ ତାରିଖରେ ବିକ୍ରମ ଲ୍ୟାଣ୍ଡର ଚନ୍ଦ୍ରଠୁ ୨.୧ କିଲୋମିଟର ଦୂରରେ ଥିବା ବେଳେ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହାପରେ ମିଶନ ଚନ୍ଦ୍ରଯାନ ୯୫ ପ୍ରତିଶତ ସଫଳ ହୋଇଛି ବୋଲି ଇସ୍ରୋ ମୁଖ୍ୟ କେ.ଶିବନ କହିଥିଲେ। ଏହାର ୧୪ ଦିନ ପରେ କେ. ଶିବନ କହିଥିଲେ ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ର ନିକଟରେ ପହଞ୍ଚିବା ପାଇଁ ଆଉ ୩୦୦ ମିଟର ଦୂର ଥିଲା। ଏହାପରେ ମିଶନ ଚନ୍ଦ୍ରଯାନ ୯୮ ପ୍ରତିଶତ ସଫଳ ହୋଇଛି ବୋଲି କହିଥିଲେ।

Related story