ଭାରତ ଉପରେ ଆକ୍ରମଣ କଲା ଚୀନ: ସୋସିଆଲ୍‌ ମିଡିଆରେ ମିଛ ମେସେଜ୍‌ ଭାଇରାଲ୍‌

ଭୁବନେଶ୍ୱର: ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଅନେକ ଖବର ବା ଘଟଣା ସମ୍ନାକୁ ଆସେ ଯାହା ସମାଜରେ ଏକ ପ୍ରକାର ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟିକରେ। ଖବରର କିଛି ସତ୍ୟତା ନ ଥିବା ବେଳେ ଏହା ଏତେ ଜୋର୍‌ରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ବେଶ ପ୍ରଭାବିତ କରିଥାଏ। ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଯାହା ଆପଣଙ୍କ ମନରେ ଅତି ସହଜରେ ଭୟ ସୃଷ୍ଟି କରିଥିବ। ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ଯେ […]

whatsaap

Rakesh Mallick
  • Published: Thursday, 03 August 2017
  • , Updated: 03 August 2017, 04:52 PM IST

ଭୁବନେଶ୍ୱର: ବିଭିନ୍ନ ସମୟରେ ସୋସିଆଲ ମିଡିଆରେ ଅନେକ ଖବର ବା ଘଟଣା ସମ୍ନାକୁ ଆସେ ଯାହା ସମାଜରେ ଏକ ପ୍ରକାର ବିଭ୍ରାନ୍ତିକର ପରିସ୍ଥିତି ସୃଷ୍ଟିକରେ। ଖବରର କିଛି ସତ୍ୟତା ନ ଥିବା ବେଳେ ଏହା ଏତେ ଜୋର୍‌ରେ ଭାଇରାଲ ହୋଇଥାଏ, ଯାହା ଲୋକଙ୍କୁ ବେଶ ପ୍ରଭାବିତ କରିଥାଏ। ଏମିତି ଏକ ଖବର ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି ଯାହା ଆପଣଙ୍କ ମନରେ ଅତି ସହଜରେ ଭୟ ସୃଷ୍ଟି କରିଥିବ। ସୋସିଆଲ୍‌ ମିଡିଆରେ ଘୁରି ବୁଲୁଛି ଯେ ଭାରତ ଉପରେ ଚୀନ ଆକ୍ରମଣ କରିଦେଇଛି। ଯେଉଁଥିରେ ଭାରତର ଅନେକ ସେନା ଆହତ ହୋଇଛନ୍ତି। ସୀମାରେ ଡୋକଲାମ୍‌ ବିବାଦକୁ ନେଇ ଚୀନ ଓ ଭାରତ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ତିବ୍ର ରୁପ ନେଇଛି ବୋଲି ସୋସିଆଲ ମିଡିଆରେ ଏହା ଭାଇରାଲ ହୋଇଛି।

ଅନ୍ୟପଟ ଏଭଳି  ଘଟଣାରେ କୌଣସି ସତ୍ୟତା ନଥିବା ବେଳେ ଏହି ଖବର ଭାଇରଲ୍‌ ହୋଇଥିବାରୁ ଲୋକଙ୍କ ମଧ୍ୟରେ ଏକ ହଟଚମଟ ସୃଷ୍ଟି ହୋଇଛି। କିଏ ଓ କେଉଁ ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ଏହି ଖବର ଛାଡୁଛି ତାହା ସ୍ପଷ୍ଟ ହୋଇନାହିଁ। ବିଶେଷ କରି ହ୍ୱାଟ୍ସଆପରେ ଏମିତି  ମେସେଜ୍‌ ଭାଇରାଲ ହୋଇଛି। ସାଇବର ବିଭାଗ ଏହା ଉପରେ ଅଧିକ ତଦନ୍ତ କଲେ ଏପରି ମିଛ ଖବର ପ୍ରଚାର କରୁଥିବା ଲୋକଙ୍କୁ ଧରି ହୁଅନ୍ତା।

Related story