ଘରେ ପଶିଗଲା ବିଶାଳକାୟ ଗୋଧି, ଲୋକେ ଛାନିଆ

ନୂଆଦିଲ୍ଲୀ: ଯେବେଠାରୁ ଲୋକେ କରୋନା ମହାମାରୀ କାରଣରୁ ଘରେ ରହୁଛନ୍ତି ସେବେଠାରୁ ଲୋକେ ବାହାରେ ବୁଲୁଥିବା ସ୍ଥାନଗୁଡ଼ିକରେ ବିଭିନ୍ନ ଜୀବଜନ୍ତୁ ଓ ସରିସୃପଙ୍କୁ ଦେଖିବାକୁ ମିଳୁଛି। ଏହିକ୍ରମରେ ଘର ମଧ୍ୟରେ ଏକ ବିଶାଳକାୟ ଗୋଧି ପଶିଥିବା ଫଟୋ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି। ଆପଣ ପୂର୍ବରୁ ଦେଖିଥିବେ ଗାଁ ଗହଳି କିମ୍ୱା ଜଙ୍ଗଲରେ ଗୋଧି ବୁଲୁଥିବାର। ହେଲେ ଖୋଦ ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ବିଶାଳକାୟ ଗୋଧି। ଜଣେ ବ୍ୟକ୍ତିଙ୍କ ଘର ଅଗଣାରେ ବିଶାଳୟକାୟ […]

h

Hemant Lenka
  • Published: Saturday, 11 July 2020
  • , Updated: 11 July 2020, 11:13 AM IST

ନୂଆଦିଲ୍ଲୀ: ଯେବେଠାରୁ ଲୋକେ କରୋନା ମହାମାରୀ କାରଣରୁ ଘରେ ରହୁଛନ୍ତି ସେବେଠାରୁ ଲୋକେ ବାହାରେ ବୁଲୁଥିବା ସ୍ଥାନଗୁଡ଼ିକରେ ବିଭିନ୍ନ ଜୀବଜନ୍ତୁ ଓ ସରିସୃପଙ୍କୁ ଦେଖିବାକୁ ମିଳୁଛି। ଏହିକ୍ରମରେ ଘର ମଧ୍ୟରେ ଏକ ବିଶାଳକାୟ ଗୋଧି ପଶିଥିବା ଫଟୋ ଟ୍ୱିଟରରେ ଭାଇରାଲ ହେବାରେ ଲାଗିଛି।

ଆପଣ ପୂର୍ବରୁ ଦେଖିଥିବେ ଗାଁ ଗହଳି କିମ୍ୱା ଜଙ୍ଗଲରେ ଗୋଧି ବୁଲୁଥିବାର। ହେଲେ ଖୋଦ ଦେଶର ରାଜଧାନୀ ଦିଲ୍ଲୀରେ ଦେଖିବାକୁ ମିଳିଛି ଏକ ବିଶାଳକାୟ ଗୋଧି। ଜଣେ ବ୍ୟକ୍ତିଙ୍କ ଘର ଅଗଣାରେ ବିଶାଳୟକାୟ ଗୋଧି ବୁଲୁ ଥିବାର ଦେଖିବାକୁ ମିଳିଛି।


ଗୋଧି ବୁଲୁଥିବାରୁ ଫଟୋ ଇଣ୍ଡିଆନ ପୁଲିସ ସର୍ଭିସ (ଆଇପିଏସ) ଅଧିକାରୀ ଏଚଜିଏସ ଧଲିୱାଲ ଟ୍ୱିଟରରେ ଶେୟାର କରିଛନ୍ତି। ସେ ଏଥିରେ କ୍ୟାପସନ ଦେଇ ଲେଖିଛନ୍ତି ଯେ, ଏହି ଜୀବଟି ଦିଲ୍ଲୀରେ ଜଣଙ୍କ ଘରେ ଦେଖିବାକୁ ମିଳିଛି।

ଏହି ଫଟୋଟି ଟ୍ୱିଟରରେ ପୋଷ୍ଟ ହେବା ପରେ ବର୍ତ୍ତମାନ ଟ୍ରେଣ୍ଡିଂ କରୁଛି। ଏବେସୁଦ୍ଧା ୧ ହଜାରରୁ ଅଧିକ ଲୋକ ଫଟୋଟିକୁ ରି-ଟ୍ୱିଟ କରିଥିବା ବେଳେ ୬ ହଜାରରୁ ଅଧିକ ଲୋକ ଏହାକୁ ଲାଇକ କରିଛନ୍ତି। ତେବେ ଆଇପିଏସ ଅଧିକାରୀ ଫଟୋଟି ଦିଲ୍ଲୀର ଛତରପୁର ଅଞ୍ଚଳର ବୋଲି ନିଶ୍ଚିତ କରିଛନ୍ତି ।

Related story