ଭିସା ନିୟମ ଉଲ୍ଲଂଘନ ଅଭିଯୋଗ; ଶ୍ରୀଲଙ୍କାରେ ୪ ଭାରତୀୟ ଗିରଫ

କଲମ୍ବୋ: ଭିସା ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ଶ୍ରୀଲଙ୍କାରେ ୪ ଜଣ ଭାରତୀୟ ଗିରଫ ହୋଇଛନ୍ତି। ଶ୍ରୀଲଙ୍କାର ପୂର୍ବରେ ଥିବା କାଲମୁନାଇରେ ସେମାନଙ୍କୁ ଗିରଫ କରାଯାଇଛି। ଏହି ୪ ଜଣ ପର୍ଯ୍ୟଟକ ଭିସାରେ ଶ୍ରୀଲଙ୍କା ଆସିଥିବା ବେଳେ ବ୍ୟବସାୟ କରୁଥିବା ନେଇ ଅଭିଯୋଗ ହେବା ପରେ ସେମାନଙ୍କୁ କାଲମୁନାଇ ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ ବିଭିନ୍ନ ପ୍ରକାର ଆୟୁର୍ବେଦିକ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି। କାଲମୁନାଇ ପୋଲିସ୍ କହିଛି ଯେ ଏହା ପୂର୍ବରୁ ମଧ୍ୟ […]

map-sri-lanka-

Rakesh Mallick
  • Published: Sunday, 23 August 2015
  • , Updated: 04 May 2017, 03:45 PM IST

କଲମ୍ବୋ: ଭିସା ନିୟମ ଉଲଙ୍ଘନ କରିଥିବା ଅଭିଯୋଗରେ ଶ୍ରୀଲଙ୍କାରେ ୪ ଜଣ ଭାରତୀୟ ଗିରଫ ହୋଇଛନ୍ତି। ଶ୍ରୀଲଙ୍କାର ପୂର୍ବରେ ଥିବା କାଲମୁନାଇରେ ସେମାନଙ୍କୁ ଗିରଫ କରାଯାଇଛି। ଏହି ୪ ଜଣ ପର୍ଯ୍ୟଟକ ଭିସାରେ ଶ୍ରୀଲଙ୍କା ଆସିଥିବା ବେଳେ ବ୍ୟବସାୟ କରୁଥିବା ନେଇ ଅଭିଯୋଗ ହେବା ପରେ ସେମାନଙ୍କୁ କାଲମୁନାଇ ପୋଲିସ୍ ଗିରଫ କରିଛି। ସେମାନଙ୍କଠାରୁ ବିଭିନ୍ନ ପ୍ରକାର ଆୟୁର୍ବେଦିକ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।

କାଲମୁନାଇ ପୋଲିସ୍ କହିଛି ଯେ ଏହା ପୂର୍ବରୁ ମଧ୍ୟ ଭିସା ନିୟମ ଉଲ୍ଲଂଘନ ନେଇ କିଛି ଭାରତୀୟଙ୍କୁ ଗିରଫ କରାଯାଇଥିଲା। ସେମାନେ ପର୍ଯ୍ୟଟକ ଭାବେ ଆସି ଏଠାରେ କପଡ଼ା ବ୍ୟବସାୟ କରୁଥିଲେ।

 

 

Related story