ଭିଭୋ ଆଣିଲା X21ର କଲର ଭ୍ୟାରିଆଣ୍ଟ, ଜାଣନ୍ତୁ କ’ଣ ରହିଛି ଫିଚର

ନୂଆଦିଲ୍ଲୀ: FIFA World Cup ୨୦୧୮ ପୂର୍ବରୁ ଚାଇନିଜ୍ ସ୍ମାର୍ଟଫୋନ୍‌ କମ୍ପାନୀ ଭିଭୋ X21 ମଡେଲର କଲର ଭ୍ୟାରିୟାଣ୍ଟ ଲଞ୍ଚ୍ କରିଦେଇଛି। କମ୍ପାନୀ ଫିଫା ସହ ୨୦୧୮ ଓ ୨୦୨୨ ୱାର୍ଲଡ୍‌କପ୍‌ ଇଭେଣ୍ଟ ପାଇଁ ହାତ ମିଳେଇଛି। ଚଳିତ ବର୍ଷ ଫିଫା ୱାର୍ଲଡ୍‌କପ୍‌ ରଶିଆରେ ହେବ। ୨୦୨୨ରେ ଏହା କତର୍‌ରେ ହେବ। ଭିଭୋ ନିଜର ଲାଟେସ୍ଟ ଫ୍ଲାଗସିପ୍ ସ୍ମାର୍ଟପୋନ୍‌ ଭିଭୋ X21କୁ ଫିଫା ୱାର୍ଲଡ୍‌କପ୍‌ ଏଡିସନ୍‌ରେ ଲଞ୍ଚ୍ କରିଛି। ଫୋନ୍‌ ତିବତ୍ତିଆନ୍ ବ୍ଲୁ ଓ ଭିକ୍ଟରି ରେଡ୍‌ […]

h-555

Rakesh Mallick
  • Published: Monday, 21 May 2018
  • , Updated: 21 May 2018, 03:26 PM IST

ନୂଆଦିଲ୍ଲୀ: FIFA World Cup ୨୦୧୮ ପୂର୍ବରୁ ଚାଇନିଜ୍ ସ୍ମାର୍ଟଫୋନ୍‌ କମ୍ପାନୀ ଭିଭୋ X21 ମଡେଲର କଲର ଭ୍ୟାରିୟାଣ୍ଟ ଲଞ୍ଚ୍ କରିଦେଇଛି। କମ୍ପାନୀ ଫିଫା ସହ ୨୦୧୮ ଓ ୨୦୨୨ ୱାର୍ଲଡ୍‌କପ୍‌ ଇଭେଣ୍ଟ ପାଇଁ ହାତ ମିଳେଇଛି। ଚଳିତ ବର୍ଷ ଫିଫା ୱାର୍ଲଡ୍‌କପ୍‌ ରଶିଆରେ ହେବ। ୨୦୨୨ରେ ଏହା କତର୍‌ରେ ହେବ। ଭିଭୋ ନିଜର ଲାଟେସ୍ଟ ଫ୍ଲାଗସିପ୍ ସ୍ମାର୍ଟପୋନ୍‌ ଭିଭୋ X21କୁ ଫିଫା ୱାର୍ଲଡ୍‌କପ୍‌ ଏଡିସନ୍‌ରେ ଲଞ୍ଚ୍ କରିଛି। ଫୋନ୍‌ ତିବତ୍ତିଆନ୍ ବ୍ଲୁ ଓ ଭିକ୍ଟରି ରେଡ୍‌ କଲର୍‌ରେ ଉପଲବ୍ଧ। ଭିଭୋ X21 ମେ ୨୨ରୁ ଚିନ୍‌ରେ ବିକ୍ରି ଆରମ୍ଭ ହୋଇଯିବ। କମ୍ପାନୀ ଫୋନର ଦାମ୍‌ ୩୮,୩୦୦ ଟଙ୍କା ରଖିଛି।

 ଭିଭୋ X21ର ଫିଚର୍

ଫୋନ୍ ୬.୨୮ର ଫୁଲ୍‌ ଏଚ୍‌ଡି ଓ ସୁପର ଏମୋଲେଡ୍ ଡିସପ୍ଲେ ରହିଛି। ଏହାର ରିଜୋଲ୍ୟୁସନ ୨୨୮୦×୧୦୮୦ ପିକ୍ସେଲ ରହିଛି। ଡିଭାଇସ୍‌ଟି ଅକ୍ଟା-କୋର୍ ସ୍ନାପଡ୍ରାଗନ ୬୬୦ ପ୍ରୋସେସରରେ କାମ କରେ। ଏଥିରେ କମ୍ପାନୀ ୬ଜିବି ରାମ୍‌ ଓ ୧୨୮ ଜିବି ଇଣ୍ଟରନାଲ ଷ୍ଟୋରେଜ ଦେଇଛି। ଏହି ଷ୍ଟୋରେଜକୁ ମାଇକ୍ରୋ ଏସଡି କାର୍ଡରେ ୨୫୬ ଜିବି ଯାଏଁ ବଢ଼ାଇ ହେବ। ଏଥିରେ ୧୨ ମେଗା ପିକ୍ସେଲ ଓ ୫ ମେଗାପିକ୍ସେଲର ଡ୍ୟୁଆଲ ରିୟର କ୍ୟାମେରା ଥିବା ବେଳେ ୧୨ ମେଗାପିକ୍ସେଲର ଫ୍ରଣ୍ଟ କ୍ୟାମେରା ଦିଆଯାଇଛି। ଫୋନ୍‌ଟି ଆଣ୍ଡ୍ରଏଡ୍ ୮.୧ ଓରିଓ ଅପରେଟିଂ ସିଷ୍ଟମରେ କାମ କରେ। ଫୋନ୍‌ରେ ୩୨୦୦mhର ବ୍ୟାଟେରୀ ରହିଛି। ଫୋନ୍‌ଟି ଡ୍ୟୁଆଲ ସିମ୍‌କୁ ସପୋର୍ଟ କରେ। କନେକ୍ଟିଭିଟି ପାଇଁ ଏଥିରେ , 4G VoLTE, beFHeF 802.11ac, ବ୍ଲୁଟୁଥ୍ ୫.୦, ୩.୫ ଜିପିଏସ୍‌, ୩.୫ ମିମି ଅଡିଓ ଜ୍ୟାକ୍ ଭଳି ଫିଚର୍‌ ସବୁ ରହିଛି।

Related story