ଭୋଡ଼ାଫୋନ୍‌ର ଧମାକାଦାର ଅଫର: ୨୯୯ ଟଙ୍କାର ୮୪ ଦିନ ପାଇଁ 84GB ଡାଟା

ନୂଆଦିଲ୍ଲୀ: ଜିଓ ଓ ଏୟାରଟେଲ୍‌ ମଧ୍ୟରେ ନୂଆ ନୂଆ ପ୍ଲାନକୁ ନେଇ ଟେଲିକମ୍‌ ଲଢେଇ ଚାଲିଛି। ଏବେ ଏଥିରେ ସାମିଲ ହୋଇଛି ଭୋଡାଫୋନ୍‌। ନିଜ ଗ୍ରାହକଙ୍କ ପାଇଁ ଭୋଡାଫୋନ କର୍ତ୍ତୃପକ୍ଷ ଧମାକାଦାର ଅଫର ଛାଡି ଟେଲିକମ୍‌ ବଜାରରେ ଚହଲ ପକାଇଛନ୍ତି। ଏହି ନୂଆ ପ୍ଲାନ୍‌ ଜରିଆରେ ମାତ୍ର ୨୯୯ ଟଙ୍କାରେ ପାଇ ପାରିବେ ୮୪ ଦିନ ପାଇଁ ୮୪ ଜିବିର ଡାଟା। ଏହା ଉଭୟ 3G ଓ 4G ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ। ଏହାସହ ଭୋଡାଫୋନରୁ ଭୋଡାଫୋନ୍‌କୁ […]

Vodafone-Logo-Red

Rakesh Mallick
  • Published: Saturday, 04 November 2017
  • , Updated: 04 November 2017, 04:55 PM IST

ନୂଆଦିଲ୍ଲୀ: ଜିଓ ଓ ଏୟାରଟେଲ୍‌ ମଧ୍ୟରେ ନୂଆ ନୂଆ ପ୍ଲାନକୁ ନେଇ ଟେଲିକମ୍‌ ଲଢେଇ ଚାଲିଛି। ଏବେ ଏଥିରେ ସାମିଲ ହୋଇଛି ଭୋଡାଫୋନ୍‌। ନିଜ ଗ୍ରାହକଙ୍କ ପାଇଁ ଭୋଡାଫୋନ କର୍ତ୍ତୃପକ୍ଷ ଧମାକାଦାର ଅଫର ଛାଡି ଟେଲିକମ୍‌ ବଜାରରେ ଚହଲ ପକାଇଛନ୍ତି। ଏହି ନୂଆ ପ୍ଲାନ୍‌ ଜରିଆରେ ମାତ୍ର ୨୯୯ ଟଙ୍କାରେ ପାଇ ପାରିବେ ୮୪ ଦିନ ପାଇଁ ୮୪ ଜିବିର ଡାଟା। ଏହା ଉଭୟ 3G ଓ 4G ଉପଭୋକ୍ତାଙ୍କ ପାଇଁ ଉପଲବ୍ଧ। ଏହାସହ ଭୋଡାଫୋନରୁ ଭୋଡାଫୋନ୍‌କୁ ଅନଲିମିଟେଡ କଲିଂ ବ୍ୟବସ୍ଥା କରାଯାଇଛି।

ଏହାପୂର୍ବରୁ ଭୋଡାଫୋନ୍ ପ୍ରଥମେ ନିଜର ପ୍ରିପେଡ ଗ୍ରାହକଙ୍କ ପାଇଁ ୪୯୬ ଟଙ୍କାରେ ୮୪ ଦିନିଆ ଡାଟା ପ୍ଲାନ ଲଞ୍ଚ କରିଥିଲା। ଏହାସହ ବଙ୍ଗେଲ ସର୍କଲରେ ପୋଟେର୍ବିଲିଟି ଜରିଆରେ ଯେଉଁମାନେ ଭୋଡାଫୋନ ଗ୍ରାହକ ହେବାକୁ ଚାହୁଁଛନ୍ତି ସେମାନେ ମଧ୍ୟ ଏହି ୨୯୯ ଟଙ୍କିଆ ପ୍ଲାନର ଲାଭ ଉଠାଇ ପାରିବେ।

ଆହୁରି ମଧ୍ୟ ପଢନ୍ତୁ: ବଜାରରେ ନୂଆ ସ୍ମାର୍ଟଫୋନ୍: ଜାଣନ୍ତୁ Redmi y1 ଓ y1 Liteରେ କ’ଣ ରହିଛି ଫିଚର

Related story