ପଞ୍ଜାବ ଗୁରୁଦାସପୁର ଉପନିର୍ବାଚନରେ ତ୍ରିମୁଖୀ ଲଢ଼େଇ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଜାବ ଗୁରୁଦାସପୁର ଲୋକସଭା ଆସନ ପାଇଁ ଅନୁଷ୍ଠିତ ହୋଇଛି ଉପନିର୍ବାଚନ। ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିଛନ୍ତି ପ୍ରାୟ ୧୫ ଲକ୍ଷ ଭୋଟର। ନିର୍ବାଚନୀ ମଇଦାନରେ ମୁଖତଃ ତ୍ରିମୁଖୀ ଲଢ଼େଇ ହେଉଛି। ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ କୁମାର ଜାକର, ବିଜେପିରୁ ପ୍ରାର୍ଥୀ ସ୍ୱର୍ଣ୍ଣ ସାଲାରିଆ ଓ ଆମ୍ ଆଦମୀ ପାର୍ଟିରୁ ଅବସରପ୍ରାପ୍ତ ମେଜର୍ ଜେନେରାଲ ସୁରେଶ କୁମାର ଖଜୁରୀଆ ମଧ୍ୟରେ ଲଢ଼େଇ ହେଉଛି। ଆସନ୍ତା ୧୫ରେ ଭୋଟ ଗଣତି ପରେ […]

by election

Rakesh Mallick
  • Published: Wednesday, 11 October 2017
  • , Updated: 11 October 2017, 03:40 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପଞ୍ଜାବ ଗୁରୁଦାସପୁର ଲୋକସଭା ଆସନ ପାଇଁ ଅନୁଷ୍ଠିତ ହୋଇଛି ଉପନିର୍ବାଚନ। ୧୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଦାରଣ କରିଛନ୍ତି ପ୍ରାୟ ୧୫ ଲକ୍ଷ ଭୋଟର। ନିର୍ବାଚନୀ ମଇଦାନରେ ମୁଖତଃ ତ୍ରିମୁଖୀ ଲଢ଼େଇ ହେଉଛି। ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ କୁମାର ଜାକର, ବିଜେପିରୁ ପ୍ରାର୍ଥୀ ସ୍ୱର୍ଣ୍ଣ ସାଲାରିଆ ଓ ଆମ୍ ଆଦମୀ ପାର୍ଟିରୁ ଅବସରପ୍ରାପ୍ତ ମେଜର୍ ଜେନେରାଲ ସୁରେଶ କୁମାର ଖଜୁରୀଆ ମଧ୍ୟରେ ଲଢ଼େଇ ହେଉଛି। ଆସନ୍ତା ୧୫ରେ ଭୋଟ ଗଣତି ପରେ ଫଳାଫଳ ଘୋଷଣା ହେବ। ଦେଶର ପ୍ରଥମ ପୋଲିଂ ବୁଥ୍ ଭାବେ ଭିଭିପାଟ୍ ଏହି ନିର୍ବାଚନରେ ବ୍ୟବହୃତ ହୋଇଛି। ଏପ୍ରେଲ ମାସରେ ଦିଗଙ୍ଗତ ନେତା ତଥା ଅଭିନେତା ବିନୋଦ ଖନ୍ନାଙ୍କ ମୃତ୍ୟୁ ପରେ ଗୁରୁଦାସପୁର ଆସନ ଖାଲି ପଡ଼ିଥିଲା।

Related story