ଗର୍ଭବତୀ ମହିଳାଙ୍କୁ କାନ୍ଧରେ ବୋହିଥିବା ଓଡ଼ିଆ ଡାକ୍ତରଙ୍କୁ ପ୍ରଶଂସା କଲେ ଭିଭିଏସ୍ ଲକ୍ଷ୍ମଣ, କହିଲେ ଓମକାର ହିରୋ  

ଭୁବନେଶ୍ୱର: ଡାକ୍ତର ଓମ୍‌କାର ହୋତାଙ୍କୁ ପ୍ରଂଶସା କଲେ ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ। ଆଜି ଟ୍ୱିଟ୍‌ କରି ଓମକାରଙ୍କ ପ୍ରୟାସ ଓ ପ୍ରଚେଷ୍ଟାକୁ ଭୁରୀ ଭୁରୀ ପ୍ରଂଶସା କରିଛନ୍ତି । ଏହାସହ ଓମ୍‌କାରଙ୍କଠାରୁ ବହୁ ବ୍ୟକ୍ତି ପ୍ରୋତ୍ସାହିତ ହେବେ ବୋଲି ଉଲ୍ଳେଖ କରିଛନ୍ତି ଲକ୍ଷ୍ମଣ । ଓମ୍‌କାରଙ୍କୁ ହିରୋ ବୋଲି ସମ୍ବୋଧନ କରି ଲକ୍ଷ୍ମଣ ଟ୍ୱିଟ୍‌ କରିଛନ୍ତି । କିଛି ଦିନ ତଳେ ମହତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଓମ୍‌କାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ […]

vvs-1-1

Rakesh Mallick
  • Published: Sunday, 12 November 2017
  • , Updated: 12 November 2017, 04:26 PM IST

ଭୁବନେଶ୍ୱର: ଡାକ୍ତର ଓମ୍‌କାର ହୋତାଙ୍କୁ ପ୍ରଂଶସା କଲେ ପୂର୍ବତନ କ୍ରିକେଟର ଭିଭିଏସ୍ ଲକ୍ଷ୍ମଣ। ଆଜି ଟ୍ୱିଟ୍‌ କରି ଓମକାରଙ୍କ ପ୍ରୟାସ ଓ ପ୍ରଚେଷ୍ଟାକୁ ଭୁରୀ ଭୁରୀ ପ୍ରଂଶସା କରିଛନ୍ତି । ଏହାସହ ଓମ୍‌କାରଙ୍କଠାରୁ ବହୁ ବ୍ୟକ୍ତି ପ୍ରୋତ୍ସାହିତ ହେବେ ବୋଲି ଉଲ୍ଳେଖ କରିଛନ୍ତି ଲକ୍ଷ୍ମଣ । ଓମ୍‌କାରଙ୍କୁ ହିରୋ ବୋଲି ସମ୍ବୋଧନ କରି ଲକ୍ଷ୍ମଣ ଟ୍ୱିଟ୍‌ କରିଛନ୍ତି । କିଛି ଦିନ ତଳେ ମହତ କାର୍ଯ୍ୟ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଡାକ୍ତର ଓମ୍‌କାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ମାଲକାନଗିରିରେ ଗର୍ଭବତୀ ମହିଳାଙ୍କୁ ଖଟୁଳୀରେ ବୋହି ନେଇଥିଲେ ଓମ୍‌କାର।  ପରିସ୍ଥିତିରେ ଗାଁର ଅନ୍ୟମାନେ ମହିଳାଙ୍କୁ ଛୁଇଁବାକୁ ମନା କରୁଥିଲେ। ସେହି ସମୟରେ ଡାକ୍ତର ଓମ୍‌କାରଙ୍କ ପ୍ରୟାସକୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଥିଲା।

ସୂଚନା ଯୋଗ୍ୟ ଯେ, ମାଲକାନଗିରି ଜିଲ୍ଲାର ଜଣେ ଗର୍ଭବତୀଙ୍କୁ ୧୦ କିମି କାନ୍ଧରେ ବୋହିନେଇ ମେଡିକାଲରେ ପହଞ୍ଚାଇ ଥିଲେ ଡାକ୍ତର ଓମ୍‌କାର। ତାଙ୍କର ଏ ପ୍ରକାର ସେବା  ଓ ସହାନଭୁତି ତାଙ୍କୁ ଜାତୀୟସ୍ତରରେ ପରିଚିତ କରାଇପାରିଛି। ଉପାନ୍ତ ଅଞ୍ଚଳର ନିସ୍ୱାର୍ଥପର ଭାବେ ଡାକ୍ତରୀ ସେବା ଯୋଗାଇବା ଏବଂ ଜଣେ ଗର୍ଭବତୀ ମହିଳାଙ୍କୁ ଜୀବନ ବଞ୍ଚାଇ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି ଓମ୍‌କାର।

ତାଙ୍କ ମତରେ ଆଜି ବି ଦୁର୍ଗମ ଅଞ୍ଚଳରେ ଅନେକ ଲୋକ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିନାହାନ୍ତି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଏମାନେ ବହୁତ ପଛରେ। ତେଣୁ ଏହି ଲୋକମାନଙ୍କୁ ହିଁ ଆଗାମୀ ଦିନରେ ସେବା ଯୋଗାଇ ଦେବା ତାଙ୍କର ଲକ୍ଷ୍ୟ  ବୋଲି ସେ କହିଛନ୍ତି।

Related story