ଭୋପାଳ: ମୁସଲମାନଙ୍କର ସହମତି ନଥିବା ସତ୍ତ୍ୱେ ବ୍ୟାପକ ସ୍କାମରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂଙ୍କ ଇସ୍ତଫା ଦାବିରେ ଗୁରୁବାର ମଧ୍ୟପ୍ରଦେଶ ବନ୍ଦ କରିବ କଂଗ୍ରେସ। ଏହାକୁ ନେଇ ବିଭିନ୍ନ ବର୍ଗରୁ ଅସନ୍ତୋଷ ପ୍ରକାଶ କରାଯାଇଥିବା ବେଳେ କଂଗ୍ରେସ ସାଧାରଣ ସମ୍ପାଦକ ତଥା ମଧ୍ୟପ୍ରଦେଶ ଦାୟିତ୍ୱରେ ଥିବା ମୋହନ ପ୍ରକାଶ କହିଛନ୍ତି ଯେ ବନ୍ଦରେ ସାମିଲ ହେବାକୁ ଦଳ କାହାରିକୁ ବାଧ୍ୟ କରୁନାହିଁ। ବ୍ୟବସାୟୀ ତଥା ସାଧାରଣ ଲୋକେ ଚାହିଁଲେ ଏଥିରେ ସାମିଲ ହୋଇପାରିବେ। ସେମାନେ ଆନ୍ଦୋଳନରେ ସାମିଲ ହେଲେ ଦଳ ସ୍ୱାଗତ କରିବ। ବନ୍ଦକୁ ସମ୍ପୂର୍ଣ୍ଣ ଭାବେ ଶାନ୍ତିପୂର୍ଣ୍ଣ କରାଯିବ।
ଆଉ ତିନିଦିନ ପରେ ଇଦ୍ ପଡୁଥିବାରୁ ଏହି ବନ୍ଦ ପାଳନ ମୁସଲମାନମାନଙ୍କ ପାଇଁ ପ୍ରସ୍ତୁତିରେ ବାଧକ ସାଜିବ ବୋଲି ହେଉଥିବା ଅଭିଯୋଗର ସମ୍ପର୍କରେ ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ ଏନେଇ ଦଳର କୌଣସି ମୁସଲମାନ ନେତା ଅଭିଯୋଗ କରିନାହାନ୍ତି। ଏପରିକି ଏହି ବନ୍ଦ ଇଦ୍ ପ୍ରସ୍ତୁତିରେ ବାଧକ ସାଜିବ ବୋଲି ଦଳର କୌଣସି ମୁସଲମାନ ନେତା କହି ନାହାନ୍ତି। ଅନ୍ୟପକ୍ଷରେ ମଧ୍ୟ ପ୍ରଦେଶର ଜଣେ କଂଗ୍ରେସ ମୁସଲମାନ ବିଧାୟକ ହରିଫ୍ ଅକୁସେଲ କହିଛନ୍ତି ଯେ ଦଳର ଏଭଳି ନିଷ୍ପତ୍ତିରେ ସେ ମର୍ମାହତ।