ଆସାମ ଗସ୍ତରେ ବୈଜୟନ୍ତ ପଣ୍ଡା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସାମ ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆସାମ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ବୈଜୟନ୍ତ ପଣ୍ଡା ପ୍ରଥମ ଥର ଲାଗି ରାଜ୍ୟ ଗସ୍ତରେ ଯାଇଛନ୍ତି। ଆଜି ଗୌହାଟୀ ବିମାନବନ୍ଦରରେ ପହଞ୍ଚିବା ପରେ ଆସାମ ବିଜେପି ସଭାପତି ରଣଜିତ ଦାସଙ୍କ ସହ ଅନ୍ୟ ବିଜେପି କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ। ବୈଜୟନ୍ତ ପଣ୍ଡାଙ୍କ ସହିତ ଆସାମ ବିଜେପିର ସହ ପ୍ରଭାରୀ ପବନ ଶର୍ମା ମଧ୍ୟ ଗୌହାଟୀ […]

jay-panda

Ranjit Kumar Jena
  • Published: Wednesday, 16 December 2020
  • , Updated: 16 December 2020, 02:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସାମ ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଆସାମ ବିଜେପି ପ୍ରଭାରୀ ଭାବେ ନିଯୁକ୍ତ ହେବା ପରେ ବୈଜୟନ୍ତ ପଣ୍ଡା ପ୍ରଥମ ଥର ଲାଗି ରାଜ୍ୟ ଗସ୍ତରେ ଯାଇଛନ୍ତି। ଆଜି ଗୌହାଟୀ ବିମାନବନ୍ଦରରେ ପହଞ୍ଚିବା ପରେ ଆସାମ ବିଜେପି ସଭାପତି ରଣଜିତ ଦାସଙ୍କ ସହ ଅନ୍ୟ ବିଜେପି କର୍ମୀମାନେ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ।

ବୈଜୟନ୍ତ ପଣ୍ଡାଙ୍କ ସହିତ ଆସାମ ବିଜେପିର ସହ ପ୍ରଭାରୀ ପବନ ଶର୍ମା ମଧ୍ୟ ଗୌହାଟୀ ଗସ୍ତରେ ଯାଇଛନ୍ତି। ଉଭୟ ଆସାମରେ ଦଳର ସାଙ୍ଗଠନିକ ସ୍ଥିତି ନେଇ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବେ।

ଏହାପୂର୍ବରୁ ବୈଜୟନ୍ତ ସଫଳତାର ସହ ମଣିପୁର ଉପନିର୍ବାଚନ ପରିଚାଳନା କରିବା ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହାପରେ ବୈଜୟନ୍ତ ପଣ୍ଡାଙ୍କୁ ଦିଲ୍ଲୀ ଓ ଆସାମ ବିଜେପିର ପ୍ରଭାରୀ ଦାୟିତ୍ୱ ଦିଆଯାଇଥିଲା।

Related story