ନିଜ କ୍ଷେପଣାସ୍ତ୍ରରେ ଧ୍ୱଂସ ହୋଇଥିଲା କି ଭାରତର ଏମଆଇ-୧୭ ହେଲିକପ୍ଟର୍‌

ନୂଆଦିଲ୍ଲୀ: ଫେବୃଆରୀ ୨୭ରେ ଜମ୍ମୁ-କଶ୍ମୀରର ବଡ଼ଗାମ୍‌ରେ ଠାରେ ଧ୍ୱଂସ ହୋଇଯାଇଥିବା ଭାରତୀୟ ବାୟୁ ସେନାର ଏମଆଇ-୧୭ ଭି-୫ ହେଲିକପ୍ଟରକୁ ନେଇ ଆଜି ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି। ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରଦିନ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ସହ ୬ ଜଣ ଭାରତୀୟ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଏଯାଏ ଏହି ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। କିନ୍ତୁ ପ୍ରତିରକ୍ଷା ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭାରତର ମିସାଇଲ୍‌ ମାଡ଼ରେ […]

rsa

Hemant Lenka
  • Published: Saturday, 30 March 2019
  • , Updated: 30 March 2019, 09:27 AM IST

ନୂଆଦିଲ୍ଲୀ: ଫେବୃଆରୀ ୨୭ରେ ଜମ୍ମୁ-କଶ୍ମୀରର ବଡ଼ଗାମ୍‌ରେ ଠାରେ ଧ୍ୱଂସ ହୋଇଯାଇଥିବା ଭାରତୀୟ ବାୟୁ ସେନାର ଏମଆଇ-୧୭ ଭି-୫ ହେଲିକପ୍ଟରକୁ ନେଇ ଆଜି ଏକ ଆଶ୍ଚର୍ଯ୍ୟଚକିତ କରିବା ଭଳି ଖବର ସାମ୍ନାକୁ ଆସିଛି।

ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ ପରଦିନ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହେବା ସହ ୬ ଜଣ ଭାରତୀୟ ବାୟୁସେନା କର୍ମଚାରୀଙ୍କ ମୃତ୍ୟୁ ଘଟିଥିଲା। ତେବେ ଏଯାଏ ଏହି ଦୁର୍ଘଟଣାର କାରଣ ଜଣାପଡ଼ି ନାହିଁ। କିନ୍ତୁ ପ୍ରତିରକ୍ଷା ବିଭାଗ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ଭାରତର ମିସାଇଲ୍‌ ମାଡ଼ରେ ହିଁ ଏଭଳି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

ଭାରତ ଫେବୃଆରୀ ୨୬ରେ ବାଲାକୋଟ୍‌ ସ୍ଥିତ ଜୈଶ କ୍ୟାମ୍ପ ଉପରେ ଏୟାର ଷ୍ଟ୍ରାଇକ୍‌ କରିଥିଲା। ଏହାର ବଦଲା ନେବାକୁ ଫେବୃଆରୀ ୨୭ରେ ଏକାଧିକ ପାକିସ୍ତାନ ଜେଟ୍‌ ଭାରତୀୟ ସୀମାକୁ ପ୍ରବେଶ କରିଥିଲେ। ଏଗୁଡ଼ିକୁ ଭାରତୀୟ ବାୟୁସେନା ଯବାନମାନେ ପ୍ରତିହତ କରିଥିଲେ। ଏହି ସମୟରେ ଭାରତ ପକ୍ଷରୁ ଗୁଳି ଏବଂ ମିସାଇଲ୍‌ ମାଡ଼ କରାଯାଇଥିଲା।

ସମ୍ଭବତଃ ଏହି ଅପରେଶନ ବେଳେ ଏକ ମିସାଇଲ୍‌ ଭୁଲବଶତଃ ଏମ୍‌ଆଇ-୧୭ ହେଲିକପ୍ଟରରେ ମାଡ଼ ହୋଇଥାଏ ପାରେ ବୋଲି ଆଶଙ୍କା କରାଯାଉଛି। ହେଲିକପ୍ଟରଟି ତଳେ ପଡ଼ିବା ପୂର୍ବରୁ ଏକ ବଡ଼ଧରଣର ଶବ୍ଦ ହୋଇଥିଲା ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି। ଏଥିସହ ଆକାଶରେ ଥିବା ବେଳେ ହିଁ ଏଥିରେ ନିଆଁ ଲାଗିଥିଲା। ତେଣୁ ମିସାଇଲ୍‌ ମାଡ଼ରେ ହିଁ ଏପରି ଘଟିଥାଇପାରେ ବୋଲି ଏହି ସୂତ୍ରରେ କୁହାଯାଇଛି।

ଭାରତର ଏମଆଇ-୧୭ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେବା ପରେ ପାକ୍‌ ପକ୍ଷରୁ ଏହାକୁ ଗୁଳି କରି ଖସାଇ ଦିଆଯାଇଥିବା ଦାବି କରାଯାଇଥିଲା। କିନ୍ତୁ ଏହା ପରବର୍ତ୍ତୀ ଅବସ୍ଥାରେ ମିଥ୍ୟା ବୋଲି ଜଣାପଡ଼ିଛି। ତେଣୁ ଘଟଣା ପରେ କୋର୍ଟ ଅଫ୍‌ ଇନ୍‌କ୍ୱାରୀ ନିର୍ଦ୍ଦେଶ ଦିଆଯାଇଥିଲା। ଏହାର ରିପୋର୍ଟ ଆସିବା ପରେ ହିଁ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିବ।

Related story