ପାକିସ୍ତାନର ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଉଠାଇବା ଉଚିତ: ମାର୍କ ଟୋନର

ୱାଶିଂଟନ: ଆତଙ୍କବାଦୀର ଆଡ୍ଡା ପାକିସ୍ତାନକୁ ଲାଗିଛି ଆଉ ଏକ ଝଟକା। ଆମେରିକାର ବୈଦେଶିକ ବିଭାଗର ଉପ-ପ୍ରବକ୍ତା ମାର୍କ ଟୋନର ପାକିସ୍ତାନର ମାଟିରେ ଆତଙ୍କବାଦକୁ ନଷ୍ଟ କରିବା ପାଇଁ ଆହ୍ୱାନ କରିଛନ୍ତି। ଟୋନର ଏହା ମଧ୍ୟ କହିଛନ୍ତି, ପାକିସ୍ତାନ ନିଜେ ମଧ୍ୟ ଆତଙ୍କବାଦର ଶିକାର ହେବା ସତ୍ତ୍ୱେ ଦେଶରେ ଆତଙ୍କବାଦକୁ ସହଯୋଗ କରାଯାଉଛି। ସେହି ଆତଙ୍କୀ ତତ୍ତ୍ୱ ଯାହାକୁ ପାକିସ୍ତାନ ନିଜ ଦେଶରେ ସୁରକ୍ଷା ପ୍ରଦାନ କରୁଛି ତାର ବିପକ୍ଷରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି […]

mark-toner

Rakesh Mallick
  • Published: Saturday, 15 October 2016
  • , Updated: 04 May 2017, 03:44 PM IST

ୱାଶିଂଟନ: ଆତଙ୍କବାଦୀର ଆଡ୍ଡା ପାକିସ୍ତାନକୁ ଲାଗିଛି ଆଉ ଏକ ଝଟକା। ଆମେରିକାର ବୈଦେଶିକ ବିଭାଗର ଉପ-ପ୍ରବକ୍ତା ମାର୍କ ଟୋନର ପାକିସ୍ତାନର ମାଟିରେ ଆତଙ୍କବାଦକୁ ନଷ୍ଟ କରିବା ପାଇଁ ଆହ୍ୱାନ କରିଛନ୍ତି। ଟୋନର ଏହା ମଧ୍ୟ କହିଛନ୍ତି, ପାକିସ୍ତାନ ନିଜେ ମଧ୍ୟ ଆତଙ୍କବାଦର ଶିକାର ହେବା ସତ୍ତ୍ୱେ ଦେଶରେ ଆତଙ୍କବାଦକୁ ସହଯୋଗ କରାଯାଉଛି। ସେହି ଆତଙ୍କୀ ତତ୍ତ୍ୱ ଯାହାକୁ ପାକିସ୍ତାନ ନିଜ ଦେଶରେ ସୁରକ୍ଷା ପ୍ରଦାନ କରୁଛି ତାର ବିପକ୍ଷରେ ଉଚିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ୍ ବୋଲି ଟୋନର ପ୍ରକାଶ କରିଛନ୍ତି।

ଏହା ପୂର୍ବରୁ କାଶ୍ମୀର ବିଷୟକୁ ନେଇ ପାକିସ୍ତାନ କରିଥିବା ଚେଷ୍ଟାକୁ ଆମେରିକା ଗ୍ରହଣ କରିନଥିଲା। ଫଳରେ ପାକିସ୍ତାନକୁ ଏକ ଶକ୍ତ ଝଟକା ଲାଗିଥିଲା। ଭାରତ ଦ୍ୱାରା ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ପରେ ଭୟଭୀତ ପାକିସ୍ତାନ ଦୁନିଆ ସାରା କାଶ୍ମର ବିଷୟକୁ ନେଇ ଆଲୋଚନା କରିବା ପାଇଁ ଚେଷ୍ଟା କରୁଛି।

Related story