ନୀତି ଆୟୋଗ ବୈଠକକୁ ମମତାଙ୍କ ବୟକଟ୍

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ କେନ୍ଦ୍ରର ଶାସକ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ପଶ୍ଚିମବଙ୍ଗବାସୀ କେନ୍ଦ୍ରର ଅନେକ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ଜୁନ ୧୫ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେନି ବୋଲି ସ୍ପଷ୍ଟ କରିବା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। କାରଣ ରାଜନୀତିକ ଆକ୍ରୋଶ ପାଇଁ ମୋଦିଙ୍କ ପ୍ରଥମ ସରକାରରେ ଅନେକ କେନ୍ଦ୍ରୀୟ ଯୋଜନା ପଶ୍ଚିମବଙ୍ଗ […]

mamata

Subhransu Sekhar
  • Published: Friday, 07 June 2019
  • , Updated: 07 June 2019, 02:16 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଶାସକ ଦଳ ତୃଣମୂଳ କଂଗ୍ରେସ ଏବଂ କେନ୍ଦ୍ରର ଶାସକ ଦଳ ଭାରତୀୟ ଜନତା ପାର୍ଟି ମଧ୍ୟରେ ଚାଲିଥିବା ବିବାଦ ଯୋଗୁ ପଶ୍ଚିମବଙ୍ଗବାସୀ କେନ୍ଦ୍ରର ଅନେକ ଯୋଜନାରୁ ବାଦ୍ ପଡ଼ିପାରନ୍ତି। ଜୁନ ୧୫ରେ ହେବାକୁ ଥିବା ନୀତି ଆୟୋଗ ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଯୋଗ ଦେବେନି ବୋଲି ସ୍ପଷ୍ଟ କରିବା ପରେ ଏଭଳି ଆଶଙ୍କା ପ୍ରକାଶ ପାଇଛି। କାରଣ ରାଜନୀତିକ ଆକ୍ରୋଶ ପାଇଁ ମୋଦିଙ୍କ ପ୍ରଥମ ସରକାରରେ ଅନେକ କେନ୍ଦ୍ରୀୟ ଯୋଜନା ପଶ୍ଚିମବଙ୍ଗ ସରକାର ଲାଗୁ କରିନଥିବା ଦେଖିବାକୁ ମିଳିଛି।

ମମତା ବାନାର୍ଜୀ ନୀତି ଆୟୋଗକୁ ଯିବେ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି। ନଯିବାର କାରଣ ଦର୍ଶାଇ ମମତା ଏହି ଚିଠିରେ ଉଲ୍ଲେଖ କରିଛନ୍ତି ଯେ ନୀତି ଆୟୋଗ ପାଖରେ ଅର୍ଥନୀତିକ କ୍ଷମତା ନାହିଁ ଏବଂ କୌଣସି ରାଜ୍ୟକୁ ସହଯୋଗ କରିବା ଭଳି ଅଧିକାର ମଧ୍ୟ ନାହିଁ। ତେଣୁ ଏହି ବୈଠକରେ ଯୋଗ ଦେବାକୁ ସେ ଉଚିତ୍ ମଣି ନାହାନ୍ତି ବୋଲି ମମତା ଉଲ୍ଲେଖ କରିଛନ୍ତି। ଏହି ବୈଠକରେ ସମସ୍ତ ରାଜ୍ୟର ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କୁ ଯୋଗ ଦେବା ପାଇଁ ନିମନ୍ତ୍ରଣ କରାଯାଇଛି।

ନିକଟରେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ହେଲେ ଏହି ଶପଥ ଗ୍ରହଣ ଉତ୍ସବର ରାଜନୀତିକ ଉଦ୍ଦେଶ୍ୟ ରହିଛି ବୋଲି କହି ମମତା ବାନାର୍ଜୀ ବୈଠକରେ ଯୋଗ ଦେଇନଥିଲେ। ଏମିତିକି ଇଭିଏମ ଦ୍ୱାରା ଚଳିତଥର ନିର୍ବାଚନ ହୋଇଥିବାରୁ ମୋଦିଙ୍କ ବିଜୟକୁ ସେ ଗ୍ରହଣ କରିପାରୁ ନାହାନ୍ତି ବୋଲି ନିଜେ ଲେଖିଥିବା ଏକ କବିତା ମାଧ୍ୟମରେ କହିଥିଲେ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନରେ ପଶ୍ଚିମବଙ୍ଗର ୪୨ ଲୋକସଭା ଆସନରୁ ବିଜେପି ୧୮ଟି, ଟିଏମସି ୨୨ଟି ଏବଂ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଛନ୍ତି। ଏହାପରେ ଟିଏମସିର କିଛି ବିଧାୟକ ଏବଂ ଅଧିକାଂଶ କର୍ପୋରେଟର ବିଜେପିରେ ଆସି ଯୋଗ ଦେଇଛନ୍ତି।

Related story