‘କୃଷି ଆଇନର ସମାଧାନ ଚାହୁଁନୁ, ଆମ ଆନ୍ଦୋଳନ ସରକାର ବିରୋଧରେ’

ନୂଆଦିଲ୍ଲୀ: ୫୦ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ଶୀତ କାକରରେ ଦିଲ୍ଲୀ ସୀମାରେ ପଡ଼ି ରହିଛନ୍ତି ହଜାର ହଜାର ଚାଷୀ। ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ହେଲେ ଏହି କମିଟି ଦ୍ୱାରା ସମସ୍ୟାର ସମାଧାନ ପାଇଁ ନାରାଜ ଆନ୍ଦୋଳନରତ ଚାଷୀ। ଆଇନକୁ ନେଇ ଥିବା ସମସ୍ୟାର ସମାଧାନ ଚାହୁଁ ନାହାନ୍ତି ବୋଲି ଚାଷୀ ନେତା ରାକେଶ ଟିକାଇତ ଆଜି ସ୍ପଷ୍ଟ କରିଛନ୍ତି। ଭାରତୀୟ କିଷାନ ୟୁନିଅନର ଏହି ନେତା କହିଛନ୍ତି, ସୁପ୍ରିମକୋର୍ଟ […]

rakesh

Subhransu Sekhar
  • Published: Wednesday, 13 January 2021
  • , Updated: 13 January 2021, 06:19 PM IST

ନୂଆଦିଲ୍ଲୀ: ୫୦ ଦିନରେ ପହଞ୍ଚିଛି ଚାଷୀ ଆନ୍ଦୋଳନ। ଶୀତ କାକରରେ ଦିଲ୍ଲୀ ସୀମାରେ ପଡ଼ି ରହିଛନ୍ତି ହଜାର ହଜାର ଚାଷୀ। ସମସ୍ୟାର ସମାଧାନ ପାଇଁ ସୁପ୍ରିମକୋର୍ଟ ଏକ କମିଟି ଗଠନ କରିଛନ୍ତି। ହେଲେ ଏହି କମିଟି ଦ୍ୱାରା ସମସ୍ୟାର ସମାଧାନ ପାଇଁ ନାରାଜ ଆନ୍ଦୋଳନରତ ଚାଷୀ। ଆଇନକୁ ନେଇ ଥିବା ସମସ୍ୟାର ସମାଧାନ ଚାହୁଁ ନାହାନ୍ତି ବୋଲି ଚାଷୀ ନେତା ରାକେଶ ଟିକାଇତ ଆଜି ସ୍ପଷ୍ଟ କରିଛନ୍ତି।

ଭାରତୀୟ କିଷାନ ୟୁନିଅନର ଏହି ନେତା କହିଛନ୍ତି, ସୁପ୍ରିମକୋର୍ଟ ତିନି କୃଷି ଆଇନ କାର୍ଯ୍ୟକାରିତା ଉପରେ ସ୍ଥଗିତାଦେଶ ଲଗାଇଛନ୍ତି। ଏହାକୁ ଚାଷୀ ସଂଗଠନ ସ୍ୱାଗତ କରୁଛି। ହେଲେ ଏହି ଆଇନ୍ ସଂସଦରେ ତିଆରି ହୋଇଛି। ଏହି ଆଇନ୍ ରଦ୍ଦ ହେବା ଆମର ଦାବି। ତେଣୁ ଯେପର୍ଯ୍ୟନ୍ତ ଆଇନ୍ ରଦ୍ଦ ନହୋଇଛି ସେଯାଏ ଆନ୍ଦୋଳନ ଜାରି ରହିବ। ‘ଆମ ଆନ୍ଦୋଳନ ସରକାର ବିରୋଧରେ, ଆମେ ସମସ୍ୟାର ସମାଧାନ ଚାହୁଁ ନାହୁଁ’।

ସେହିପରି ଚାଷୀ ଆନ୍ଦୋଳନ ଓ ସରକାରଙ୍କ ମଧ୍ୟରେ ହେଉଥିବା ବୈଠକକୁ ପ୍ରଧାନମନ୍ତ୍ରୀ ଯାଉ ନଥିବା ସେ କହିଛନ୍ତି। ଗଣତନ୍ତ୍ର ଦିବସରେ ଚାଷୀ ସେନା ସହିତ ତାଳ ନେଇ ସମାନ୍ତରାଳ ଭାବରେ ତ୍ରିରଙ୍ଗା ଯାତ୍ରା କରିବେ ବୋଲି କହିଛନ୍ତି। ଯଦି ପୁଲିସ ବାଧା ସୃଷ୍ଟି କରେ ତାହେଲେ ସେମାନେ ମୂଳ ଖଲିସ୍ତାନୀ ବୋଲି ରାକେଶ କହିଛନ୍ତି।

ଗଣତନ୍ତ୍ର ଦିବସକୁ ଭଣ୍ଡୁର କରିବା ପାଇଁ ଖଲିସ୍ତାନୀ ଗ୍ରୁପ ଶିଖ୍‌ ଫର୍‌ ଜଷ୍ଟିସ୍‌ ବା ଏସଏଫଜେ ଜାତୀୟ ପତାକା ଜାଗାରେ ଖଲିସ୍ତାନୀ ପତାକା ଉଡ଼ାଇବାକୁ କରିଥିବା ଆହ୍ୱାନର ଜବାବ ମଧ୍ୟ ଦେଇଛନ୍ତି ରାକେଶ। ଏଭଳି କାମକୁ ସେମାନେ ପ୍ରୋତ୍ସାହନ ଦେଉ ନାହାନ୍ତି ବୋଲି କହିଛନ୍ତି। ଏହା ପୁଲିସର କାମ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଗତକାଲି ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଶୁଣାଣି କରି ତିନି କୃଷି ଆଇନକୁ ସ୍ଥଗିତାଦେଶ କରିଛନ୍ତି। ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ପାଇଁ ଏକ ଚାରି ଜଣିଆ କମିଟି ଗଠନ କରିଛନ୍ତି। ଏହି କମିଟିକୁ ନେଇ ମଧ୍ୟ ଚାଷୀ ନେତା ଅସନ୍ତୋଷ ପ୍ରକାଶ କରିଛନ୍ତି।

Related story