ରାଜସ୍ଥାନ କଂଗ୍ରେସ କଳି: ବିଜେପି କହିଲା, ପାଇଲଟ ଆମ ପାଇଁ ଅଲୋଡ଼ା

ଜୟପୁର: ରାଜସ୍ଥାନରେ କଂଗ୍ରେସ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ନିଜକୁ ଝାଡ଼ି ଦେଇଛି ବିଜେପି। ଏପରିକି  ମୁଖ୍ୟମନ୍ତ୍ରୀ-ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ଏହି କଳି ପଛରେ ଦଳର କୌଣସି ହାତ ନ ଥିବା ସଫେଇ ଦେଇଛି ବିଜେପି। ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କୁ ଟାର୍ଗେଟ କରି ଗଦ୍ଦାର ବୋଲି କହିଥିଲେ। ଏଥିସହ ଜଣେ ଗଦ୍ଦାର କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି […]

punia

punia

Niharika Rout
  • Published: Friday, 25 November 2022
  • Updated: 25 November 2022, 01:18 PM IST

Sports

Latest News

ଜୟପୁର: ରାଜସ୍ଥାନରେ କଂଗ୍ରେସ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିବା ବେଳେ ନିଜକୁ ଝାଡ଼ି ଦେଇଛି ବିଜେପି। ଏପରିକି  ମୁଖ୍ୟମନ୍ତ୍ରୀ-ପୂର୍ବ ଉପମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଥିବା ଏହି କଳି ପଛରେ ଦଳର କୌଣସି ହାତ ନ ଥିବା ସଫେଇ ଦେଇଛି ବିଜେପି।

ଗତକାଲି ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ବେଳେ ଗେହଲଟ ସିଧାସଳଖ ସଚିନ ପାଇଲଟଙ୍କୁ ଟାର୍ଗେଟ କରି ଗଦ୍ଦାର ବୋଲି କହିଥିଲେ। ଏଥିସହ ଜଣେ ଗଦ୍ଦାର କେବେ ହେଲେ ମୁଖ୍ୟମନ୍ତ୍ରୀ ହୋଇପାରିବେ ନାହିଁ ବୋଲି ମଧ୍ୟ ସେ କହିଥିଲେ। ଏହାକୁ ନେଇ ରାଜସ୍ଥାନରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି।

ଏହାବାଦ ଏହି କଳି ଭିତରକୁ ବିଜେପିକୁ ଟାଣିଛନ୍ତି ଗେହଲଟ। ରାଜ୍ୟରେ କଂଗ୍ରେସ ସରକାରକୁ ହଟାଇବା ପାଇଁ ପାଇଲଟ କ୍ୟାମ୍ପର ପ୍ରତ୍ୟେକ ବିଧାୟକଙ୍କୁ ବିଜେପି ୧୦ କୋଟି ଟଙ୍କା ଲେଖାଏଁ ପଠାଇଥିବା ଅଭିଯୋଗ କରିଛନ୍ତି। ହେଲେ ଏହା ଉପରେ ସଫେଇ ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସତୀଶ ପୁନିଆ।

ସେ କହିଛନ୍ତି ଯେ କଂଗ୍ରେସ ନେତା ଅଶୋକ ଗେହଲଟ୍ ଏବଂ ସଚିନ ପାଇଲଟଙ୍କ ମଧ୍ୟରେ ଚାଲିଥିବା ତୁତୁ ମେଁମେଁ ପାଇଁ ବିଜେପିକୁ ଦାୟୀ କରିବା ଭୁଲ। ଏଥିରେ କୌଣସି ସତ୍ୟତା ନାହିଁ। ଏଥିସହ ସେ କହିଛନ୍ତି, ଆମକୁ ପାଇଲଟଙ୍କ ପରି ନେତାଙ୍କର କୌଣସି ଆବଶ୍ୟକତା ନାହିଁ।

ରାଜ୍ୟରେ କଂଗ୍ରେସ ସରକାରଙ୍କୁ ମାଟି ମିଶାଇବାକୁ ସଚିନ ପାଇଲଟ ଓ ତାଙ୍କ ସମର୍ଥକ ବିଜେପି କ୍ୟାମ୍ପରେ ମିଶିଥିବା ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି। ଏପରିକି ପାଇଲଟ କ୍ୟାମ୍ପର ପ୍ରତ୍ୟେକ ବିଧାୟକଙ୍କୁ  ବିଜେପି ୧୦ କୋଟି ଲେଖାଏଁ ଦେଇଥିବା ଅଭିଯୋଗ ଆଣିଛନ୍ତି ଗେହଲଟ। ହେଲେ ଏପରି ଅପ୍ରଚାରର ଉତ୍ତର ଦେଇ ବିଜେପି ପକ୍ଷରୁ କଂଗ୍ରେସ ଅଭିଯୋଗରେ କୌଣସି ଦମ୍‌ ନ ଥିବା କୁହାଯାଇଛି।

ପୁନିଆ କହିଛନ୍ତି, ଏହା ସେମାନଙ୍କ ନିଜସ୍ୱ ସମସ୍ୟା। ଆମେ କେବେ କେଉଁ ସରକାର ଭାଙ୍ଗିବାକୁ ଚକ୍ରାନ୍ତ ଚଳାଇନୁ। ଏହା ସେମାନଙ୍କ ଭୁଲ୍‌ ହୋଇଥିବା ବେଳେ ନିଜକୁ ବଞ୍ଚାଇବାକୁ ଗେହଲଟ ଏବେ ବିଜେପି ଉପରେ ଦୋଷାରୋପ କରିଛନ୍ତି। ଏଥିସହ ସେ କହିଛନ୍ତି କଂଗ୍ରେସର ଏହି ହାଇ ପ୍ରୋଫାଇଲ କଳିରେ ରାଜ୍ୟବାସୀ ନାକେଦମ ହୋଇଗଲେଣି।

ଏହାବାଦ ପାଇଲଟ ତଥା ତାଙ୍କ ସମର୍ଥକଙ୍କୁ ସାକ୍ଷାତ କରିଛନ୍ତି କି ପ୍ରଶ୍ନର ଉତ୍ତରରେ ଆମର କାହାକୁ ଭେଟିବାର ଆବଶ୍ୟକତା ନାହିଁ ବୋଲି କହିଛନ୍ତି ପୁନିଆ। ସେ କହିଛନ୍ତି, ପାଇଲଟ ଆମ ବିଧାୟକ ନୁହନ୍ତି । ସେ ପ୍ରଦେଶ କଂଗ୍ରେସ କମିଟି ମୁଖ୍ୟ। ଆମେ କାହିଁକି ତାଙ୍କୁ ଭେଟିବୁ? ଗେହଲଟ ସବୁବେଳେ ଏପରି ଅଭିଯୋଗ କରନ୍ତି ଯାହାର କୌଣସି ଆଧାର ନ ଥାଏ। ଏଥିସହ ସେ କହିଛନ୍ତି, ନିଜ ହତାଶା ଓ ନିରାଶାକୁ ଲୁଚାଇବାକୁ ସେମାନେ ଭାଜପା ଉପରେ ଦୋଷାରୋପ କରୁଛନ୍ତି।

ସୂଚନାଯୋଗ୍ୟ, କିଛି ଦିନ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବେ ବୋଲି ପ୍ରଚାର ହେବାରୁ ଗେହଲଟଙ୍କ ସପକ୍ଷରେ ଥିବା ୯୦ ବିଧାୟକ ଦଳ ବିରୋଧରେ ବିଦ୍ରୋହ ଘୋଷଣା କରିବେ ବୋଲି ଧମକ ଦେଇଥିଲେ। ଦୁଇ ବର୍ଷ ତଳେ ସଚିନ ପାଇଲଟ ମୁଖ୍ୟମନ୍ତ୍ରୀ ହେବାକୁ ଆଶା କରି ଗେହଲଟଙ୍କ ବିରୋଧରେ କିଛି ବିଧାୟକଙ୍କୁ ଧରି ଦିଲ୍ଲୀରେ ଡେରା ପକାଇଥିଲେ। ଏହି ସବୁ ପ୍ରସଙ୍ଗରେ ସଚିନଙ୍କ ଉପରେ ବର୍ଷିଛନ୍ତି ଗେହଲଟ। ଏପରିକି ସଚିନ ପାଇଲଟ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ମିଶି କଂଗ୍ରେସ ସରକାରକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ ବୋଲି ଗେହଲଟ  ଆରୋପ ଲଗାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story