କଶ୍ମୀର ପ୍ରସଙ୍ଗରେ ମାଲେସିଆ ନିଜ ମନ୍ତବ୍ୟରେ କାଏମ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି ଆଗାମୀ ଦିନରେ ମଧ୍ୟ ସେ ଏହି ନିଷ୍ପତ୍ତି ଉପରେ କାଏମ ରହିବ। ଗତକାଲି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ ଏହା କହିଛନ୍ତି। ଜମ୍ମୁ କଶ୍ମୀରରେ ଭାରତର ପଦକ୍ଷେପକୁ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ, ତୁର୍କୀ ସହ ମିଶି ବିରୋଧ କରିଥିଲା ଏହି ଦେଶ। ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ କହିଛନ୍ତି ଜାତିସଂଘରେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି, ତାହା ନିଜ […]

modi with malesia pm

Subhransu Sekhar
  • Published: Wednesday, 23 October 2019
  • , Updated: 23 October 2019, 09:01 AM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି ଆଗାମୀ ଦିନରେ ମଧ୍ୟ ସେ ଏହି ନିଷ୍ପତ୍ତି ଉପରେ କାଏମ ରହିବ। ଗତକାଲି ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ ଏହା କହିଛନ୍ତି। ଜମ୍ମୁ କଶ୍ମୀରରେ ଭାରତର ପଦକ୍ଷେପକୁ ଜାତିସଂଘ ସାଧାରଣ ପରିଷଦ ବୈଠକରେ ପାକିସ୍ତାନ, ତୁର୍କୀ ସହ ମିଶି ବିରୋଧ କରିଥିଲା ଏହି ଦେଶ।

ମାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ କହିଛନ୍ତି ଜାତିସଂଘରେ ଜମ୍ମୁ କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି, ତାହା ନିଜ ମନର କଥା। କାହା କଥାରେ ପରିଚାଳିତ ହୋଇ ନୁହେଁ। ଆଗାମୀ ଦିନରେ ମଧ୍ୟ ଏହି ପ୍ରସଙ୍ଗରେ ନିଜର ମତ ବଦଳାଇବନି ମାଲେସିଆ। ମଙ୍ଗଳବାର ମାଲେସିଆ ପାର୍ଲାମେଣ୍ଟରେ ସାମ୍ୱାଦିକ ସମ୍ମିଳନୀରେ ଏଭଳି ମତ ରଖିଛନ୍ତି ମହମ୍ମଦ ମହାଥୀର।

ଗତମାସରେ ଜାତିସଂଘର ସାଧାରଣ ପରିଷଦ ବୈଠକ ବସିଥିଲା। ଏହି ଅବସରରେ କଶ୍ମୀରରେ ଭାରତର କାର୍ଯ୍ୟାନୁଷ୍ଠାନକୁ ଆକ୍ରମଣାତ୍ମକ ବୋଲି କହିଥିଲା ମାଲେସିଆ। ଭାରତର ଏଭଳି ନିଷ୍ପତ୍ତି ବେଆଇନ। ସମସ୍ୟାର ସମାଧାନ ପାଇଁ ଭାରତ ପାକିସ୍ତାନ ସହ ଆଲୋଚନା କରିବା ଦରକାର ବୋଲି ମାଲେସିଆ କହିଥିଲା। ଯାହାକୁ ନେଇ ଭାରତର ବୈଦେଶିକ ମନ୍ତ୍ରଣାଳୟ କଡ଼ା ପ୍ରତିକ୍ରିୟା ରଖିଥିଲା। ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବୀଶ କୁମାର କହିଥିଲେ ମାଲେସିଆ ସହ ଭାରତର ସମ୍ପର୍କ ପାରମ୍ପରିକ ଭାବରେ ଭଲ ରହିଛି। କଶ୍ମୀର ପ୍ରସଙ୍ଗରେ ମାଲେସିଆ ଯେଉଁ ମତ ରଖିଛି ସେଥିପାଇଁ ଭାରତ ଅସନ୍ତୋଷ ପ୍ରକାଶ କରିଛି।

ମାଲେସିଆ ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ମାଲେସିଆ ଏକ ବ୍ୟବସାୟିକ ଦେଶ, ଆମକୁ ବଜାରର ଆବଶ୍ୟକତା ରହିଛ। ଏଥିପାଇଁ ଆମେ ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବାକୁ ଚେଷ୍ଟା କରୁ। ଏଥିପାଇଁ ଆମେ ଲୋକଙ୍କ ହିତ ପାଇଁ ମତ ରଖୁ, ଯାହାକି କିଛି ଲୋକଙ୍କୁ ଭଲ ଲାଗେ ଆଉ କିଛି ଲୋକଙ୍କୁ ଖରାପ ଲାଗିପାରେ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, କଶ୍ମୀର ପ୍ରସଙ୍ଗରେ ମାଲେସିଆର ମତକୁ ନେଇ ଭାରତ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲା। ଏହାପରେ ଭାରତ ମାଲେସିଆ ପାଖରୁ ଆମଦାନୀ କରୁଥିବା ପାମୋଲିନ ତେଲକୁ ବନ୍ଦ କରିଦେଇଛି।

ଏହି ପ୍ରସଙ୍ଗରେ ଆଗାମୀ ଦିନରେ ମାଲେସିଆ ବିଶ୍ୱ ବ୍ୟାପାର ସଂଗଠନ(WTO) ପାଖରେ ଏବେ ଅଭିଯୋଗ କରିବ ନାହିଁ ବୋଲି ମାଲେସିଆ ପ୍ରଧାନମନ୍ତ୍ରୀ କହିଛନ୍ତି। ହେଲେ କେଉଁ ଆଧାରରରେ ଭାରତ ଆମଦାନୀ ବନ୍ଦ କରିଛି ସେ ବାବଦରେ ସମ୍ପୂର୍ଣ୍ଣ ଅବଗତ ହେବା ପରେ ଆଗାମୀ ପଦକ୍ଷେପ ନେବ ବୋଲି ସେ କହିଛନ୍ତି।

Related story