ପଶ୍ଚିମବଙ୍ଗ: ବିଧାନସଭାରେ ବୋମା ଆତଙ୍କ

କୋଲକାତା: କୋଲକାତାର ୨୦୦ ବର୍ଷ ପୁରୁଣା ରାଇଟରର୍ସ ବିଲ୍ଡିଂ ବା ବେଙ୍ଗଲ ବିଧାନସଭାରେ ବୋମା ଆତଙ୍କ। ଏ ନେଇ ମଙ୍ଗଳବାର ଅପରାହ୍ନରେ ବେଙ୍ଗଲ ପୋଲିସ ନିକଟକୁ ଲାଲବଜାରୁରୁ ଏକ ମେଲ ଆସିଥିଲା। ଏଥିରେ ବିଧାନସଭାକୁ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି ଉଲ୍ଲଖ ଥିଲା । ଏପରି ମେଲ ଆସିବା ପରେ କୋଲକାତା ପୋଲିସର ମୁଣ୍ଡ ବିନ୍ଧା ବଢି ଯାଇଥିଲା। ମେଲ ପାଇବାର ମାତ୍ର କିଛି କ୍ଷଣ ମଧ୍ୟରେ ବିଧାନସଭାରେ ବମ୍ ନିଷ୍କ୍ରିୟ ଟିମ, ସ୍ନିପର ଡଗ […]

writers-building

Rakesh Mallick
  • Published: Tuesday, 15 September 2015
  • , Updated: 15 September 2015, 02:01 PM IST

କୋଲକାତା: କୋଲକାତାର ୨୦୦ ବର୍ଷ ପୁରୁଣା ରାଇଟରର୍ସ ବିଲ୍ଡିଂ ବା ବେଙ୍ଗଲ ବିଧାନସଭାରେ ବୋମା ଆତଙ୍କ। ଏ ନେଇ ମଙ୍ଗଳବାର ଅପରାହ୍ନରେ ବେଙ୍ଗଲ ପୋଲିସ ନିକଟକୁ ଲାଲବଜାରୁରୁ ଏକ ମେଲ ଆସିଥିଲା। ଏଥିରେ ବିଧାନସଭାକୁ ବୋମା ବିସ୍ଫୋରଣରେ ଉଡାଇ ଦିଆଯିବ ବୋଲି ଉଲ୍ଲଖ ଥିଲା । ଏପରି ମେଲ ଆସିବା ପରେ କୋଲକାତା ପୋଲିସର ମୁଣ୍ଡ ବିନ୍ଧା ବଢି ଯାଇଥିଲା। ମେଲ ପାଇବାର ମାତ୍ର କିଛି କ୍ଷଣ ମଧ୍ୟରେ ବିଧାନସଭାରେ ବମ୍ ନିଷ୍କ୍ରିୟ ଟିମ, ସ୍ନିପର ଡଗ ଓ ବରିଷ୍ଠ ସୁରକ୍ଷାକର୍ମୀମାନେ ଉପସ୍ଥିତ ରହି ସର୍ଚ୍ଚ ଅଭିଯାନ ଆରମ୍ଭ କରିଥିଲେ। ଏହାସହ ବିଧାନସଭା ପରିସରରେ ଅଧିକ ଫୋର୍ସ ମୁତୟନ କରାଯାଇଥିଲା ।

ସୂଚନାଯୋଗ୍ୟ, ଏହି ବିଲ୍ଡିଂଟିକୁ ବ୍ରିଟିସ ସରକାର ୧୭୦୦ ମସିହାରେ ନିର୍ମାଣ କରିଥିଲେ। ଏବେ ଏହାକୁ ବିଧାନସଭା ଓ ମୁଖ୍ୟମନ୍ତ୍ରୀଙ୍କ ଆବାସ ଭାବେ ବ୍ୟବହାର କରାଯାଉଛି ।

Related story