ଜରୁରୀ ପରିସ୍ଥିତି ବେଳେ କ’ଣ କରୁଥିଲେ ମୋଦି ?

ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୪୩ ବର୍ଷ ପୂରଣ ହେଉଥିବାରୁ କଂଗ୍ରେସ ବିରୋଧରେ ବିଜେପି ‘ହାଲ୍ଲା ବୋଲ୍‌’ ଡାକରା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ପରିସ୍ଥିତିକୁ ନେଇ ଟ୍ୱିଟ୍‌ କରିଛନ୍ତି। ଜରୁରୀ ପରିସ୍ଥିତି ଲାଗୁ ହୋଇଥିବା ବେଳେ ନେତାମାନଙ୍କୁ ବନ୍ଦି କରାଯାଉଥିଲା। ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା ଏବଂ ଜୋରଜବରଦସ୍ତ ନସବନ୍ଦୀ କରାଯାଉଥିଲା। ଏହି ସମୟରେ ସଂଘର୍ଷ ଓ ଆନ୍ଦୋଳନ କରି ବହୁ ନେତା ଲୋକଲୋଚନକୁ ଆସିଥିଲେ। ଯେଉଁମାନେ ଆଜି ବଡ଼ […]

modi

Rakesh Mallick
  • Published: Tuesday, 26 June 2018
  • , Updated: 26 June 2018, 10:34 AM IST

ନୂଆଦିଲ୍ଲୀ: ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ ହେବାର ୪୩ ବର୍ଷ ପୂରଣ ହେଉଥିବାରୁ କଂଗ୍ରେସ ବିରୋଧରେ ବିଜେପି ‘ହାଲ୍ଲା ବୋଲ୍‌’ ଡାକରା ଦେଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜରୁରୀ ପରିସ୍ଥିତିକୁ ନେଇ ଟ୍ୱିଟ୍‌ କରିଛନ୍ତି।

ଜରୁରୀ ପରିସ୍ଥିତି ଲାଗୁ ହୋଇଥିବା ବେଳେ ନେତାମାନଙ୍କୁ ବନ୍ଦି କରାଯାଉଥିଲା। ଗଣମାଧ୍ୟମ ଉପରେ ପ୍ରତିବନ୍ଧକ ଲାଗୁ ହୋଇଥିଲା ଏବଂ ଜୋରଜବରଦସ୍ତ ନସବନ୍ଦୀ କରାଯାଉଥିଲା। ଏହି ସମୟରେ ସଂଘର୍ଷ ଓ ଆନ୍ଦୋଳନ କରି ବହୁ ନେତା ଲୋକଲୋଚନକୁ ଆସିଥିଲେ। ଯେଉଁମାନେ ଆଜି ବଡ଼ ପଦ ପଦବୀରେ ଅଛନ୍ତି। ନୀତୀଶ କୁମାର, ରବିଶଙ୍କର ପ୍ରସାଦ, ଅରୁଣ ଜେଟଲି, ଲାଲୁ ପ୍ରସାଦ ଯାଦବଙ୍କ ପରି ନେତା ଏହି ସମୟରେ ଲୋକଲୋଚନକୁ ଆସିଥିଲେ। ଏବେ ଆପଣଙ୍କ ମନରେ ପ୍ରଶ୍ନ ଉଠୁଥିବା ଜରୁରୀ ପରିସ୍ଥିତି ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ’ଣ କରୁଥିଲେ।  ମୋଦି ବହୁ ସମୟରେ ନିଜ ଭାଷଣରେ ଜରୁରୀ ପରିସ୍ଥିତି ଉପରେ ଉଲ୍ଲେଖ କରିବା ସହ ଏହାର ସମାଲୋଚନା କରିଛନ୍ତି। ତାଙ୍କ ୱେବସାଇଟ୍‌ narendramodi.in ରେ ଏହି ସମୟର କିଛି ଘଟଣା ଉଲ୍ଲେଖ କରାଯାଇଛି। ତେବେ ଆସନ୍ତୁ ଜାଣିବା ଏହି ସମୟରେ ମୋଦି କ’ଣ କରୁଥିଲେ।

ଅଣ୍ଡରଗ୍ରାଉଣ୍ଡରେ ମୋଦି

ଜରୁରୀ ପରିସ୍ଥିତି ସମୟରେ ନେତାମାନଙ୍କୁ ଗିରଫ କରାଯାଉଥିଲା। ଏହି ସମୟରେ ଆରଏସ୍‌ଏସ୍‌ ସକ୍ରିୟ ଭାବେ କାମ କରୁଥିଲା। ସଂଗଠନର ନେତାମାନେ ଅଣ୍ଡରଗ୍ରାଉଣ୍ଡ ହୋଇଯାଇ କାମ କରୁଥିଲେ। ଅନ୍ୟ ନେତାମାନଙ୍କ ପରି ମୋଦି ମଧ୍ୟ ଅଣ୍ଡରଗ୍ରାଉଣ୍ଡ ହୋଇଯାଇଥିଲେ। ତାଙ୍କୁ ଆନ୍ଦୋଳନ, ସମ୍ମିଳନୀ, ବୈଠକ ଆୟୋଜନ କରିବା ଓ ବହି ବାଣ୍ଟିବା କାମ ଦିଆଯାଇଥିଲା। ଏହି ସମୟରେ ମୋଦି ନାଥାଭାଇ ଜଗଦା ଏବଂ ବସନ୍ତ ଗଜେନ୍ଦ୍ର ଗାଡକରଙ୍କ ସହ ମିଶି କାମ କରୁଥିଲେ। ଆରଏସ୍‌ଏସ୍‌ ନେତା କେଶବ ରାଓ ଦେଶମୁଖଙ୍କୁ ଗୁଜରାଟରୁ ଗିରଫ କରିନିଆଯାଇଥିଲା। ଯୋଜନା ଅନୁସାରେ ମୋଦିଙ୍କୁ ତାଙ୍କ ସହ କାମ କରିବାର ଥିଲା, ଯାହା ହୋଇପାରି ନଥିଲା।

ବେଶ ବଦଳାଇ ବନ୍ଦୀ ନେତାଙ୍କ ପାଖରେ ଖବର ପହଞ୍ଚାଉ ଥିଲେ

ଗିରଫ ଭୟରେ ଲୁଚି ବୁଲୁଥିବା ଆରଏସ୍‌ଏସ୍‌ର ଅନ୍ୟ ବରିଷ୍ଠ ନେତା ନାଥା ଲାଲ ଜାଗଡ଼ାଙ୍କୁ ମୋଦି ସ୍କୁଟରରେ ବସାଇ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ଦେଇଥିଲେ। ଏହି ସମୟରେ ସମ୍ବାଦ ପରିବେଣ ସମ୍ପୂର୍ଣ୍ଣ ବନ୍ଦ ଥିଲା। କିନ୍ତୁ ମୋଦି ସମ୍ବିଧାନ, ଆଇନ୍‌, କଂଗ୍ରେସ ସରକାରଙ୍କ ନିର୍ଯାତନା ଆଦି ବିଷୟବସ୍ତୁ ଥିବା ବହି ଗୁଜରାଟରୁ ଅନ୍ୟ ରାଜ୍ୟକୁ ଯାଉଥିବା ଟ୍ରେନ୍‌ରେ ରଖି ପଠାଉଥିଲେ। ଗିରଫ ହେବାର ଭୟ ଥିଲେ ବି ବାରମ୍ବାର ବେଶ ବଦଳାଇ ଜେଲ୍‌କୁ ଯାଇ ବନ୍ଦୀ ଥିବା ନେତାଙ୍କୁ ମହତ୍ୱପୂର୍ଣ୍ଣ ଖବର ଦେଉଥିଲେ।

Related story