ହ୍ୱାଟ୍ସଆପ୍‌ ସର୍‌ଭର୍‌ ଡାଉନ୍‌, ଯାଉନି ମେସେଜ୍‌

ନୂଆଦିଲ୍ଲୀ: ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଆଲ ମିଡିଆ ହେଉଛି ହ୍ୱାଟ୍ସଆପ୍‌। ହେଲେ ଏବେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ କୌଣସି ମେସେଜ୍‌ ପଠାଇଲେ ଯାଉନାହିଁ। ଏହି ସମସ୍ୟା କେବଳ ଭାରତୀୟ ଭୋଗୁ ନାହାଁନ୍ତି, ସାରା ଦେଶର ଲୋକେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ ହ୍ୱାଟ୍ସଆପ୍‌ ସର୍‌ଭର୍‌ ଡାଉନ ଅଛି। ରିପୋର୍ଟ ଅନୁସାରେ, ହ୍ୱାଟ୍ସଅପ୍‌ ଓପନ ହେଉଛି। ହେଲେ ଲୋଡିଂ ସମସ୍ୟା ସୃଷ୍ଟି ହେଉଛି ଓ ମେସେଜ ଯାଉନାହିଁ। କିଛି ଲୋକ […]

whatsapp

Rakesh Mallick
  • Published: Friday, 03 November 2017
  • , Updated: 03 November 2017, 04:21 PM IST

ନୂଆଦିଲ୍ଲୀ: ସବୁଠାରୁ ଅଧିକ ବ୍ୟବହାର ହେଉଥିବା ସୋସିଆଲ ମିଡିଆ ହେଉଛି ହ୍ୱାଟ୍ସଆପ୍‌। ହେଲେ ଏବେ ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ କୌଣସି ମେସେଜ୍‌ ପଠାଇଲେ ଯାଉନାହିଁ। ଏହି ସମସ୍ୟା କେବଳ ଭାରତୀୟ ଭୋଗୁ ନାହାଁନ୍ତି, ସାରା ଦେଶର ଲୋକେ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। କାରଣ ହ୍ୱାଟ୍ସଆପ୍‌ ସର୍‌ଭର୍‌ ଡାଉନ ଅଛି।

ରିପୋର୍ଟ ଅନୁସାରେ, ହ୍ୱାଟ୍ସଅପ୍‌ ଓପନ ହେଉଛି। ହେଲେ ଲୋଡିଂ ସମସ୍ୟା ସୃଷ୍ଟି ହେଉଛି ଓ ମେସେଜ ଯାଉନାହିଁ। କିଛି ଲୋକ ଏହାକୁ ମୋବାଇଲ ସମସ୍ୟା ଭାବୁଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ହ୍ୱାଟ୍ସଆପ ପକ୍ଷରୁ ଏନେଇ କୌଣସି ସୂଚନା ଦିଆଯାଇନାହିଁ।

ସୂଚନାଯୋଗ୍ୟ, ହ୍ୱାଟ୍ସଆପ୍‌ ଏପରି ଡାଉନ ହେବା ନୂଆ କଥା ନୁହେଁ। ପୂର୍ବରୁ ମଧ୍ୟ ଘଣ୍ଟା ଘଣ୍ଟା ଧରି ଲୋକେ ଏପରି ସମସ୍ୟାର ସମ୍ମୁଖୀନ ହୋଇଛନ୍ତି।

ଆମେ ଦେଇଥିବା ଫଟୋ ଦେଖିଲେ ଜାଣି ପାରିବେ କେଉଁ କେଉଁ ଦେଶର ହ୍ୱାଟ୍ସଆପ୍‌ ବ୍ୟବହାରକାରୀ ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଫଟୋରେ ଥିବା ରେଡମାର୍କ ଅଞ୍ଚଳରେ ହ୍ୱାଟ୍ସଆପ୍‌ ଏକପ୍ରକାର ବନ୍ଦ ହୋଇଯାଇଥିବା ଅଭିଯୋଗ ଆସୁଛି।

ଆହୁରି ମଧ୍ୟ ପଢନ୍ତୁ: ଗୋଟିଏ ଭୁଲ ପାଇଁ ସାରା ଜୀବନ ବଙ୍କା ହୋଇଗଲା ବେକ

Related story