ହ୍ୱାଟ୍ସଆପ୍‌ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର, ଆସୁଛି ୩ଟି ନୂଆ ଫିଚର

ଗ୍ରାହକଙ୍କ ଆଗ୍ରହକୁ ଦେଖି ହ୍ୱାଟ୍ସଆପ୍ ସବୁ ବେଳେ କିଛି ନାଁ କିଛି ନୂଆ ସୁବିଧା ଆଣିଥାଏ। ଏଥର ବି ଗ୍ରାହକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ହ୍ୱାଟ୍ସଆପ୍ ଆଣିଛି ୩ଟି ନୂଆ ଫିଚର। ଆସନ୍ତୁ ଜାଣିବା ଏହି ୩ଟି ନୂଆ ଫିଚରରେ କ’ଣ ରହିଛି ସୁବିଧା। ନୂଆ ଢଙ୍ଗରେ ଷ୍ଟାଟସ୍ ବଦଳାଇ ପାରିବେ ପୂର୍ବରୁ ଗ୍ରାହକ ଷ୍ଟାଟସରେ ଫଟୋ କିମ୍ବା GIF ଅପଲୋଡ୍ କରୁଥିଲେ। ଏବେ ଏଥିରେ ବିଭିନ୍ନ ରଙ୍ଗ ବ୍ୟବହାର କରି କଲର ଫୁଲ ଷ୍ଟାଟସ […]

whatsapp

Rakesh Mallick
  • Published: Monday, 02 October 2017
  • , Updated: 02 October 2017, 04:11 PM IST

ଗ୍ରାହକଙ୍କ ଆଗ୍ରହକୁ ଦେଖି ହ୍ୱାଟ୍ସଆପ୍ ସବୁ ବେଳେ କିଛି ନାଁ କିଛି ନୂଆ ସୁବିଧା ଆଣିଥାଏ। ଏଥର ବି ଗ୍ରାହକଙ୍କ ଆବଶ୍ୟକତାକୁ ଆଖି ଆଗରେ ରଖି ହ୍ୱାଟ୍ସଆପ୍ ଆଣିଛି ୩ଟି ନୂଆ ଫିଚର। ଆସନ୍ତୁ ଜାଣିବା ଏହି ୩ଟି ନୂଆ ଫିଚରରେ କ’ଣ ରହିଛି ସୁବିଧା।

ନୂଆ ଢଙ୍ଗରେ ଷ୍ଟାଟସ୍ ବଦଳାଇ ପାରିବେ

ପୂର୍ବରୁ ଗ୍ରାହକ ଷ୍ଟାଟସରେ ଫଟୋ କିମ୍ବା GIF ଅପଲୋଡ୍ କରୁଥିଲେ। ଏବେ ଏଥିରେ ବିଭିନ୍ନ ରଙ୍ଗ ବ୍ୟବହାର କରି କଲର ଫୁଲ ଷ୍ଟାଟସ ଅପଲୋଡ କରିପାରିବେ। ଏହି ସୁବିଧା ଗ୍ରାହକଙ୍କୁ ଷ୍ଟାଟସ ସେଟିଂରେ ମିଳିଯିବ।

ଫେସବୁକେର ହ୍ୱାଟ୍ସଆପ୍‌ ସୁବିଧା

ହ୍ୱାଟ୍ସଆପ୍ ଗ୍ରାହକ ଖୁବଶୀଘ୍ର ଅନ୍ୟର ଡିପି (ପ୍ରୋଫାଇଲ ପିକଚର)କୁ ଜୁମ୍‌ କରି ଦେଖି ପାରିବେ। ଏବେ ଏହି ଫିଚର କେବଳ ହ୍ୱାଟ୍ସଆପର ବିଟା ଭର୍ସନ ବ୍ୟବହାର କରୁଥିବା ଗ୍ରାହକଙ୍କ ପାଇଁ ରହିଛି। ଖୁବଶୀଘ୍ର ହ୍ୱାଟ୍ସଆପର ସମସ୍ତ ଗ୍ରାହକଙ୍କୁ ଏହି ସୁବିଧା ଉପଲବ୍ଧ ହେବାକୁ ଯାଉଛି।

ନମ୍ବରରୁ ଜଣା ପଡ଼ିବ ଅଜଣା ବ୍ୟକ୍ତିଙ୍କ ନାଁ

ଅଜଣା ନମ୍ବରୁ ମେସେଜ କରୁଥିବା ବ୍ୟକ୍ତିଙ୍କ ପରିଚୟ ଜାଣି ହେବ। ମେସେଜ କରିଥିବା ଲୋକର ହ୍ୱାଟ୍ସଆପ୍ ପ୍ରୋଫାଇଲ ଖୋଲିଲେ ବ୍ୟକ୍ତିଙ୍କ ପଞ୍ଜିକୃତ ହୋଇଥିବା ନାମଟିକୁ ଦେଖିପାରିବେ ଗ୍ରାହକ।

Related story