ହ୍ୱାଟ୍‌ସଆପ୍‌ ଆଣିଲା ନୂଆ ଫିଚର: ଗ୍ରୁପ୍‌ ଆଡମିନ୍‌ଙ୍କ ପାୱାର ବଢ଼ିଲା

ନୂଆଦିଲ୍ଲୀ: ସବୁଠୁ ଲୋକପ୍ରିୟ ମେସେଜିଂ ଆପ୍‌ ‘ହ୍ୱାଟ୍‌ସଆପ୍‌’ ଆଣିଲା ନୂଆ ଫିଚର। ଏହି ଫିଚର ଦ୍ୱାରା ଗ୍ରୁପ୍‌ ଆଡମିନ୍‌ର ପାୱାର ଆହୁରି ବଢ଼ିଯିବ। ଆଣ୍ଡ୍ରଏଡ୍ ହ୍ୱାଟ୍‌ସଆପ୍‌ ଭର୍ସନ୍‌ ୨.୧୮.୨୦୧ ଏବଂ ଆଇଫୋନ୍ ସ୍ଟେବଲ ଭର୍ସନ୍ ୨.୧.୭୦ ପାଇଁ ଏହି ନୂଆ ଫିଚର ଜାରି  କରାଯାଇଛି। ଏହି ନୂଆ ଫିଚର ଅନୁଯାୟୀ ଏବେ ଗ୍ରୁପ୍‌ରେ କିଏ ମେସସେଜ୍‌ କରିବ ତାହା ଆଡମିନ୍‌ ସ୍ଥିର କରିବେ। ଏହି ନୂଆ ଅପ୍‌ସନ୍ ଗ୍ରୁପ୍‌ ସେଟିଂ ମେନ୍ୟୁରେ ‘ସେଣ୍ଡ ମେସେଜ’ ନାଁରେ ଦିଆଯାଇଛି। […]

whatsapp-main1

Rakesh Mallick
  • Published: Sunday, 01 July 2018
  • , Updated: 01 July 2018, 03:11 PM IST

ନୂଆଦିଲ୍ଲୀ: ସବୁଠୁ ଲୋକପ୍ରିୟ ମେସେଜିଂ ଆପ୍‌ 'ହ୍ୱାଟ୍‌ସଆପ୍‌' ଆଣିଲା ନୂଆ ଫିଚର। ଏହି ଫିଚର ଦ୍ୱାରା ଗ୍ରୁପ୍‌ ଆଡମିନ୍‌ର ପାୱାର ଆହୁରି ବଢ଼ିଯିବ। ଆଣ୍ଡ୍ରଏଡ୍ ହ୍ୱାଟ୍‌ସଆପ୍‌ ଭର୍ସନ୍‌ ୨.୧୮.୨୦୧ ଏବଂ ଆଇଫୋନ୍ ସ୍ଟେବଲ ଭର୍ସନ୍ ୨.୧.୭୦ ପାଇଁ ଏହି ନୂଆ ଫିଚର ଜାରି  କରାଯାଇଛି। ଏହି ନୂଆ ଫିଚର ଅନୁଯାୟୀ ଏବେ ଗ୍ରୁପ୍‌ରେ କିଏ ମେସସେଜ୍‌ କରିବ ତାହା ଆଡମିନ୍‌ ସ୍ଥିର କରିବେ।

ଏହି ନୂଆ ଅପ୍‌ସନ୍ ଗ୍ରୁପ୍‌ ସେଟିଂ ମେନ୍ୟୁରେ 'ସେଣ୍ଡ ମେସେଜ' ନାଁରେ ଦିଆଯାଇଛି। ଏହି ଫିଚରରୁ ଆଡମିନ୍ ସ୍ଥିର କରିବେ କି ସମସ୍ତ ମେମ୍ବର ମେସେଜ କରିପାରିବେ ନା କେବଳ ଆଡମିନ୍‌ ହିଁ ମେସେଜ କରିପାରିବ। ଅର୍ଥାତ୍‌ ଏହି ଫିଚରକୁ ଆକ୍ଟିଭ କଲେ କେବଳ ଗ୍ରୁପ୍‌ ଆଡମିନ୍ ହିଁ ଗ୍ରୁପ୍‌ରେ ମେସେଜ ପଠାଇ ପାରିବେ। ଗ୍ରୁପ୍‌ର ଅନ୍ୟ ସଦସ୍ୟମାନେ କେବଳ ମେସେଜ ପଢ଼ି ପାରିବେ।

ବହୁତ ଶୀଘ୍ର ଏହି ଫିଚରକୁ ୱିଣ୍ଡୋଜ୍‌ ଫୋନ୍‌ ସମେତ ସମସ୍ତ ୟୁଜର ବ୍ୟବହାର କରିପାରିବେ। ଏହି ଫିଚରକୁ ଗ୍ରୁପ୍‌ରେ ଯଦି ଜଣେ ମାତ୍ର ଆଡମିନ୍‌ ଥାଆନ୍ତି ତେବେ ବି ଆକ୍ଟିଭ କରି ହେବ।

ଏମିତି କରନ୍ତୁ ଆକ୍ଟିଭ

୧. ହ୍ୱାଟ୍ସ୍‌ଆପ୍‌ର ଲାଟେଷ୍ଟ ଭର୍ସନ୍‌ ଅପଡେଟ୍‌ କରନ୍ତୁ

୨. ଗ୍ରୁପର ସେଟିଙ୍ଗକୁ ଯାଆନ୍ତୁ।

୩. ଗ୍ରୁପ୍‌ ଇନ୍‌ଫୋକୁ ଓପନ କରନ୍ତୁ

୪. ସେଣ୍ଡ ମେସେଜ ଉପରେ କ୍ଲିକ୍‌ କରନ୍ତୁ

୫. ଏଠାରେ 'only admin' କୁ ସିଲେକ୍ଟ କରନ୍ତୁ

Related story