ସଂସଦରେ ସଚିନ ଅପଦସ୍ତ, ୧୦ ମିନିଟ୍‌ ଠିଆ ହେଲେ

ନୂଆଦିଲ୍ଲୀ: ନିରାଶ ହେଲେ ସଚିନ। ସଂସଦରେ  ସଚିନଙ୍କୁ  କୁହାଇ ଦେଲେନି ।  ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲର ଆଜି ପ୍ରଥମ ଥର ପାଇଁ ରାଜ୍ୟ ସଭାରେ ଭାଷଣ ଦେବାର ଥିଲା। ହେଲେ ଗୃହରେ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହୋହଲ୍ଲା କାରଣରୁ ସେ କହିବାକୁ ସୁଯୋଗ ପାଇଲେନି।  ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।  ରାଜ୍ୟ ସଭାରେ ‘ରାଇଟ୍‌ ଟୁ ପ୍ଲେ’ ପ୍ରସଙ୍ଗରେ ସଚିନ ଆଜି ତାଙ୍କର ମତ ରଖିଥାନ୍ତେ। ୨୦୧୨ରୁ ରାଜ୍ୟସଭାକୁ ମନୋନୀତ ହୋଇଯିବା […]

sachin

Rakesh Mallick
  • Published: Thursday, 21 December 2017
  • , Updated: 21 December 2017, 05:18 PM IST

ନୂଆଦିଲ୍ଲୀ: ନିରାଶ ହେଲେ ସଚିନ। ସଂସଦରେ  ସଚିନଙ୍କୁ  କୁହାଇ ଦେଲେନି ।  ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲର ଆଜି ପ୍ରଥମ ଥର ପାଇଁ ରାଜ୍ୟ ସଭାରେ ଭାଷଣ ଦେବାର ଥିଲା। ହେଲେ ଗୃହରେ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହୋହଲ୍ଲା କାରଣରୁ ସେ କହିବାକୁ ସୁଯୋଗ ପାଇଲେନି।  ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଗୃହକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।  ରାଜ୍ୟ ସଭାରେ ‘ରାଇଟ୍‌ ଟୁ ପ୍ଲେ’ ପ୍ରସଙ୍ଗରେ ସଚିନ ଆଜି ତାଙ୍କର ମତ ରଖିଥାନ୍ତେ। ୨୦୧୨ରୁ ରାଜ୍ୟସଭାକୁ ମନୋନୀତ ହୋଇଯିବା ପରେ ଆଜି ପ୍ରଥମ ଥର ପାଇଁ ସଚିନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏଥିପାଇଁ ତାଙ୍କୁ ଅପରାହ୍ନ ୨ଟାରେ କହିବା ପାଇଁ ସମୟ ଦିଆଯାଇଥିଲା।  କିନ୍ତୁ  ବିପକ୍ଷ ଦଳ ଜୋରଦାର ହୋହଲ୍ଲା ଓ ପାଟିତୁଣ୍ଡ କରିବା ଆରମ୍ଭ କରିଦେଲେ।

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇ ଥିବା ମନ୍ତବ୍ୟ ଆପତ୍ତିଜନକ ଥିବା ଅଭିଯୋଗ କରି ବିରୋଧୀ କଂଗ୍ରେସ ଗୃହରେ ପ୍ରବଳ ପାଟିତୁଣ୍ଡ କରିଥିଲେ।  ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଇସ୍ଥଫା ଦାବି କରିଥିଲେ ବିରୋଧୀ। ଅନ୍ୟପକ୍ଷରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ବିରୋଧୀଙ୍କୁ ଶାନ୍ତ ହେବା ପାଇଁ ଯେତେ ନିବେଦନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ନ ଥିଲା।  ଏହାରି ଭିତରେ ସଚିନ ପ୍ରାୟ ୧୦ ମିନିଟ ଧରି ଠିଆ ହୋଇ ଥିଲେ ବି ଭାଷଣ ଦେବା ପାଇଁ କୌଣସି ପ୍ରକାର ସୁଯୋଗ ମିଳି ନ ଥିଲା। ଆଉ ଶେଷରେ ତାଙ୍କୁ ନିରାଶ ହେବାକୁ ପଡ଼ିଥିଲା।

କଂଗ୍ରେସ ସଦସ୍ୟଙ୍କ ଏପରି ବିଶୃଙ୍ଖଳା ଆଚରଣ ଏବଂ ସଚିନଙ୍କୁ କୁହାଇ ନ ଦେବା ପ୍ରସଙ୍ଗରେ ସମାଜବାଦୀ ପାର୍ଟିର  ଜୟା ବଚ୍ଚନ  କଡ଼ା ସମାଲୋଜନା କରିଛନ୍ତି। ସେ ତାଙ୍କ ମନ୍ତବ୍ୟରେ କଂଗ୍ରେସକୁ ଟାର୍ଗେଟ କରିଛନ୍ତି। ଜୟା ବଚ୍ଚନ  କହିଛନ୍ତି ଯେ, ଯିଏ ଦେଶର ଗର୍ବ ଗୌରବ ତାଙ୍କୁ ସଂସଦରେ କହିବା ପାଇଁ ସୁଯୋଗ ନଦେବା ଅତ୍ୟନ୍ତ ନିନ୍ଦନୀୟ।  ଖେଳାଳି ଏବଂ କଳାକାରଙ୍କୁ କ’ଣ ସଂସଦରେ ନିଜ ବିଚାର ରଖିବା ପାଇଁ ସୁଯୋଗ ନାହିଁ ବୋଲି ଅଭିମାନ କରି ପ୍ରଶ୍ନ କରିଥିଲେ ଜୟା। ଏଠାରେ ସୂଚନାଯୋଗ୍ୟ ଯେ, ସଂସଦରେ ସଚିନଙ୍କ ବାରମ୍ବାର ଅନୁପସ୍ଥିତକୁ ନେଇ ପୂର୍ବରୁ ଅନେକ଼ ପ୍ରଶ୍ନ ଉଠିଥିଲା।

Related story