୨୦୨୪ରେ ବିଜେପିକୁ କେଉଁ ନେତା ଚେକ୍ ଦେଇପାରିବେ?

ମୁମ୍ୱାଇ: ଶିବସେନାର ମୁଖପାତ୍ର ‘ସାମ୍ନା’ରେ ପ୍ରକାଶିତ ସମ୍ପାଦକୀୟ ପୁଣି ମହାରାଷ୍ଟ୍ର ରାଜନୀତିରେ ହଟଟମଟ ସୃଷ୍ଟି କରିଛି। ଶନିବାର ଏନସିପି ସାଂସଦ ମାଜିଦ୍ ମେମନ୍ ମଧ୍ୟ ଏହି ସମ୍ପାଦକୀୟରେ ଲେଖାକୁ ସମର୍ଥନ କରିଛନ୍ତି। ଶିବସେନାର ଏହି ସମ୍ପାଦକୀୟ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଲେଖା ହୋଇଛି। ଯେଉଁଠି ମୋଦିଙ୍କ ସାମ୍ନାରେ ବିରୋଧୀ ଦଳର ନେତା କିଏ ହେଲେ ବିଜେପିକୁ ଚେକ୍ ଦେଇହେବ ସେ ବାବଦରେ ଲେଖାହୋଇଛି। ହେଲେ ଏହି ଲେଖାରେ ସହଯୋଗୀ କଂଗ୍ରେସ ଦଳର ମୁଖିଆ ସୋନିଆ ଗାନ୍ଧୀ […]

Modi

Subhransu Sekhar
  • Published: Saturday, 26 December 2020
  • , Updated: 26 December 2020, 10:48 PM IST

ମୁମ୍ୱାଇ: ଶିବସେନାର ମୁଖପାତ୍ର ‘ସାମ୍ନା’ରେ ପ୍ରକାଶିତ ସମ୍ପାଦକୀୟ ପୁଣି ମହାରାଷ୍ଟ୍ର ରାଜନୀତିରେ ହଟଟମଟ ସୃଷ୍ଟି କରିଛି। ଶନିବାର ଏନସିପି ସାଂସଦ ମାଜିଦ୍ ମେମନ୍ ମଧ୍ୟ ଏହି ସମ୍ପାଦକୀୟରେ ଲେଖାକୁ ସମର୍ଥନ କରିଛନ୍ତି। ଶିବସେନାର ଏହି ସମ୍ପାଦକୀୟ ୨୦୨୪ ସାଧାରଣ ନିର୍ବାଚନକୁ ନେଇ ଲେଖା ହୋଇଛି। ଯେଉଁଠି ମୋଦିଙ୍କ ସାମ୍ନାରେ ବିରୋଧୀ ଦଳର ନେତା କିଏ ହେଲେ ବିଜେପିକୁ ଚେକ୍ ଦେଇହେବ ସେ ବାବଦରେ ଲେଖାହୋଇଛି। ହେଲେ ଏହି ଲେଖାରେ ସହଯୋଗୀ କଂଗ୍ରେସ ଦଳର ମୁଖିଆ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା।

“ୟୁପିଏ ଦୁର୍ବଳ ହେବାରୁ ବିଜେପି ଆଗକୁ ବଢ଼ିଛି। ୨୦୧୪ ପରେ ୨୦୧୯ରେ ମୋଦିଙ୍କ ନେତୃତ୍ୱରେ ବିଜେପି ନିଜର ଶକ୍ତି ଆହୁରି ବଢ଼ାଇଛି। ଏଥିରୁ ପ୍ରମାଣିତ ୟୁପିଏ ଦୁର୍ବଳ ହୋଇପଡିଛି। ରାହୁଲ୍ ଗାନ୍ଧୀ ନେତୃତ୍ୱ ନେବାରେ ବିଫଳ। ତେଣୁ ଏଭଳି ସ୍ଥିତି ଉପୁଜିଛି। ଦେଶରେ ଚାଷୀ ଆନ୍ଦୋଳନ ହେଉଛି। ହେଲେ କଂଗ୍ରେସ ଠିକ୍ ଭାବରେ ଉପସ୍ଥାପନ କରି ପାରୁନି। ମୋଦିଙ୍କ ବିକଳ୍ପ ଭାବରେ ବିଜେପି ପାଖରେ ଅମିତ ଶାହ ରହିଛନ୍ତି। ହେଲେ ୟୁପିଏରେ କେହି ନାହିଁ। ଯଦିଓ ଶରଦ ପାଓ୍ୱାରଙ୍କ ବୟସ ୮୦ ହେଲାଣି ହେଲେ ଏବେ ବି ଶରଦ ୟୁପିଏରେ ନେତୃତ୍ୱ ନେଇପାରିବେ”।

ଶିବସେନା ସାମ୍ନା ଜରିଆରେ ଏଭଳି କିଛି କହି ଏନସିପି ସୁପ୍ରିମୋଙ୍କୁ ପ୍ରଶଂସା କରିଛି। ଶିବସେନା କହିଛି ବିଜେପିର ଅନେକ ବିରୋଧୀ ଅଛନ୍ତି। ଟିଏମସି, ଅକାଳୀ ଦଳ, ବିଏସପି, ଏସପି, ବିଜେଡି, ଓ୍ୱାଇଏସଆର କଂଗ୍ରେସ, ଟିଆରଏସ ଦଳ ରହିଛି। ଏମାନଙ୍କୁ ଶରଦ ପାଓ୍ୱାର ହିଁ ଏକାଠି କରିପାରିବେ।

ପାଓ୍ୱାରଙ୍କ କ୍ଷମତାକୁ ମନେ ପକାଇବାକୁ ଯାଇ ମହାରାଷ୍ଟ୍ରର ସରକାର ଗଢ଼ିବା କଥା କହିଛି ଶିବସେନା। ସାମ୍ନାର ସମ୍ପାଦକ ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ମଧ୍ୟ କେନ୍ଦ୍ର ସରକାରକୁ ଏହି ଅବସରରେ ଟାର୍ଗେଟ କରିଛନ୍ତି। ଅଣ ବିଜେପି ରାଜ୍ୟଗୁଡ଼ିକୁ କେନ୍ଦ୍ର ସରକାର କୌଣସି ସହାୟତା କରୁନାହିଁ। ଦେଶରେ ନେତାଙ୍କ ଅଭାବ ନାହିଁ। ଥରେ ସୋନିଆ ଗାନ୍ଧୀଙ୍କ ନେତୃତ୍ୱରେ ସମସ୍ତେ ଏକାଠି ହୋଇଥିଲେ। ମନମୋହନ ସିଂ ନେତୃତ୍ୱ ନେଇଥିଲେ। ଆଜି ଶରଦ ପାୱାର ଦେଶରେ ଏପରି ଜଣେ ନେତା, ଯାହାକୁ ସମସ୍ତେ ବିଶ୍ୱାସ କରନ୍ତି ଏବଂ ଶୁଣନ୍ତି। ଏମତିକି ମୋଦୀ ମଧ୍ୟ ବିଶ୍ୱାସ କରନ୍ତି ବୋଲି ସେ କହିଛନ୍ତି।

ଏହା ବ୍ୟତୀତ ଏନସିପି ସାଂସଦ କଂଗ୍ରେସ ପାର୍ଟିରେ ଚାଲିଥିବା ମତଭେଦ ବିଷୟରେ ମଧ୍ୟ କହିଛନ୍ତି। ସେ କହିଛନ୍ତି ଯେ କଂଗ୍ରେସର ନେତୃତ୍ୱରେ ଅନେକ ମତ ପାର୍ଥକ୍ୟ ରହିଛି। ଶରଦ ପାୱାର ହେଉଛନ୍ତି ଏକମାତ୍ର ନେତା ଯିଏକି ଦେଶର କୌଣସି ରାଜନେତାଙ୍କ ଅପେକ୍ଷା ଅଧିକ ପ୍ରଭାବଶାଳୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାମ୍ନାରେ ଶରଦ ପାୱାରଙ୍କୁ ଜଣେ ପାଓ୍ୱାରଫୁଲ୍ ନେତା ବୋଲି ମେମନ୍ କହିଛନ୍ତି।

Related story