ୱାଶିଂଟନ: ସବୁଠାରୁ ସୁରକ୍ଷିତ କୁହାଯାଉଥିବା ଆମେରିକା ରାଷ୍ଟ୍ରପତିଙ୍କ ବାସଭବନ ହ୍ୱାଇଟ୍ ହାଉସରେ ଗତକାଲି କିଛି ସମୟ ଧରି ଲାଗି ରହିଥିଲା ବୋମା ଆତଙ୍କ। ଅବଶ୍ୟ ପରେ ଏହା ମିଛ ବୋଲି ଜଣାପଡ଼ିଥିଲା।
ରାଷ୍ଟପତିଙ୍କ ମୁଖପାତ୍ର ଜୋସ ଅର୍ନେଷ୍ଟ୍ ଏକ ସାମ୍ୱାଦିକ ସମ୍ମିଳନୀ କରୁଥିଲେ। ଏହି ସମୟରେ ଖବର ଖବର ଆସିଲା ଯେ ସେଠାରେ ବୋମା ଅଛି। କେହି ଜଣେ ଫୋନ୍ କରି ୱାଶିଂଟନ ପୋଲିସକୁ ଏହି ସୂଚନା ଦେବା ପରେ ହ୍ୱାଇଟ୍ ହାଉସ୍ ସୁରକ୍ଷାକର୍ମୀଙ୍କୁ ସତର୍କ କରି ଦିଆଯାଇଥିଲା। ଏହା ପରେ ସଙ୍ଗେ ସଙ୍ଗେ ଉକ୍ତ ରୁମରୁ ସାମ୍ବାଦିକମାନଙ୍କୁ ଖାଲି କରି ଦିଆଯାଇଥିଲା ଓ ତନ୍ନ ତନ୍ନ କରି ବୋମା ଖୋଜା ଯାଇଥିଲା। କିନ୍ତୁ ବୋମା କିମ୍ବା ଅନ୍ୟ କୌଣସି ବିସ୍ଫୋରକ ସାମଗ୍ରୀ ମିଳି ନଥିଲା।
ଏହି ସମୟରେ ରାଷ୍ଟ୍ରପତି ବାରାକ ଓବାମା ତାଙ୍କ ଓଭାଲ ଅଫିସରେ ଥିଲେ। ତାଙ୍କ ପତ୍ନୀ ଓ ଝିଅ ଦୁହେଁ ହ୍ୱାଟଇ ହାଉସ୍ ମଧ୍ୟରେ ଥିଲେ। ତେବେ ସେମାନଙ୍କୁ କାହାରିକୁ ବାହାରକୁ ନିଆଯାଇ ନଥିଲା।
ବୋମା ନମିଳିବା ପରେ ପୁଣି ସାମ୍ବାଦିକ ସମ୍ମିଳନୀ ହୋଇଥିଲା।