କିଏ ବନ୍ଦ କରିଦେଲା ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ?
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟରରେ ଭାରି ଆକ୍ଟିଭ। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସେ ଟ୍ୱିଟ୍ କରନ୍ତି। ଟ୍ୱିଟରରେ ବିଶ୍ୱର ସବୁଠୁ ଅଧିକ ଫଲୋ କରାଯାଉଥିବା ରାଜନେତାଙ୍କ ମଧ୍ୟରୁ ସେ ଜଣେ। ଟ୍ୱିଟରରେ ତାଙ୍କ ଫୋଲୋଅର୍ଙ୍କ ସଂଖ୍ୟା ୪କୋଟିରୁ ଅଧିକ। କିନ୍ତୁ ଗତକାଲି ତାଙ୍କ ଟ୍ୱିଟର ଆକାଉଣ୍ଟ କିଛି ସମୟ ପାଇଁ ଡିଆକ୍ଟିଭେଟ୍ ହୋଇଯାଇଥିଲା। ତେବେ କିଏ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଡିଆକ୍ଟିଭେଟ୍ କଲା? ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ୭ଟାରେ(ଆମେରିକା ସମୟ ଅନୁଯାୟୀ) […]
ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଟ୍ୱିଟରରେ ଭାରି ଆକ୍ଟିଭ। ବିଭିନ୍ନ ସମୟରେ ବିଭିନ୍ନ ପ୍ରସଙ୍ଗରେ ସେ ଟ୍ୱିଟ୍ କରନ୍ତି। ଟ୍ୱିଟରରେ ବିଶ୍ୱର ସବୁଠୁ ଅଧିକ ଫଲୋ କରାଯାଉଥିବା ରାଜନେତାଙ୍କ ମଧ୍ୟରୁ ସେ ଜଣେ। ଟ୍ୱିଟରରେ ତାଙ୍କ ଫୋଲୋଅର୍ଙ୍କ ସଂଖ୍ୟା ୪କୋଟିରୁ ଅଧିକ। କିନ୍ତୁ ଗତକାଲି ତାଙ୍କ ଟ୍ୱିଟର ଆକାଉଣ୍ଟ କିଛି ସମୟ ପାଇଁ ଡିଆକ୍ଟିଭେଟ୍ ହୋଇଯାଇଥିଲା। ତେବେ କିଏ ତାଙ୍କ ଟ୍ୱିଟର ଆକାଉଣ୍ଟକୁ ଡିଆକ୍ଟିଭେଟ୍ କଲା?
ସୂଚନା ଅନୁଯାୟୀ ଗୁରୁବାର ସନ୍ଧ୍ୟା ୭ଟାରେ(ଆମେରିକା ସମୟ ଅନୁଯାୟୀ) ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ଉପଲବ୍ଧ ନାହିଁ ବୋଲି କୁହାଯାଇଥିଲା। ଏହାର ୧୧ ମିନିଟ୍ ପରେ ତାଙ୍କର ଟ୍ୱିଟର ଆକାଉଣ୍ଟ ପୁଣି ଥରେ କାମ କରିବା ଆରମ୍ଭ କଲା।
ଏହାପରେ ଟ୍ୱିଟର ପକ୍ଷରୁ କୁହାଯାଇଥିଲା ଯେ କିଛି ସମୟ ପୂର୍ବରୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଆକାଉଣ୍ଟ ଟ୍ୱିଟର କର୍ମଚାରୀଙ୍କର ଭୁଲ୍ ପାଇଁ ଡିଆକ୍ଟିଭେଟ୍ ହୋଇଯାଇଥିଲା। ଏହା ମଣିଷକୃତ ଭୁଲ୍ ଥିଲା। ଏଥିପାଇଁ ତାଙ୍କ ଆକାଉଣ୍ଟ ୧୧ମିନିଟ୍ ପାଇଁ ବନ୍ଦ ରହିଥିଲା। କିନ୍ତୁ ଏବେ ଏହା ଠିକ୍ କରି ଦିଆଯାଇଛି।