କାହା ମୁଣ୍ଡରେ ମୁଖ୍ୟମନ୍ତ୍ରୀ ମୁକୁଟ ?

ନୂଆଦିଲ୍ଲୀ: ଶେଷ ହୋଇଛି ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ଉଭୟ ରାଜ୍ୟରେ ସରକାର ଗଢ଼ିବାକୁ ବିଜେପି ଜନାଦେଶ ପାଇଛି। ଏବେ ଏହି ଦୁଇ ରାଜ୍ୟରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୁଜରାଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏବଂ ହିମାଚଳ ପ୍ରଦେଶ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦଳ ଦାୟିତ୍ୱ ଦେଇଛି। ଗୁଜରାଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ଦାୟିତ୍ୱରେ ଅର୍ଥମନ୍ତ୍ରୀ ଅରୁଣ […]

bjp

Rakesh Mallick
  • Published: Tuesday, 19 December 2017
  • , Updated: 19 December 2017, 09:09 PM IST

ନୂଆଦିଲ୍ଲୀ: ଶେଷ ହୋଇଛି ଗୁଜରାଟ ଓ ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ। ଉଭୟ ରାଜ୍ୟରେ ସରକାର ଗଢ଼ିବାକୁ ବିଜେପି ଜନାଦେଶ ପାଇଛି। ଏବେ ଏହି ଦୁଇ ରାଜ୍ୟରେ ବିଜେପି କାହାକୁ ମୁଖ୍ୟମନ୍ତ୍ରୀ କରିବ ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଗୁଜରାଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ପାଇଁ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ଏବଂ ହିମାଚଳ ପ୍ରଦେଶ ପାଇଁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଦଳ ଦାୟିତ୍ୱ ଦେଇଛି।

ଗୁଜରାଟରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚୟନ ଦାୟିତ୍ୱରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ସହ ଅଛନ୍ତି ବିଜେପିର ସାଧାରଣ ସମ୍ପାଦକ ସରୋଜ ପାଣ୍ଡେ। ନିର୍ବାଚନ ପ୍ରଚାର ବେଳେ ବିଜୟ ରୂପାନୀଙ୍କୁ ମୁଖ୍ୟମନ୍ତ୍ରୀ କରାଯିବ ବୋଲି ଶୁଣାଯାଉଥିଲା। ହେଲେ ଫଳାଫଳ ଘୋଷଣା ପରେ ମୁଖ୍ୟମନ୍ତ୍ରୀ ଚୟନ ନେଇ ପୁଣିଥରେ ନିଷ୍ପତ୍ତି ହେବ। ଉପମୁଖ୍ୟମନ୍ତ୍ରୀ ନୀତିନ ପଟେଲ ମୁଖ୍ୟମନ୍ତ୍ରୀ ପଦ ପାଇଁ ବଡ଼ ଦାବିଦାର ଅଛନ୍ତି। ଅନ୍ୟପକ୍ଷରେ ଗୁଜରାଟବାସୀ ଏଥର ମୁଖ୍ୟମନ୍ତ୍ରୀ ଭାବେ ଏକ ନୂଆ ଚେହେରା ଦେଖିବାକୁ ପାଇବେ ବୋଲି ମଧ୍ୟ ର୍ଚ୍ଚା ହେଉଛି। ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଗୁଜରାଟରେ ଦଳର ସ୍ଥିତି ମଜଭୁତ କରିବାକୁ କେନ୍ଦ୍ରର ଜଣେ ପ୍ରଭାବଶାଳୀ ନେତାଙ୍କୁ ମଧ୍ୟ ଗୁଜରାଟ ଦାୟିତ୍ୱ ମିଳିବା ସମ୍ଭାବନା

ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ଚୟନ କରିବେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଓ ନରେନ୍ଦ୍ର ସିଂ ତୋମାର ଦାୟିତ୍ୱ ପାଇଛନ୍ତି। ଏଠାରେ ଦଳ ଜଟିଳ ସ୍ଥିତିରେ ପଡ଼ିଛି। ନିର୍ବାଚନ ପୂର୍ବରୁ ଦଳ ପ୍ରେମ କୁମାର ଧୁମଲଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଥିଲା। ହେଲେ ଧୁମଲ ନିର୍ବାଚନରେ ପରାସ୍ତ ହୋଇଛନ୍ତି। ଏହାସତ୍ତ୍ୱେ ସେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଆଶା ରଖିଛନ୍ତି। ଏଭଳି ସ୍ଥିତିରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବାଛିବା ପାଇଁ ଦଳକୁ କସରତ କରିବାକୁ ପଡିବ। ଏଠାରେ ଜୟରାମ ଠାକୁର ରେସରେ ସବୁଠାରୁ ଆଗରେ ଅଛନ୍ତି। ଦଳର ଅନ୍ୟ ବରିଷ୍ଠ ନେଚା ଅଜୟ ଜାମ୍ବାଲଙ୍କୁ ମଧ୍ୟ ମିଳିପାରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ। ଜାମ୍ବାଲ ଆରଏସ୍ଏସ୍‌ର ଜଣେ ସକ୍ରିୟ ସଦସ୍ୟ। ତେଣୁ ତାଙ୍କୁ ଗୁରୁ ଦାୟିତ୍ୱ ମିଳିବା ସମ୍ଭାବନା ରହିଛି।

Related story