ବାମ କାନ୍ଧ ଉପରେ ଆଞ୍ଚଲ ପକେଇବା କିଏ ଶିଖେଇଲେ?

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଏକ ରୋଚକ କଥା କହିଛନ୍ତି। କାହିଁକି ମହିଳାଙ୍କ ଆଞ୍ଚଲ ବା ଓଢ଼ଣୀ ବାମ କାନ୍ଧରେ ପଡ଼ିଥାଏ। ସେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ବଡ ଭାଇ ତଥା ଦେଶର ପ୍ରଥମ ଆଇସିଏସ୍ ଅଧିକାରୀ ସତ୍ୟେନ୍ଦ୍ରନାଥ ଠାକୁରଙ୍କ ପତ୍ନୀ ଜ୍ଞାନାନ୍ଦିନୀ ଦେବୀଙ୍କ କଥା କହିଛନ୍ତି। ସେ ହିଁ ମହିଳାଙ୍କୁ ବାମ କାନ୍ଧରେ ଶାଢ଼ୀର ଓଢ଼ଣୀ ପକାଇବାକୁ ଶିଖାଇଥିଲେ ବୋଲି କହିଛନ୍ତି। ରବୀନ୍ଦ୍ରନାଥ […]

pm-modi

Subhransu Sekhar
  • Published: Thursday, 24 December 2020
  • , Updated: 24 December 2020, 03:55 PM IST

ନୂଆଦିଲ୍ଲୀ: ପଶ୍ଚିମବଙ୍ଗର ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦବୋଧନ ଦେଇଛନ୍ତି। ଏହି ଅବସରରେ ଏକ ରୋଚକ କଥା କହିଛନ୍ତି। କାହିଁକି ମହିଳାଙ୍କ ଆଞ୍ଚଲ ବା ଓଢ଼ଣୀ ବାମ କାନ୍ଧରେ ପଡ଼ିଥାଏ। ସେ ଗୁରୁଦେବ ରବୀନ୍ଦ୍ରନାଥ ଠାକୁରଙ୍କ ବଡ ଭାଇ ତଥା ଦେଶର ପ୍ରଥମ ଆଇସିଏସ୍ ଅଧିକାରୀ ସତ୍ୟେନ୍ଦ୍ରନାଥ ଠାକୁରଙ୍କ ପତ୍ନୀ ଜ୍ଞାନାନ୍ଦିନୀ ଦେବୀଙ୍କ କଥା କହିଛନ୍ତି। ସେ ହିଁ ମହିଳାଙ୍କୁ ବାମ କାନ୍ଧରେ ଶାଢ଼ୀର ଓଢ଼ଣୀ ପକାଇବାକୁ ଶିଖାଇଥିଲେ ବୋଲି କହିଛନ୍ତି।

ରବୀନ୍ଦ୍ରନାଥ ଠାକୁରଙ୍କ ବଡ଼ ଭାଇ ସତ୍ୟେନ୍ଦ୍ର ନାଥ ଗୁଜରାଟ ଅହମଦାବାଦରେ ଆଇସିଏସ୍ ଅଧିକାରୀ ଭାବେ ନିଯୁକ୍ତି ହୋଇଥିଲେ। ସତ୍ୟେନ୍ଦ୍ରନାଥଙ୍କ ସ୍ତ୍ରୀ ଜ୍ଞାନାନ୍ଦିନୀ ଅହମଦାବାଦରେ ରହୁଥିଲେ। ସ୍ଥାନୀୟ ମହିଳାମାନେ ଓଢ଼ଣୀକୁ ଡାହାଣ କାନ୍ଧରେ ପକାଉଥିଲେ। ଏଭଳି ଶାଢ଼ୀ ପିନ୍ଧୁଥିବାରୁ ମହିଳାମାନେ କାମ କରିବା ବେଳେ ଅଡ଼ୁଆରେ ପଡ଼ୁଥିଲେ। ଏହାକୁ ଦେଇ ଜ୍ଞାନାନ୍ଦିନୀ ଓଢ଼ଣୀକୁ ବାମ କାନ୍ଧ ଉପରେ ପକାଇବାକୁ ଚିନ୍ତା କଲେ। ଏହା ସେ ଶୁଣିଥିବା କହିଛନ୍ତି। ମହିଳା ସଶକ୍ତିକରଣ ଉପରେ ଗବେଷଣା କରୁଥିବା ବ୍ୟକ୍ତିମାନେ ଏ ବାବଦରେ ଅଧିକ ଗବେଷଣା କରିବା ଦରକାର ବୋଲି ମୋଦି କହିଛନ୍ତି। ଏହି ଅବସରରେ ମୋଦି ରବୀନ୍ଦ୍ରନାଥ ଏବଂ ଗୁଜୁରାଟ ମଧ୍ୟରେ ଥିବା ସମ୍ପର୍କକୁ ଯୋଡ଼ିଛନ୍ତି।

ସୂଚନାଯୋଗ୍ୟ, ଆଗକୁ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ରହିଛି। ଏହା ପୂର୍ବରୁ ପୂର୍ବ ପୁରୁଷ, ଐତିହାସିକ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କୁ ରାଜନୀତିକ ଦଳମାନେ ମନେ ପକାଇବା ଆରମ୍ଭ କରିଛନ୍ତି। ମୁଖ୍ୟତଃ ବିଜେପି-ଟିଏମସି ଏହି ପ୍ରକ୍ରିୟାକୁ ଜୋରଦାର କରିଛନ୍ତି। ଟିଏମସି ଅସ୍ମିତାର କାର୍ଡ ଖେଳି ବିଜେପିକୁ ବାହାରର ପାର୍ଟି କହୁଛି। ଆଉ ଟିଏମସିକୁ କାଉଣ୍ଟର କରିବା ପାଇଁ ପ୍ରତି ସଭା ଆରମ୍ଭରୁ ପଶ୍ଚିମବଙ୍ଗର ବ୍ୟକ୍ତି ବିଶେଷଙ୍କୁ ସମ୍ମାନୀତ କରିବା ପ୍ରକ୍ରିୟା ଆରମ୍ଭ  କରିଛି ବିଜେପି।

Related story