ନୂଆଦିଲ୍ଲୀ: ଖୁଚୁରା ପରେ ହୋଲସେଲ ଉପରେ ଜବରଦସ୍ତ ମହଙ୍ଗା ମାଡ଼। ଗତ ୪ ମାସ ଭିତରେ ହୋଲସେଲ ଉପରେ ମୁଦ୍ରାସ୍ପିତୀ ମହଙ୍ଗା ଦର ଅବିଶ୍ୱସନୀୟଭାବେ ବୃଦ୍ଧି ପାଇଛି। ଏହି ମୁଦ୍ରାସ୍ପିତୀ ବୃଦ୍ଧି ଯୋଗୁ ଏହାର ପ୍ରଭାବ ବିଶେଷ କରି ପିଆଜ ଏବଂ ପେଟ୍ରୋଲ ଉପରେ ପଡ଼ିଛି। ମୁଦ୍ରାସ୍ପତୀ ହାର ବୃଦ୍ଧି ଯୋଗୁ ପିଆଜ ଉପରେ ମହଙ୍ଗା ଦର ୩.୨୪ ପ୍ରତିଶତ ବୃଦ୍ଧି ହୋଇଛି। ଜୁଲାଇରେ ଏହି ପରିସଂଖ୍ୟାନ ୧.୮୮ ପ୍ରତିଶତରେ ସୀମିତ ଥିଲା। ସେହିପରି ମୁଦ୍ରାସ୍ପିତୀ ହାର ବୃଦ୍ଧି ଯୋଗୁ ପେଟ୍ରୋଲର ଅହେତୁକ ଦର ବୃଦ୍ଧି ହୋଇଛି। ବାଣିଜ୍ୟ ମନ୍ତ୍ରଣାଳାୟ ପକ୍ଷରୁ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାଇ ଅଗଷ୍ଟ ମାସରେ ମହଙ୍ଗା ଦର ସବୁଠୁ ଅଧିକ ରହିଛି।
ଫଳରେ ପିଆଜ ଉପରେ ହୋଲସେଲ ପ୍ରାଇସ ୮୮.୪୬ ପ୍ରତିଶତକୁ ବୃଦ୍ଧି ପାଇଛି। କେବଳ ପିଆଜ ନୁହଁ ଅଣ୍ଡା, ମାଂସ ଓ ମାଛ ଉପରେ ମଧ୍ୟ ମହଙ୍କା ମାଡ଼ ହୋଇଛି। ଏ ସବୁ ସାମଗ୍ରୀ ଉପରେ ହୋଲସେଲ ପ୍ରାଇସ ୩.୩୦ରୁ ୩.୯୩ ପ୍ରତିଶତକୁ ବୃଦ୍ଧି ହୋଛି। ସେହିପରି ତୈଳ ଏବଂ ଶକ୍ତି କ୍ଷେତ୍ରରେ ମଧ୍ୟ ମୁଦ୍ରାସ୍ତିତୀ ହାର ବୃଦ୍ଧି ହୋଇଛି। ପେଟ୍ରୋଲ ଉପରେ ହୋଲସେଲ ଦର ୪.୩୭ ପ୍ରତିଶତ ଥିବା ବେଳେ ଅଗଷ୍ଟରେ ୯.୯୯ ପ୍ରତିଶତରେ ପହଞ୍ଚିଛି। ଏବେ ପିଆଜ କେଜି ୨୭ ଟଙ୍କା ଥିବା ବେଳେ ପେଟ୍ରୋଲ ଲିଟର ୬୯ ଟଙ୍କା ଛୁଇଁଛି।