କାହିଁକି ସାଧୁ ସନ୍ଥଙ୍କ ମରଶରୀରକୁ ଦାହ ନକରି ପୋତା ଯାଏ ?

ପ୍ରୟାଗରାଜ: ଏବେ ଚର୍ଚ୍ଚାରେ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ। ବୁଧବାର ପ୍ରୟାଗରାଜରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସାଧୁ ସନ୍ନ୍ୟାସୀଙ୍କ ପରମ୍ପରା ଅନୁଯାୟୀ ମହନ୍ତ ନରେନ୍ଦ୍ରଙ୍କ ମରଶରୀରକୁ ପ୍ରୟାଗରାଜରେ ପୋତାଯାଇ ସମାଧି ଦିଆଯାଇଛି । ସାଧାରଣତଃ ହିନ୍ଦୁ ଧର୍ମରେ ପାର୍ଥିବ ଶରୀରକୁ ଦାହ କରିବା ପରମ୍ପରା ଥିବା ବେଳେ ସାଧୁ ସନ୍ନ୍ୟାସୀମାନଙ୍କର ମରଶରୀରକୁ ପୋତାଯାଏ। ଏ ଶରୀର ପଞ୍ଚଭୂତରେ ତିଆରି ଓ ପଞ୍ଚଭୂତରେ ବିଲୀନ ହୋଇଯିବ ଏହି ବିଶ୍ୱାସ ନେଇ […]

narendra-Giri.jpg1_

Tapas Behera
  • Published: Wednesday, 22 September 2021
  • , Updated: 22 September 2021, 05:56 PM IST

ପ୍ରୟାଗରାଜ: ଏବେ ଚର୍ଚ୍ଚାରେ ଭାରତୀୟ ଆଖଡା ପରିଷଦର ସଭାପତି ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ। ବୁଧବାର ପ୍ରୟାଗରାଜରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସାଧୁ ସନ୍ନ୍ୟାସୀଙ୍କ ପରମ୍ପରା ଅନୁଯାୟୀ ମହନ୍ତ ନରେନ୍ଦ୍ରଙ୍କ ମରଶରୀରକୁ ପ୍ରୟାଗରାଜରେ ପୋତାଯାଇ ସମାଧି ଦିଆଯାଇଛି । ସାଧାରଣତଃ ହିନ୍ଦୁ ଧର୍ମରେ ପାର୍ଥିବ ଶରୀରକୁ ଦାହ କରିବା ପରମ୍ପରା ଥିବା ବେଳେ ସାଧୁ ସନ୍ନ୍ୟାସୀମାନଙ୍କର ମରଶରୀରକୁ ପୋତାଯାଏ। ଏ ଶରୀର ପଞ୍ଚଭୂତରେ ତିଆରି ଓ ପଞ୍ଚଭୂତରେ ବିଲୀନ ହୋଇଯିବ ଏହି ବିଶ୍ୱାସ ନେଇ ହିନ୍ଦୁ ଧର୍ମରେ ମୃତ ଦେହକୁ ପୋଡ଼ା ଯାଏ। ହେଲେ ସାଧୁ ସନ୍ନ୍ୟାସୀମାନଙ୍କ କ୍ଷେତ୍ରରେ ଏହି ପରମ୍ପରାର ବ୍ୟତିକ୍ରମ ରହିଛି। ତେବେ ଏହା ପଛରେ ମଧ୍ୟ ଏକ ରୋଚକ ବିଶ୍ୱାସ ରହିଛି।

ତାହା ହେଉଛି ମଣିଷ ଦେହ ତ୍ୟାଗ କରିବା ପରେ ମଧ୍ୟ ଆତ୍ମାଛାଡ଼ି ଯାଇ ନଥାଏ। କାରଣ ଶରୀର ସହ ଦୀର୍ଘଦିନ ବନ୍ଧନରେ ବାନ୍ଧି ହୋଇଯାଇଥିବା ଆତ୍ମାର ଏତେ ଶୀଘ୍ର ମୋହମାୟା ତୁଟି ନଥାଏ। ତେଣୁ କାଳେ ମୃତ ଦେହକୁ ପୋତି ଦେଲେ ଆତ୍ମା ​​ଆଖପାଖରେ ରହିଯିବ ତେଣୁ ଦାହ କରିଦିଆଯାଏ। ଅନ୍ୟପଟେ ଜଣେ ବ୍ୟକ୍ତି ଯେତେବେଳେ ସାଧୁ ସନ୍ନ୍ୟାସର ବାଟକୁ ଆପଣେଇ ନିଅନ୍ତି ସେ ସାଂସାରିକ ମୋହମାୟାକୁ ତ୍ୟାଗ କରିଥାଆନ୍ତି।  ତେଣୁ ସଶରୀରରେ ଥିବା ବେଳେ ମଧ୍ୟ ସେମାନଙ୍କର ଲୋଭ, ମାୟା କିମ୍ବା କୌଣସି ପ୍ରକାର ମୋହ ନଥାଏ। ବସ୍ତୁବାଦୀ ଲାଳସା ସହ ସମ୍ପର୍କ ତୁଟାଇ ଆଧ୍ୟାତ୍ମିକ ପନ୍ଥାରେ ନିର୍ବାଣପ୍ରାପ୍ତି ହେଉଛି ସେମାନଙ୍କ ଲକ୍ଷ୍ୟ।

ତେଣୁ ପଦ୍ମଆକୃତିରେ ତାଙ୍କୁ ଶୁଆଇ ଦେଇ ପୋତି ଦିଆଯାଏ। ସେହି ବିଶ୍ୱାସ ଅନୁଯାୟୀ, ସନ୍ଥ ମହାପୁରୁଷଙ୍କ ଶବଦାହ କରାଯାଏ ନାହିଁ । କାରଣ ସେମାନଙ୍କର ଆତ୍ମା ​​ଶରୀର ସହିତ ଆଉ ସମ୍ପର୍କ ନଥାଏ । ସୂଚନାଯୋଗ୍ୟ ଯେ,  ସୋମବାର ନରେନ୍ଦ୍ର ଗିରିଙ୍କର ଝୁଲନ୍ତା ଅବସ୍ଥାରେ ମୃତ ଦେହ ମିଳିଥିଲା।  ତାଙ୍କ ରୁମରୁ ଗୋଟିଏ ସୁଇସାଇଡ୍‌ ନୋଟ ମଧ୍ୟ ମିଳିଥିଲା । ଯାହାକୁ ନେଇ ଉତ୍ତରପ୍ରଦେଶରେ ଖୁବ୍‌ ଚର୍ଚ୍ଚାର ବିଷୟ ରହିଛି।

Related story