କଂଗ୍ରେସ ସରକାର ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପାଳନ କରୁନି !

ନୂଆଦିଲ୍ଲୀ: ମୋଦି ସରକାର ଗଣତନ୍ତ୍ରର ହତ୍ୟା କରୁଛନ୍ତି। ଯାହା ବି ତାଙ୍କ ସମୟରେ ହେଉଛି ତାହା ଗଣତନ୍ତ୍ରର ବିପରୀତ। ଏଭଳି କିଛି ଅଭିଯୋଗ ଆଣେ କଂଗ୍ରେସ। ଏବେ କଂଗ୍ରେସ କିଭଳି ଗଣତନ୍ତ୍ରର ଧଜିଆ ଉଡ଼େଇଛି ତାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଡୁଚେରୀରେ କଂଗ୍ରେସ ଦୀର୍ଘ ଦିନ ହେବ କ୍ଷମତାରେ ରହିଛି। ହେଲେ ସେଠାରେ ସ୍ଥାନୀୟ ନିର୍ବାଚନ ହୁଏନି। କଂଗ୍ରେସ ପ୍ରଥମେ ଗଣତନ୍ତ୍ରକୁ ସମ୍ମାନ ଦେଉ ବୋଲି ମୋଦି କହିଛନ୍ତି। ସୁପ୍ରିମକୋର୍ଟ ପୌର ନିର୍ବାଚନ ଏବଂ […]

modi-rahul

Subhransu Sekhar
  • Published: Saturday, 26 December 2020
  • , Updated: 26 December 2020, 03:41 PM IST

ନୂଆଦିଲ୍ଲୀ: ମୋଦି ସରକାର ଗଣତନ୍ତ୍ରର ହତ୍ୟା କରୁଛନ୍ତି। ଯାହା ବି ତାଙ୍କ ସମୟରେ ହେଉଛି ତାହା ଗଣତନ୍ତ୍ରର ବିପରୀତ। ଏଭଳି କିଛି ଅଭିଯୋଗ ଆଣେ କଂଗ୍ରେସ। ଏବେ କଂଗ୍ରେସ କିଭଳି ଗଣତନ୍ତ୍ରର ଧଜିଆ ଉଡ଼େଇଛି ତାର ଉଦାହରଣ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପୁଡୁଚେରୀରେ କଂଗ୍ରେସ ଦୀର୍ଘ ଦିନ ହେବ କ୍ଷମତାରେ ରହିଛି। ହେଲେ ସେଠାରେ ସ୍ଥାନୀୟ ନିର୍ବାଚନ ହୁଏନି। କଂଗ୍ରେସ ପ୍ରଥମେ ଗଣତନ୍ତ୍ରକୁ ସମ୍ମାନ ଦେଉ ବୋଲି ମୋଦି କହିଛନ୍ତି।

ସୁପ୍ରିମକୋର୍ଟ ପୌର ନିର୍ବାଚନ ଏବଂ ସ୍ଥାନୀୟ ନିର୍ବାଚନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାପରେ ବି ସ୍ଥାନୀୟ ନିର୍ବାଚନ କାହିଁକି କରାଉନି ପୁଡୁଚେରୀର କଂଗ୍ରେସ ସରକାର ବୋଲି ମୋଦି ପ୍ରଶ୍ନ କରିଛନ୍ତି।

ସେ କହିଛନ୍ତି, “ପୁଡୁଚେରୀରେ ସ୍ଥାନୀୟ ନିର୍ବାଚନ ପାଇଁ ୨୦୧୮ରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ହେଲେ ପୁଡୁଚେରୀ ସରକାର ସ୍ଥାନୀୟ ନିର୍ବାଚନ ପାଇଁ ଇଚ୍ଛା ପ୍ରକାଶ କରୁ ନାହାନ୍ତି। ଅନ୍ତିମ ଥର ପାଇଁ ୨୦୦୬ରେ ପୁଡୁଚେରୀରେ ସ୍ଥାନୀୟ ନିର୍ବାଚନ ହୋଇଥିଲା। ଏହାର କାର୍ଯ୍ୟକାଳ ୨୦୧୧ରେ ଶେଷ ହୋଇଯାଇଛି”।

ସୂଚନାଯୋଗ୍ୟ, ନିକଟରେ ରାହୁଲ ଗାନ୍ଧୀ କହିଥିଲେ ଦେଶରେ ଗଣତନ୍ତ୍ର ନାହିଁ। ଏଠି କେବଳ କଳ୍ପନାରେ ଗଣତନ୍ତ୍ର ରହିଛି। ଏବେ ଏହାକୁ କାଉଣ୍ଟର କରିବାକୁ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏଭଳି ମନ୍ତବ୍ୟ ଦେଇଛନ୍ତି।

Related story