କରୋନା ଆକ୍ରାନ୍ତ ସ୍ୱାଦ ଏବଂ ଆଘ୍ରାଣ ଶକ୍ତି ହରାଇବା ଭଲ ଲକ୍ଷଣ!

ନୂଆଦିଲ୍ଲୀ: ଭାରତ ଏବେ ୧୦ ମାସ ହେବ କରୋନାକୁ ସାମ୍ନା କରୁଛି। ଏହାରି ଭିତରେ ଅନେକ ମୃତ୍ୟୁ ବରଣ କରିଥିବା ବେଳେ ବାକି ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କିନ୍ତୁ ଆରୋଗ୍ୟ ହାର ଅଧିକ ରହିଛି ମୃତ୍ୟୁ ହାର ତୁଳନାରେ। ତେବେ ଅଧିକାଂଶ ସମୟ ଆକ୍ରାନ୍ତ ଦୀର୍ଘ ଦିନ ପାଇଁ ସ୍ୱାଦ ଏବଂ ଆଘ୍ରାଣ ଶକ୍ତି ହରାଇଛନ୍ତି। ଆବଶ୍ୟକ ଚିକିତ୍ସା ପରେ କିନ୍ତୁ ସ୍ୱାଦ ଏବଂ ଆଘ୍ରାଣ ଶକ୍ତି ଫେରିଛି। ଏହାକୁ ନେଇ ମତାମତ ରଖିଛନ୍ତି ଡାକ୍ତର। […]

corona

Subhransu Sekhar
  • Published: Sunday, 22 November 2020
  • , Updated: 22 November 2020, 04:21 PM IST

ନୂଆଦିଲ୍ଲୀ: ଭାରତ ଏବେ ୧୦ ମାସ ହେବ କରୋନାକୁ ସାମ୍ନା କରୁଛି। ଏହାରି ଭିତରେ ଅନେକ ମୃତ୍ୟୁ ବରଣ କରିଥିବା ବେଳେ ବାକି ଆରୋଗ୍ୟ ଲାଭ କରିଛନ୍ତି। ଦେଶରେ କିନ୍ତୁ ଆରୋଗ୍ୟ ହାର ଅଧିକ ରହିଛି ମୃତ୍ୟୁ ହାର ତୁଳନାରେ। ତେବେ ଅଧିକାଂଶ ସମୟ ଆକ୍ରାନ୍ତ ଦୀର୍ଘ ଦିନ ପାଇଁ ସ୍ୱାଦ ଏବଂ ଆଘ୍ରାଣ ଶକ୍ତି ହରାଇଛନ୍ତି। ଆବଶ୍ୟକ ଚିକିତ୍ସା ପରେ କିନ୍ତୁ ସ୍ୱାଦ ଏବଂ ଆଘ୍ରାଣ ଶକ୍ତି ଫେରିଛି। ଏହାକୁ ନେଇ ମତାମତ ରଖିଛନ୍ତି ଡାକ୍ତର।

ନୋଏଡା ସ୍ଥିତ ଏକ ଘରୋଇ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ଅରୁଣ ଲଖନପାଲ କହିଛନ୍ତି ଯଦି କରୋନାରେ ଆକ୍ରାନ୍ତ ହୋଇ ଆଘ୍ରାଣ ଶକ୍ତି ଏବଂ ସ୍ୱାଦ ହରାଇବା ଭଲ ଲକ୍ଷଣ ବୋଲି ସେ କହିଛନ୍ତି। ପ୍ରାୟ ୪୦ ପ୍ରତିଶତ ରୋଗୀଙ୍କ ପାଖରେ ଏହି ଲକ୍ଷଣ ରହିଛି ବୋଲି ଡକ୍ଟର ଲାଖାନପାଲ କହିଛନ୍ତି।

ସେହିପରି ଆଉ ଜଣେ ଡାକ୍ତର ସୁଶୀଲା କାଟାରିଆ କହିଛନ୍ତି, ଏଭଳି ଲକ୍ଷଣ ଅନେକଙ୍କ ପାଖରେ ରହିଛି। ହେଲେ ଏହି ଆକ୍ରାନ୍ତଙ୍କୁ କୌଣସି ଅକ୍ସିଜେନ୍ ସପୋର୍ଟ ଦରକାର ହୋଇନି କି ହସ୍ପିଟାଲ ଯିବା ଦରକାର ହୋଇନି। ଏଯାବତ ଏହି ଲକ୍ଷଣ ଥିବା ଲୋକ ମଧ୍ୟ ଭବିଷ୍ୟତରେ ହସ୍ପିଟାଲରେ ଆଡମିଟ୍ ହୋଇନାହାନ୍ତି।

ଖାଲି ଆଘ୍ରାଣ, ସ୍ୱାଦ ନୁହେଁ ଡାଇରିଆ ମଧ୍ୟ ଏହି ଲକ୍ଷଣ ବୋଲି ବିଶେଷଜ୍ଞ କହିଛନ୍ତି। ଅଧିକାଂଶ ଯୁବ ବୟସର ବ୍ୟକ୍ତିଙ୍କ ପାଖରେ ଏହି ଲକ୍ଷଣ ଦେଖାଯାଏ ବୋଲି ଡାକ୍ତର କହିଛନ୍ତି।

ଆଘ୍ରାଣ ସ୍ନାୟୁ, ସ୍ୱାଦ ପାଇଁ ଥିବା ସ୍ନାୟୁ ଚାରିପାଖରେ କରୋନା ଭାଇରସ ଘେରି ଯିବାରୁ ଏଭଳି ଲକ୍ଷଣ ଦେଖାଦେଇଥାଏ ବୋଲି ଡାକ୍ତର ଲଖନପାଲ କହିଛନ୍ତି। ହେଲେ ଏଭଳି ଲକ୍ଷଣ ଦେଖାଦେଲେ କୌଣସି ଆକ୍ରାନ୍ତ ହେୟ ଜ୍ଞାନ କରିବା ଠିକ୍ ନୁହେଁ। ନିଜକୁ ଆଇସୋଲେସନରେ ରଖି ଚିକିତ୍ସା କରାଇବା ଦରକାର ବୋଲି ଡାକ୍ତର କହିଛନ୍ତି।

Related story