ଆରୋପ ପ୍ରତ୍ୟାରୋପ ବେଳେ ରାଜ୍ୟପାଳଙ୍କୁ ହଠାତ୍ କାହିଁକି ଭେଟିଲେ ମମତା ବାନାର୍ଜୀ?

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଏହାରି ଭିତରେ ବୁଧବାର ଅପରାହ୍ନରେ ରାଜ୍ୟପାଳଙ୍କୁ ରାଜଭବନକୁ ଯାଇ ଭେଟିଛନ୍ତି ମମତା। ସବୁଠୁ ବଡ଼ କଥା ହେଲା ମମତା ହଠାତ୍ ନବାନ୍ନରୁ ବାହାରି ରାଜଭବନକୁ ଆସିଥିଲେ। ନିକଟରେ ମମତାଙ୍କ ଦଳୀୟ ନେତା ତଥା ସାଂସଦ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ରାଜ୍ୟପାଳ ଜଗଦୀପଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ। ଏଭଳି ସ୍ଥିତିରେ ରାଜ୍ୟପାଳଙ୍କୁ ହଠାତ୍ ମମତା ଭେଟିବା ଅନେକ ପ୍ରଶ୍ନବାଚୀ […]

MAMATA-DHANKHAR

Subhransu Sekhar
  • Published: Thursday, 07 January 2021
  • , Updated: 07 January 2021, 12:42 PM IST

କୋଲକାତା: ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଚାଲିଛି। ଏହାରି ଭିତରେ ବୁଧବାର ଅପରାହ୍ନରେ ରାଜ୍ୟପାଳଙ୍କୁ ରାଜଭବନକୁ ଯାଇ ଭେଟିଛନ୍ତି ମମତା। ସବୁଠୁ ବଡ଼ କଥା ହେଲା ମମତା ହଠାତ୍ ନବାନ୍ନରୁ ବାହାରି ରାଜଭବନକୁ ଆସିଥିଲେ।

ନିକଟରେ ମମତାଙ୍କ ଦଳୀୟ ନେତା ତଥା ସାଂସଦ ରାଷ୍ଟ୍ରପତିଙ୍କୁ ଚିଠି ଲେଖି ରାଜ୍ୟପାଳ ଜଗଦୀପଙ୍କୁ ବହିଷ୍କାର କରିବାକୁ ଦାବି କରିଥିଲେ। ଏଭଳି ସ୍ଥିତିରେ ରାଜ୍ୟପାଳଙ୍କୁ ହଠାତ୍ ମମତା ଭେଟିବା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସେହିପରି ରାଜ୍ୟରେ ବଢ଼ୁଥିବା ହିଂସା ତଥା ବିଜେପି ସଭାପତି ଜେପି ନଡ୍ଡାଙ୍କ କାରକେଡ ଉପରକୁ ଆକ୍ରମଣ ମାମଲାରେ ମମତାଙ୍କୁ କଡ଼ା ସମାଲୋଚନା କରିଥିଲେ ରାଜ୍ୟପାଳ। ରାଜ୍ୟ ସରକାର ଆଇନ୍ ଶୃଙ୍ଖଳା ବାବଦରେ ପ୍ରଶ୍ନ କରିଥିଲେ ଜଗଦୀପ।

ତେବେ ମମତାଙ୍କର ଏହି ଭେଟଘାଟକୁ ନେଇ ଜଣେ ସରକାରୀ ଅଧିକାରୀ ପ୍ରତିକ୍ରିୟା ରଖିଛନ୍ତି। ଏହା 'ସୌଜନ୍ୟ ମୂଳକ ଭେଟଘାଟ' ଥିଲା। ନୂଆବର୍ଷ ଅବସରରେ ରାଜ୍ୟପାଳଙ୍କୁ ଭେଟିବା ପାଇଁ ମମତା ଯାଇଥିଲେ। ଏହି ଭେଟଘାଟ କୌଣସି ରାଜନୀତିକ ଉଦ୍ଦେଶ୍ୟ କି ଆଉ କିଛି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି।

ରାଜ୍ୟପାଳ ମଧ୍ୟ ଟ୍ୱିଟ୍ କରି କହିଥିଲେ, ରାଜ ଭବନରେ ମୁଖ୍ୟମନ୍ତ୍ରୀ ଭେଟିଥିଲେ। ନୂଆ ବର୍ଷ ଅବସରରେ ସେ ଓ ତାଙ୍କ ସ୍ତ୍ରୀ ସୁଦର୍ଶନ ଧନଖର ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛୁ। ବୈଠକର ଫଟୋ ମଧ୍ୟ ଶେୟାର କରିଛନ୍ତି ରାଜ୍ୟପାଳ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସମ୍ପର୍କରେ ସିପିଆଇଏମ୍ ନେତା ତଥା ବିଧାୟକ ସୁଜନ ଚକ୍ରବର୍ତ୍ତୀ କହିଛନ୍ତି ଯେ ରାଜ୍ୟପାଳ ଯେକୌଣସି ସମୟରେ ରାଜ୍ୟପାଳଙ୍କୁ ଭେଟି ପାରିବେ। ମୁଖ୍ୟମନ୍ତ୍ରୀଙ୍କ ସମସ୍ତ କାର୍ଯ୍ୟକ୍ରମ ପୂର୍ବରୁ ସ୍ଥିର ହୋଇଥାଏ। ହେଲେ ହଠାତ୍ ତାଙ୍କୁ କାହିଁକି ରାଜ୍ୟପାଳଙ୍କୁ ଭେଟିବାକୁ ପଡିଲା? ଶେଷ ମୁହୂର୍ତ୍ତରେ ପ୍ରାୟ ସମସ୍ତେ ମମତାଙ୍କ ଗସ୍ତ ବିଷୟରେ ଜାଣିବାକୁ ପାଇଲେ?

Related story